ଭୁବନେଶ୍ୱର,(ଓଡିଶା ତାଜା ନ୍ୟୁଜ୍ ) ୧୧ ମଇ,ସୋମବାର odishatazanews.com, whatsApp – 9938341180, ph.7008991872, facebook – odishatazanews, ଲାଇକ୍ ଓ ସେୟାର କରନ୍ତୁ ।

ହିଞ୍ଜିଳିକାଟୁ, ଶେଷଦେବ ସାହୁ (ଓଡିଶା ତାଜା ନ୍ୟୁଜ୍ ) ଦମକଳ ବାହୀନି ଦ୍ୱାର ବିଭିନ୍ନ ସଙ୍ଗରୋଧ କେନ୍ଦ୍ର ବିଶୋଧନ,୧୧ ମଇ,ସୋମବାର :- ମହାମାରୀ କରୋନା ଭୁତାଣୁ ସଂକ୍ରମଣ ସାରା ବିଶ୍ୱରେ ଆତଙ୍କ ସୃଷ୍ଟି କରିଛି । ବାହାର ରାଜ୍ୟରେ କାର୍ଯ୍ୟ କରୁଥିବା ପ୍ରବାସୀ ମାନେ ନିଜ ନିଜ ଭିଟାମାଟିକୁ ଫେରିବା ପରେ ବର୍ତମାନ ଗଞ୍ଜାମ ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା ଦୃତ ଗତିରେ ବଢିବାରେ ଲାଗିଛି । ଫେରନ୍ତା ପ୍ରବାସୀଙ୍କୁ ସ୍ଥାନୀୟ ପୌରାଂଚଳ ସମେତ ବ୍ଳକର ବିଭିନ୍ନ ଗ୍ରାମାଂଚଳରେ ଅନୁଷ୍ଠିତ ଅସ୍ଥାୟୀ ସଙ୍ଗରୋଧ କେନ୍ଦ୍ରରେ ଅବସ୍ଥାପିତ କରାଯାଇଛି । ଏହାର ମୁକାବିଲା ଲାଗି ଗତକିଛି ଦିନ ଧରି ବିଭିନ୍ନ ସଙ୍ଗରୋଧ କେନ୍ଦ୍ରକୁ ପ୍ରତ୍ୟେହ ସକଳା ଓ ସନ୍ଧ୍ୟାରେ ବିଶୋଧନ କରାଯାଉଥିବା ଲକ୍ଷ୍ୟ କରାଯାଉଛି ।
ରବିବାର ପୌର ପରିଷଦର କାର୍ଯ୍ୟ ନିର୍ଦ୍ଦେଶରେ ସ୍ଥାନୀୟ ଅଗ୍ନିଶମ ଭାରପାପ୍ତ ଅଧିକାରୀ ଲବ ନାୟକଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଅଗ୍ନିଶମ ବାହୀନିର କର୍ମଚାରୀ ମାନେ ପୌରାଂଚଳ ଅଧିନସ୍ଥ ହିଞ୍ଜିଳି ନେତାଜୀ କଲ୍ୟାଣ ମଣ୍ଡପ, ବାଳକ ବାଳିକା ପ୍ରାଥମିକ ବିଦ୍ୟାଳୟ, ଆଙ୍କୋରଡ଼ା ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଆୟୋଜିତ ସଙ୍ଗରୋଧ କେନ୍ଦ୍ର ଗୁଡ଼ିକୁ ବିଶୋଧନ କରାଯାଇଥିଲା ।
ସୋମାବାର ବିଡ଼ିଓ ପ୍ରସନ କୁମାର ପାତ୍ରଙ୍କନିର୍ଦ୍ଦେଶ କ୍ରମେ ବ୍ଳକର ବିଭିନ୍ନ ଗ୍ରାମାଂଚଳରେ ଅନୁଷ୍ଠିତ ସଙ୍ଗରୋଧ କେନ୍ଦ୍ର ଗୁଡ଼ିକୁ ବିଶୋଧନ କରାଯାଇଛି । ଆଗାମୀ ଦିନରେ ସ୍ଥାନୀୟ ପୌରାଂଚଳ ଓ ବ୍ଳକର ବିଭିନ୍ନ ଗ୍ରାମାଂଚଳର ସଙ୍ଗରୋଧ କେନ୍ଦ୍ର ଗୁଡ଼ିକୁ ବିଶୋଧନ କରାଯିବ ବୋଲି ଅଗ୍ନିଶମ ଭାରପାପ୍ତ ଅଧିକାରୀ ଲବ ନାୟକଙ୍କ ସୁତ୍ରରୁ ପ୍ରକାଶ । ଫଟୋ- ସଙ୍ଗରୋଧ କେନ୍ଦ୍ରକୁ ବିଶୋଧନ କରାଯାଉଛି













