No Result
View All Result

ଓଡ଼ିଶା ତାଜା ନ୍ୟୁଜ୍ (୧୭ ଏପ୍ରିଲ ରବିବାର ) ଭୁବନେଶ୍ୱର :- ଭୁବନେଶ୍ୱର ଓ କଟକ ମଧ୍ୟରେ ଥିବା ଫୁଲନଖରାଠାରେ ଧରିତ୍ରୀ ମୋବାଇଲ୍ସର ମେଗା ସୋ ରୁମ୍ ଉଦ୍ଘାଟିତ ହୋଇଯାଇଛି । ବରିଷ୍ଠ ସାମ୍ବାଦିକ ଏବଂ ୱାର୍ଲଡ ଓଡ଼ିଶା ସୋସାଇଟିର ଅଧ୍ୟକ୍ଷ କିଶୋର ଦ୍ୱିବେଦୀ ଏହାକୁ ଉଦ୍ଘାଟନ କରିଥିଲେ ।

ଏହି ଅବସରରେ ସୋ ରୁମ୍ର ପ୍ରତିଷ୍ଠାତା ଯୁବ ଉଦ୍ୟୋଗପତି ସବ୍ୟସାଚୀ ମିଶ୍ର, ତାଙ୍କର ପିତା ତ୍ରୈଲୋକ୍ୟ ମିଶ୍ର ଏବଂ ମାତା ଆଶା ମଞ୍ଜରୀ ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ । ଏହି ସୋ ରୁମରେ ଦେଶ ବିଦେଶର ସମସ୍ତ କମ୍ପାନୀଗୁଡ଼ିକର ମୋବାଇଲ ଉପଲବ୍ଧ ହେବା ସହିତ ମରାମତି ପାଇଁ ମଧ୍ୟ ସମସ୍ତ ପ୍ରକାର ସୁବିଧା ସୁଯୋଗ ଯୋଗାଇ ଦିଆଯିବ ବୋଲି ଜଣାଯାଇଛି ।

ଅତିରିକ୍ତ ବିକ୍ରୀ ପ୍ରୋତ୍ସାହନ ଆକର୍ଷଣ ଭାବରେ ଏଠାରେ ମୋବାଇଲ କ୍ରେତାମାନଙ୍କୁ ଆର୍ଥିକ ଋଣ, ସରଳ ତଥା ସହଜ ଇ.ଏମ୍.ଆଇ ଜରିଆରେ ପରିଶୋଧ ଏବଂ ହୋମ୍ ଡେଲିଭରୀ ଆଦି ଗ୍ରାହକପ୍ରେମୀ ବ୍ୟବସ୍ଥା ମହଜୁଦ ରହିବ ବୋଲି ପ୍ରୋପ୍ରାଇଟର୍ ସବ୍ୟସାଚୀ ମିଶ୍ର ପ୍ରକାଶ କରିଛନ୍ତି ।

No Result
View All Result