ଭୁବନେଶ୍ୱର, ରିପୋର୍ଟ ( ଓଡିଶା ତାଜା ନ୍ୟୁଜ୍ ) ୯ ମଇ, ଶନିବାର, odishatazanews.com, whatsApp – 9938341180, ph.7008991872, facebook – odishatazanews, ଲାଇକ୍ ଓ ସେୟାର କରନ୍ତୁ – Mail – odishatazanews1@gmail.com
ନୟାଗଡ ଜିଲ୍ଲା ,ରିପୋର୍ଟ ,ରାମକୃଷ୍ଣ ରଥ / ଅଭିମନ୍ୟୁ ମହାରଣା : – ନୟାଗଡ ପୂର୍ବରୁ ୧୮ଟି ଜିଲ୍ଲାରେ କରୋନା ପାଦ ଥାପିଥିବା ବେଳେ ଆଜି ଏଥିରେ ଆଉ ଏକ ନୂଆ ଜିଲ୍ଲା ଯୋଡି ହୋଇଛି । ମହାମାରୀ କରୋନା ଗୋଟିଏ ପରେ ଗୋଟିଏ ଜିଲ୍ଲାକୁ ମାଡିବାରେ ଲାଗିଛି ନୟାଗଡର ଜଣେ ୪୦ ବର୍ଷୀୟ ଯୁବକ କରୋନା ଆକ୍ରାନ୍ତ ଜଣକ ସୁରତ ଫେରନ୍ତା ବୋଲି ସୂଚନା ମିଳିଛି । ନୟାଗଡ ଜିଲ୍ଲାରେ ପୂର୍ବରୁ କେହି ଆକ୍ରାନ୍ତ ନ ଥିବାରୁ ଏହା ଗ୍ରୀନ ଜୋନ ମଧ୍ୟରେ ଥିଲା ।
ସେହିଭଳି ରାଜ୍ୟରେ ଚିହ୍ନଟ ହୋଇଥିବା ଆଉ ଜଣେ କରୋନା ପଜେଟିଭ ଜଣକ ଗଂଜାମ ଜିଲ୍ଲାର ଏବଂ ସେ ବି ସୁରତ ଫେରନ୍ତା ବୋଲି ଜଣାପଡିଛି । ସେ ହେଉଛନ୍ତି ଜଣେ ୨୬ ବର୍ଷୀୟ ଯୁବକ ଏବଂ ସେ କ୍ୱାରେଣ୍ଟିନରେ ରହିଥିଲେ । ଏହି ଆକ୍ରାନ୍ତଙ୍କୁ ମିଶାଇ ଗଂଜାମରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୮୪ରେ ପହଂଚିଥିବା ବେଳେ ରାଜ୍ୟରେ ବର୍ତମାନ ସୁଦ୍ଧା ଗଂଜାମ, ଖୋର୍ଦ୍ଧା, ପୁରୀ, କଟକ, ଢେଙ୍କାନାଳ, ଯାଜପୁର, ଭଦ୍ରକ, ବାଲେଶ୍ୱର, ମୟୁରଭଂଜ, କଳାହାଣ୍ଡି, ବଲାଙ୍ଗୀର, ସୁନ୍ଦରଗଡ, ଝାରସୁଗୁଡା, ଦେବଗଡ, କେନ୍ଦ୍ରାପଡା, ଜଗତସିଂହପୁର, କୋରାପୁଟ, କେନ୍ଦୁଝର ଜିଲ୍ଲାରେ କରୋନା ପାଦ ଥାପିସାରିଛି ।
ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୨୮୯ରେ ପହଂଚିଛି । ଅନ୍ୟପଟେ ରାଜ୍ୟରେ ଆଜି ୫ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୪ ଜଣ ବାଲେଶ୍ୱରର ହୋଇଥିବା ଆଉ ଜଣେ ଯାଜପୁରର ବୋଲି ରାଜ୍ୟ ସ୍ୱାସ୍ଥ୍ୟ ପରିବାର ଓ କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।