• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home Uncategorized

ପ୍ରାଇଭେଟ୍ ସ୍କୁଲରେ ବେଆଇନ୍ ଫି ଆଦାୟ ଓ ପୁସ୍ତକ ବିକ୍ରି ବିରୁଦ୍ଧ ରେ ଅଭିଭାବକ ମହାସଂଘ , ତରଫରୁ ୫ଘଣ୍ଟିଆ ଠିଆ-ଧାରଣା ଧାରଣା ।

Proprietor Abhimanyu Maharana by Proprietor Abhimanyu Maharana
May 11, 2020
in Uncategorized, ଓଡ଼ିଶା, ଦେଶ, ହୋମ୍
0
ପ୍ରାଇଭେଟ୍ ସ୍କୁଲରେ ବେଆଇନ୍ ଫି ଆଦାୟ ଓ ପୁସ୍ତକ ବିକ୍ରି ବିରୁଦ୍ଧ ରେ ଅଭିଭାବକ ମହାସଂଘ , ତରଫରୁ ୫ଘଣ୍ଟିଆ ଠିଆ-ଧାରଣା ଧାରଣା ।
Share on FacebookShare on TwitterWhatsapp

odishatazanews.com, whatsApp – 9938341180, ph.7008991872, facebook – odishatazanews, ଲାଇକ୍ ଓ ସେୟାର କରନ୍ତୁ

ଭୁବନେଶ୍ୱର, ରିପୋର୍ଟ /ସୋନାଲି ମହାରଣା (ଓଡିଶା ତାଜା ନ୍ୟୁଜ୍‌ ) ,୧୧ ମଇ,ସୋମବାର :- କରୋନା ଭଳି ବିପତ୍ତି ସମୟରେ ମାନବିକତା ଆଧାରରେ ବେସରକାରୀ ବିଦ୍ୟାଳୟ ମାନଙ୍କୁ କୌଣସି ମାସିକ ଫି,ପୁନଃ-ଆଡମିସନ ଫି, ପରିବହନ ଖର୍ଚ୍ଚ, ଇନ୍ଫ୍ରାଷ୍ଟ୍ରକ୍ଚର ଫି, କମ୍ପୁଟର ଫି,ଡେ ବୋର୍ଡିଙ୍ଗ ଫି, ଏସି ଫି ଓ ଅନ୍ୟାନ ଫି ଆଦାୟ ନ କରିବା ସହ 3 ମାସ ପର୍ଯ୍ୟନ୍ତ ଜବରଦସ୍ତ ଆଦାୟ ନ କରିବା ପାଈଁ ମାନ୍ୟବର ମୁଖ୍ୟମନ୍ତ୍ରୀ ଉପଦେଶ ଦେବା ପରେ ମଧ୍ୟ ସବୁ ବେସରକାରୀ ବିଦ୍ୟାଳୟ ମାନେ ଜୋର ଜବରଦସ୍ତ ଫୋନ କରି ଅଭିଭାବକ ମାନଙ୍କୁ ଫି ବାବତ ଅର୍ଥ ମାଗୁଛନ୍ତି ।

କରୋନା ସମୟରେ ମଧ୍ୟ ଜବରଦସ୍ତ ବହି ବିକ୍ରି କରୁଛନ୍ତି । ଆମେ FIR ଦେବାପରେ ମଧ୍ୟ ଖଣ୍ଡଗିରି ଥାନା ଅଧିକାରୀ କୌଣସି କାର୍ଯ୍ୟାନୁଷ୍ଠାନ ନ ନେବା ଦୁଃଖର ବିଷୟ । ପରମିସନ ଦେଇ ବହି ବିକିବା ପାଈଁ ମଧ୍ୟ ନିୟମ ବିରୁଦ୍ଧ କାର୍ଯ୍ୟ ହୋଇଛି । ସେଠାରେ ତିନିସହରୁ ଅଧିକ ଅଭିଭାବକ ଏକାଠି ହୋଈ ବହି କିଣିବା ସହ ସବୁ ନିୟମ କୁ ଭାଙ୍ଗି ଚୁରମାର କରିଦେଲେ, ଆମେ ଫଟୋ ସହ FIR ଦେଇଚୁ । ଏହା ଘୋର ଅନ୍ୟାୟ କଥା । ଓଡିଶା ମାନବିକ ଅଧିକାର କମିଶନଙ୍କ ନିର୍ଦେଶ ଅନୁସାରେ ସବୁ ବିଦ୍ୟାଳୟ ବହି ତାଲିକା ୱେବସାଇଟରେ ପ୍ରକାଶ କରିବା ପାଇଁ ତାହା NCERT ପାଠ୍ୟକ୍ରମ ଅନୁଯାୟୀ ହେବା ଆବଶ୍ୟକ ମାତ୍ର ଏବେ ସୁଦ୍ଧା କେହି ପାଳନ କରୁନାହାନ୍ତି ।

