No Result
View All Result
କେନ୍ଦ୍ର ସରକାର ଗୁରୁତ୍ଵପୂର୍ଣ୍ଣ କାଗଜପତ୍ରକୁ ବି ହଜାଇ ଦେଉଛନ୍ତି ।
ଓଡ଼ିଶା ତାଜା ନ୍ୟୁଜ୍ /୨୬ ଏପ୍ରିଲ ମଙ୍ଗଳବାର /ଭୁବନେଶ୍ୱର :- ଉଠିଲା ଓଡିଶା ବିଧାନ ପରିଷଦ ଗଠନ ପ୍ରସଙ୍ଗ । ବିଜେଡି ସାଂସଦ ମୁଜିବୁଲା ଖାନ ରାଜ୍ୟସଭାରେ ଏହି ପ୍ରସଙ୍ଗ ଉଠାଇଛନ୍ତି । ପରିଷଦ ଗଠନ ପାଇଁ ଓଡିଶା ବିଧାନସଭା ଦ୍ଵାରା ପାରିତ ସଂକଳ୍ପକୁ ଲାଗୁ କରିବା ପାଇଁ ସେ ଦାବି କରିଛନ୍ତି । ଶୂନ୍ୟକାଳରେ ଏହି ପ୍ରସଙ୍ଗ ଉଠାଇ ଶ୍ରୀ ଖାନ କହିଛନ୍ତି, ପରିଷଦ ଗଠନ ନେଇ କୌଣସି କାଗଜପତ୍ର ମିଳିନଥିବା ରାଜ୍ୟସଭା ବିଜେଡି ନେତା ପ୍ରସନ୍ନ ଆଚାର୍ଯ୍ୟଙ୍କ ପ୍ରଶ୍ନର ଉତ୍ତରରେ କେନ୍ଦ୍ର ମନ୍ତ୍ରୀ ଦର୍ଶାଇଥିଲେ ।

ଏହା ସୂଚିତ କରୁଛି ଯେ କେନ୍ଦ୍ର ସରକାର ଗୁରୁତ୍ଵପୂର୍ଣ୍ଣ କାଗଜପତ୍ରକୁ ବି ହଜାଇ ଦେଉଛନ୍ତି । କେନ୍ଦ୍ରମନ୍ତ୍ରୀଙ୍କ ଉତ୍ତରକୁ ନେଇ ଓଡିଶାରେ ବାଦବିବାଦ ହୋଇଥିଲା । ଓଡିଶା ବିଧାନସଭା ବାଚସ୍ପତି ସଂକଳ୍ପର ନକଲ ପୁଣିଥରେ କେନ୍ଦ୍ର ସରକାରଙ୍କ ପାଖକୁ ପଠାଇଥିବା ଆଲୋଚନା କାଳରେ ସେ ସୂଚନା ଦେଇଥିଲେ । ଶ୍ରୀ ଖାନଙ୍କ ବିଧାନ ପରିଷଦ ଗଠନ ଦାବିକୁ ଟିଏମ୍ସି, ଆର୍ଜେଡି ଓ ଏନ୍ସିପିର ସାଂସଦମାନେ ସମର୍ଥନ କରିଛନ୍ତି ।

No Result
View All Result