No Result
View All Result
ଓଡ଼ିଶା ତାଜା ନ୍ୟୁଜ୍ (୨୨ ଫେବ୍ରୁଆରୀ ମଙ୍ଗଳବାର) କୋରାଇରୁ :- ସାମ୍ବାଦିକମାନେ ନିର୍ବାଚନ ଦୃଶ୍ୟ କଏଦ କରୁଥିଲା ବେଳେ ବିଂଝାରପୁରରେ କାର୍ଯ୍ୟରତ ସାମ୍ବାଦିକଙ୍କୁ କେତକ ଅସାମିଜିକ ବ୍ୟକ୍ତି ମରଣାତ୍ମକ ଆକ୍ରମଣ କରିବା ଘଟଣାରେ ଯାଜପୁର ଜିଲ୍ଲା ୱେବ ମିଡିଆ ସଙ୍ଘ ପକ୍ଷରୁ ପ୍ରତିବାଦର ଏକ ସ୍ମାରକ ପତ୍ର ଆଜି କୋରାଇଥାନା ଅଧିକାରୀ ରଞ୍ଜିତ ମହାନ୍ତି ଓ କୋରାଇ ବ୍ଳକର ବିଡ଼ିଓ ରଞ୍ଜନ କୁମାର ପରିଡାଙ୍କୁ ପ୍ରଦାନ କରାଯାଇଛି ।

ଆଜି ଅପରାହ୍ଣରେ ଜିଲା ୱେବ ମିଡିଆ ସଂଘ ର ବରିଷ୍ଠ ସ ମ୍ବାଦିକ ଭୁବନମୋହନ ମହାନ୍ତିଙ୍କ ନେତୃତ୍ୱରେ ଏକ ପ୍ରତିନିଧି ଦଳର ସଦସ୍ୟ ବିନୟ କୁମାର ରାଉତ, ତପନ ମିଶ୍ର, ପ୍ରମୋଦ କୁମାର ପାତ୍ର, ଦୀପକ ରଞ୍ଜନ ପାଣିଗ୍ରାହୀ, ପଦ୍ମଲୋଚନ ନାୟକ, ପ୍ରହଲ୍ଲାଦ ଦେଓ, ସନ୍ତୋଷ କୁମାର ରଥ, ରବୀନ୍ଦ୍ର ରାଉତ ପ୍ରମୁଖ ସାମ୍ବାଦିକମାନେ ପ୍ରଥମେ ସାଦକପୁର ସ୍ଥିତ ମହାଞଗା ଗାନ୍ଧିଙ୍କ ପ୍ରତିମୂର୍ତିରେ ପୁଷ୍ପମାଲ୍ୟ ପ୍ରଦାନ କରି ସେହିଠାରେ ସାମ୍ବାଦିକଙ୍କୁ ଆକ୍ରମଣ ଘଟଣାର ପ୍ରତିବାଦ କରିଥିଲେ ।

ଏଥି ସହିତ କିଭଳି ସାମ୍ବାଦିକ ମାନଙ୍କୁ ଖବର ସଂଗ୍ରହ ବେଳେ ସୁରକ୍ଷା ଦେବା ସହିତ ସ୍ୱତବ ଆଇନ ପ୍ରଣୟନ କରିବାକୁ ଦାବି କରିଥିଲେ । ପରେ ସମସ୍ତ ପ୍ରତିନିଧି ମାନେ କୋରାଇ ବ୍ଳକ କାର୍ଯ୍ୟାଳୟରେ ପହଂଚି ଜିଲ୍ଲାପାଳଙ୍କ ଉଦ୍ଦେଶ୍ୟରେ ବିଡିଓ ଶ୍ରୀ ପରିଡାଙ୍କୁ ଏକ ଦାବିପତ୍ର ପ୍ରଦାନ କରିଥିଲେ । ଏଥିସହିତ କିଭଳି ଖୁବଶୀଘ୍ର ସମସ୍ତ ଅଭିଯୁକ୍ତ ଗିରଫ ହେବା ଦାବି କରି ୱେବମିଡିଆ ସଙ୍ଘ ପକ୍ଷରୁ ଆରକ୍ଷୀଅଧୀକ୍ଷକଙ୍କ ଉଦେଶ୍ୟରେ କୋରାଇ ଥାନାଅଧିକାରୀ ଶ୍ରୀ ମହାନ୍ତିଙ୍କୁ ପ୍ରଦାନ କରିଥିଲେ ।

No Result
View All Result