ପ୍ରମୁଖ ଶାସନ ସଚିବ ଏକୋଇଶି ଦିନ ଧରି ଏହାକୁ ଚାପି ପାଖରେ ରଖିଛନ୍ତି । ଯଦି ବହି ତାଲିକା ପ୍ରକାଶ ପାଇଯିବ ତାହେଲେ, ଏହାଦ୍ୱାରା ଅଭିଭାବକ ମାନେ ସହଜରେ ବହି କିଣିବା ସହ କମ ମୂଲ୍ୟରେ ସ୍ଥାନୀୟ ବଜ଼ାରରୁ ପାଇପାରିବେ ।ଏହା ସମସ୍ତଙ୍କୁ ସହଜ ହେବ । ବେସରକାରୀ ବିଦ୍ୟାଳୟ ମାନଙ୍କ ଦ୍ବରାତ୍ମ୍ୟ ମଧ୍ୟ କମିଯିବ । ଆଜି ଓଡିଶା ଅଭିଭାବକ ମହାସଂଘର ଏକ ଠିଆ-ଧାରଣା ଜୟଦେବ ଭବନ ସମୁଖରେ କରାଯାଇଥିଲା । ଏଥିରେ ମହାସଂଘର କର୍ମକର୍ତ୍ତ। ମାନେ ଯୋଗଦେଇ ସଖାଳ 8 ଟାରୁ ଦିନ 1ଟା ପର୍ଯ୍ୟନ୍ତ ଠିଆ ଧାରଣା କରାଯାଇଥିଲା ।

ମହାସଂଘର ଅଧ୍ୟକ୍ଷ୍ୟ ବାସୁଦେବ ଭଟ୍ଟ ଙ୍କ ନେତୃତ୍ୱରେ ଅନୁଷ୍ଠିତ ଏହି 5 ଘଣ୍ଟିଆ ଠିଆ-ଧାରଣା ରେ ବିଧାୟକ ସୁରେଶ ରାଉତରାୟ ଆସି ସମର୍ଥନ କରିବାସହ ଫି ଛାଡ଼ ଓ ଏବେ ନ ମାଗିବାକୁ ନିଦ୍ଧେଶ ଦେବାକୁ ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଥିଲେ। ଓଡ଼ିଶାର ସବୁ ଜିଲ୍ଲାରେ ଏହି ଧାରଣା କରାଯାଇଥିଲା । କୋଡିଏଟି ଜିଲ୍ଲାରୁ ଉର୍ଦ୍ଧ ଜିଲ୍ଲାରେ ଆବାହକ ମାନଙ୍କ ନେତୃତ୍ୱରେ ଏହି ଧାରଣା କରାଯାଇଥିଲା । ଏହି ଠିଆ ଧାରଣା ଦ୍ୱାରା ଯଦି ସରକାର କୌଣସି ଠୋସ ପଦକ୍ଷପ ନ ନିଅନ୍ତି ତାହେଲେ ଆଗାମୀ ଦିନରେ ଜୋରଦାର ସାରା ରାଜ୍ୟରେ ଆନ୍ଦୋଳନ ହେବ । ଘରୋଇ ବିଦ୍ୟାଳୟ ପ୍ରୀତି ପାଈଁ ଲକ୍ଷ ଲକ୍ଷ ଅଭିଭାବକ ମାନସିକ ଯନ୍ତ୍ରଣା ଭୋଗିବା ପାଈଁ ସରକାର ଦାୟୀ ରହିବେ ।

