ଓଡ଼ିଶାରେ ଲୋକ ଜନଶକ୍ତି ପାର୍ଟିକୁ ମଜବୁତ କରିବାକୁ ପ୍ରୟାସ
ଲୋକ ଜନଶକ୍ତି ପାର୍ଟିର ନୂତନ ରାଜ୍ୟ ସଭାପତି ଜିତେନ୍ଦ୍ର କୁମାର ଗୁପ୍ତାଙ୍କୁ ସମ୍ବର୍ଦ୍ଧନା
ତୃଣମୂଳ ସ୍ତରରେ ପହଞ୍ଚିବ ଲୋକ ଜନଶକ୍ତି ପାର୍ଟି (ରାମବିଳାସ)
ଭୁବନେଶ୍ୱର (ଓଡିଶା ତାଜାନ୍ୟୁଜ ) ନି. ପ୍ର :- ଲୋକ ଜନଶକ୍ତି ପାର୍ଟି (ରାମବିଳାସ)ର ରାଜ୍ୟ ସଂଗଠନରେ ଏକ ବଡ଼ ଧରଣର ପରିବର୍ତ୍ତନ କରାଯାଇଛି । ଦଳର ରାଷ୍ଟ୍ରୀୟ ସଭାପତି ତଥା କେନ୍ଦ୍ରମନ୍ତ୍ରୀ ଚିରାଗ ପାଶୱାନ, ଜିତେନ୍ଦ୍ର କୁମାର ଗୁପ୍ତାଙ୍କୁ ଓଡ଼ିଶା ପ୍ରଦେସ ର ନୂତନ ରାଜ୍ୟ ସଭାପତି ଭାବେ ନିଯୁକ୍ତ କରିଛନ୍ତି । ଏହି ନୂତନ ନିଯୁକ୍ତି ପରେ ଦଳୀୟ କାର୍ଯ୍ୟକର୍ତ୍ତାଙ୍କ ମଧ୍ୟରେ ଉତ୍ସାହ ପ୍ରକାଶ ପାଇଛି ।

ଏହି ଅବସର ରେ ଭୁବନେଶ୍ୱରସ୍ଥିତ ହୋଟେଲ କେଶରୀ (ମାଷ୍ଟର କ୍ୟାଣ୍ଟିନ୍ ଛକ) ସମ୍ମିଳନୀ କକ୍ଷରେ ଆୟୋଜିତ ଏକ ବିଶେଷ ସାମ୍ବାଦିକ ସମ୍ମିଳନୀରେ ନବନିଯୁକ୍ତ ରାଜ୍ୟ ସଭାପତି ଜିତେନ୍ଦ୍ର କୁମାର ଗୁପ୍ତାଙ୍କୁ ରାଜ୍ୟ କାର୍ଯ୍ୟାଳୟ ତରଫରୁ ଭବ୍ୟ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା ।

ଏହାସହ ଆଗାମୀ ଦିନରେ ଓଡ଼ିଶାରେ ଲୋକ ଜନଶକ୍ତି ପାର୍ଟିର କାର୍ଯ୍ୟଧାରାକୁ ରାଜ୍ୟର ତୃଣମୂଳ ସ୍ତରରେ ଦଳର ସଂଗଠନକୁ ପହଞ୍ଚାଇବା ଏବଂ ଓଡ଼ିଶାର ସର୍ବାଙ୍ଗୀନ ଉନ୍ନତି ପାଇଁ କାର୍ଯ୍ୟ କରିବେବୋଲି ଶ୍ରୀ ଗୁପ୍ତା ସୂଚନା ଦେଇଥିଲେ । ଦଳର ରାଜ୍ୟ ସାଧାରଣ ସମ୍ପାଦକ ଚନ୍ଦ୍ରକାନ୍ତ ସୂତାର କହିଥିଲେ ଦଳର ବାର୍ତ୍ତା ଓ ଆଦର୍ଶକୁ ପହଞ୍ଚାଇବା ପାଇଁ ସ୍ୱତନ୍ତ୍ର ରଣନୀତି ଆଗାମୀ ଦିନ ରେ ପ୍ରସ୍ତୁତ କରାଯିବ ।














