No Result
View All Result

ଓଡ଼ିଶା ତାଜା ନ୍ୟୁଜ୍ (୧୮ ଫେବ୍ରୁଆରୀ ଶୁକ୍ରବାର) ରାୟଗଡ଼ :- ରାୟଗଡ ବ୍ଲକରେ ପଂଚାୟତ ନିର୍ବାଚନ ଏହିମାସ 20 ତାରିଖରେ ହେବାକୁ ଥିବାବେଳେ ନିର୍ବାଚନ କେମିତି ସୁରୁଖୁରୁରେ ହେବ ତାକୁ ନେଇ ଆଜି ଗଜପତି ଜିଲ୍ଲାପାଳ ଲିଙ୍ଗରାଜ ପଣ୍ଡା ରାୟଗଡ ବ୍ଲକକୁ ଆସି ତଦାରଖ କରିଥିଲେ | ନିର୍ବାଚନ ସକାଶେ ନିୟଜିତ ହୋଇଥିବା କର୍ମଚାରୀ ମାନେ ନିଜକୁ ନିୟଜିତ ହୋଇଥିବା ବୁଥକୁ ଯିବା ସକାଶେ ରାୟଗଡ ହାଇସ୍କୁଲ ପଡିଆ ଠାରେ ବ୍ୟବସ୍ଥା କରାଯାଇଛି |

କେଉଁଠି କଣ କଣ ବ୍ୟବସ୍ଥା କରାଯିବ ତାକୁ ବୁଲି ଦେଖିଛନ୍ତି | ବ୍ଲକ ସରିସର ରେ ଏକ କୋଠରୀକୁ ଷ୍ଟ୍ରଙ୍ଗ ରୁମ କୁ ମଧ୍ୟ ବୁଲି ଦେଖିଛନ୍ତି | ଏତିକି ବେଳେ ବିଜେପି ଓ କଂଗ୍ରେସ ଦଳ ପକ୍ଷରୁ ଷ୍ଟ୍ରଙ୍ଗ ରୁମ କୁ ନେଇ ଅଭିଯୋଗ କରିଥିଲେ | ମୋହନା ବ୍ଲକ ରେ ଉପୁଜିଥିବା ବିଶୃଙ୍ଖଳା ଏଠାରେ ନ ଉପୁଜେ ତାକୁ ନେଇ ଦୁଇ ଦଳ ପକ୍ଷରୁ ଜିଲ୍ଲାପାଳଙ୍କୁ ଅଭିଯୋଗ କରିଥିଲେ | ଏହି ସମୟରେ ଡେପୁଟି କଲେକଟର ନଟବର ଗରଡ଼ା, ବିଡ଼ିଓ ରାଜା ରଂଜିତ ପ୍ରତାପ ବଳ ପ୍ରମୁଖ ଉପସ୍ଥିତ ଥିଲେ l ସଞ୍ଜୀବ କୁମାର ପାଣି ରାୟଗଡ଼ ଗଜପତି


No Result
View All Result