ମାନବ ଅଧିକାର କ୍ଷୁଣ୍ଣ ହେବା ଦ୍ୱାରା ସରକାର ସାରା ଦେଶରେ ନିନ୍ଦିତ ହେବେ । ଜୟଦେବ ଭବନ ଠାରେ ରାଜ୍ୟସ୍ଥରୀୟ ଧାରଣାରେ ଭୁବନେଶ୍ୱର ଜିଲ୍ଲା ଆବାହକ ଶଙ୍କର ସାମନ୍ତରାୟ, ସାଧାରଣ ସମ୍ପାଦକ ଅଶୋକ ପାଇକରାୟ, ମହାସଂଘର ସହ ଅଧ୍ୟକ୍ଷ୍ୟ ପ୍ରସନ୍ନ ବିଷୋୟୀ, ଭୂମୋହନ ପଟ୍ଟନାୟକ, ରଶ୍ମିରଂଜନ କାନୁନଗୋ, ସତ୍ୟବ୍ରତ ପରିଜା, ସ୍ୱପନେନ୍ଦୁ ସାମନ୍ତରାୟ, ଉପ ସଭାପତି ନନ୍ଦ କିଶୋର ମଲ୍ଲିକ, ଅଶୁରଞ୍ଜାନ ମହାନ୍ତି, ନୃସିହ୍ନ ସାହୁ, ଅନନ୍ତ ରାଉତ, ନୀଳମାଧଵ ପ୍ରଧାନ, ଶିଶିର ସାହୁ, ସଂଗଠନ ସମ୍ପାଦକ ରଞ୍ଜନ ଦାସ,ପଦ୍ମନାଭ ରାଉତ, ସୂର୍ଯ୍ୟକାନ୍ତ ରାଉତ, କାର୍ତିକ ସାହୁ ଓ ଅନ୍ୟାନ୍ୟ ଅଭିଭାବକ ମାନେ ଯୋଗଦାନ କରିଥିଲେ । ଭୁବନେଶ୍ବର ଜିଲ୍ଲା ଯୁଗ୍ମ ଆବାହକ ପ୍ରଦୀପ୍ତ ମିଶ୍ର ଧାରଣା ର କାର୍ଯ୍ୟକ୍ରମ ପରିଚାଳନା କରୁଥିଲେ ।

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
Mobile Creches Calls for “Sneha Mandals”A Multi-Sector Partnerships to Expand Quality Childcare in Odisha

ମୋବାଇଲ କ୍ରେଚେସ୍‌ ଓଡ଼ିଶାରେ ଗୁଣାତ୍ମକ ଶିଶୁ ଯତ୍ନକୁ ସମ୍ପ୍ରସାରିତ କରିବାକୁ ଏକ ବହୁ-କ୍ଷେତ୍ରୀୟ ସହଭାଗୀତା ‘ସ୍ନେହ ମଣ୍ଡଳସ୍‌’ ନିମନ୍ତେ ଆହ୍ୱାନ ଦେଉଛି

March 14, 2026

ଜ଼ିଲ୍ଲାସ୍ତରୀୟ ଆଶା ସମ୍ମିଳନୀ ୨୦୨୬ ଅନୁଷ୍ଠିତ

ଜ଼ିଲ୍ଲାସ୍ତରୀୟ ଆଶା ସମ୍ମିଳନୀ ୨୦୨୬ ଅନୁଷ୍ଠିତ

March 14, 2026
ଗ୍ଯାସ ନମିଳିବା ଓ ସାମଗ୍ରୀର ଦରବୃଦ୍ଧିକୁ ନେଇ କଂଗ୍ରେସର ବିକ୍ଷୋଭ

ଗ୍ଯାସ ନମିଳିବା ଓ ସାମଗ୍ରୀର ଦରବୃଦ୍ଧିକୁ ନେଇ କଂଗ୍ରେସର ବିକ୍ଷୋଭ

March 14, 2026

Recent News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

Mobile Creches Calls for “Sneha Mandals”A Multi-Sector Partnerships to Expand Quality Childcare in Odisha

ମୋବାଇଲ କ୍ରେଚେସ୍‌ ଓଡ଼ିଶାରେ ଗୁଣାତ୍ମକ ଶିଶୁ ଯତ୍ନକୁ ସମ୍ପ୍ରସାରିତ କରିବାକୁ ଏକ ବହୁ-କ୍ଷେତ୍ରୀୟ ସହଭାଗୀତା ‘ସ୍ନେହ ମଣ୍ଡଳସ୍‌’ ନିମନ୍ତେ ଆହ୍ୱାନ ଦେଉଛି

March 14, 2026
Mobile Creches Calls for “Sneha Mandals”A Multi-Sector Partnerships to Expand Quality Childcare in Odisha

Mobile Creches Calls for “Sneha Mandals”A Multi-Sector Partnerships to Expand Quality Childcare in Odisha

March 14, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version