odishatazanews.com, whatsApp – 9938341180, ph.7008991872, facebook – odishatazanews, ଲାଇକ୍ ଓ ସେୟାର କରନ୍ତୁ – Mail – odishatazanews1@gmail.com

ହିଞ୍ଜିଳିକାଟୁ ,ରିପୋର୍ଟ , ଶେଷଦେବ ସାହୁ (ଓଡିଶା ତାଜା ନ୍ୟୁଜ୍ ) ହିଞ୍ଜିଳିକାଟୁ ,୧୨ ମଇ, ମଙ୍ଗଳବାର : – ମହାମାରୀ କରୋନା ଭୁତାଣୁ ସଂକ୍ରମଣ ଯୋଗୁଁ ବାହାଘର, ବ୍ରତ, ଗୃହ ପ୍ରତିଷ୍ଠା, ସାମାଜିକ, ସାଂସ୍କୃତିକ କାର୍ଯ୍ୟକ୍ରମ ସମେତ ସଭା ସମିତି କରିବା ଉପରେ ପ୍ରଶାସନ କଟକଣା ଜାରୀ କରିଛି । ଫଳରେ ହିଞ୍ଜିଳିକାଟୁ ପୌରାଂଚଳ ସମେତ ନିକଟବର୍ତି ଅଂଚଳର ଟେଂଟ ହାଉସ ମାଲିକ ଓ କାର୍ଯ୍ୟରତ ଶ୍ରମିକ ମାନେ କାମ ନପାଇ ହାତ ବାନ୍ଧି ବସିଥିବା ବେଳେ ବିଭିନ୍ନ ବେସରକାରୀ ଗେଷ୍ଟ ହାଉସ୍ ଓ କଲ୍ୟାଣ ମଣ୍ଡପ ଗୁଡ଼ିକରେ ଦୀର୍ଘ ଦିନ ଧରି ତାଲା ଝୁଲୁଥିବାର ଦେଖିବାକୁ ମିଳିଛି ।
ଗତ ମାର୍ଚ୍ଚ ୨୨ ତାରିଖ ଠାରୁ ଲକଡ଼ାଉନ ଘୋଷଣା କରାଯିବା ପରେ ଟେଂଟ ହାଉସ ମାଲିକ ଓ କାର୍ଯ୍ୟରତ ଶ୍ରମିକ ମାନେ ରୋଜଗାର ହରାଇ ବସିଛନ୍ତି । ଲକଡ଼ାଉନ ଯୋଗୁଁ ଟେଂଟ ହାଉସ କାର୍ଯ୍ୟରେ ନିୟୋଜିତ ଥିବା କୂଶଳୀ ଓ ଅଣକୂଶଳୀ କାରିଗର ମାନେ ଜୀବିକା ହରାଇ ବସିଛନ୍ତି । ଟେଂଟ ହାଉସ ମାଲିକଙ୍କ ନିକଟରେ କାମ କରି ପରିବାର ପ୍ରତିପୋଷଣ କରୁଥିବା ଶହ ଶହ ଶ୍ରମିକ କାମଧନ୍ଦା ହରାଇ ଭୋକ ଉପାସରେ ଦିନ କାଟୁଛନ୍ତି । ଲକଡ଼ାଉନ ଯୋଗୁଁ ସ୍ଥାନୀୟ ଅଂଚଳର ବହୁ ଟେଂଟ ହାଉସ ମାଲିକମାନେ ଚଳିତ ବର୍ଷ ପ୍ରାରମ୍ଭରୁ ଲକ୍ଷ ଲକ୍ଷ ଟଙ୍କାର କ୍ଷତି ସହିଥିବା ଜଣାପଡ଼ିଛି ।
ଏଭଳି ସଙ୍କଟ ସ୍ଥିତିରୁ ମୁକୁଳି ସେମାନଙ୍କ ବ୍ୟବସାୟକୁ ଚାଲୁ ରଖିବା ନେଇ ଟେଂଟ ହାଉସ ମାଲିକ ସିମାଂଚଳ ଚୌଧୁରୀ, ବିଜୟ ବେହେରା, ଜି. ମାଧବ, ଅଶୋକ ପାଢି ପ୍ରମୁଖ କହିଛନ୍ତି । ଏ ଦିଗରେ ସରକାର ଯଦି କୌଣସି ପଦକ୍ଷେପ ଗ୍ରହଣ ନକରନ୍ତି, ତେବେ ଅଧିକାଂଶ ମାଲିକ ନିଜର ବ୍ୟବସାୟ ବନ୍ଦ କରିଦେବା ସମ୍ଭାବନାକୁ ଏଡ଼ାଇ ହେବନାହିଁ । ଏ ଦିଗରେ ସରକାର ସେମାନଙ୍କୁ ସରକାରୀ ସହାୟତା ପ୍ରଦାନ କରିବାକୁ ସ୍ଥାନୀୟ ଅଂଚଳର ବହୁ ଟେଂଟ ହାଉସ ମାଲିକ ଅନୁରୋଧ କରିଛନ୍ତି ।













