No Result
View All Result
ଓଡ଼ିଶା ତାଜା ନ୍ୟୁଜ୍ (୧୨ ଫେବ୍ରୁଆରୀ ଶନିବାର ) ନୂଆଗାଁ :- ନୟାଗଡ ଜିଲ୍ଲା ବିଜେଡ଼ି ସଭାପତି ତଥା ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରା ଆରମ୍ଭ କରିଛନ୍ତି ମାରାଥନ୍ ନିର୍ବାଚନ ପ୍ରଚାର।ନୂଆଗାଁ ବ୍ଲକ୍ ୧୬ ନଂ ଜିଲ୍ଲା ପରିଷଦ ପ୍ରାର୍ଥିନୀ ଜସ୍ମୀନ ଦାସ ଙ୍କ ପାଇଁ ଦଶପଲ୍ଲା ବିଧାୟକ ହରିପୁର ପଞ୍ଚାୟତ ର ହରିପୁର, ହାତିଆ ଶିଳା,ଗୋପପୁର, ଭାଟ ସାହି, ବାଉଁଶ ଗଡ, ବାଲି ସାହି, ସୀଆରି ମାଳ,ଜୟପୁର ଆଦି ଗ୍ରାମ ର ଲୋକମାନଙ୍କ ପାଖକୁ ଯାଇ ରାଜ୍ୟ ସରକାରଙ୍କ ବିଭିନ୍ନ ଜନ କଲ୍ୟାଣ କାରୀ ଯୋଜନା ସମ୍ପର୍କରେ କହିଥିଲେ ।

ତତ୍ ସହିତ ଜିଲ୍ଲାପରିଷଦ ପ୍ରାର୍ଥୀନୀ ଙ୍କୁ ବିପୁଳ ଭୋଟ ଦେଇ ଜୟଯୁକ୍ତ କରିବା ପାଇଁ ଲୋକମାନଙ୍କୁ ନିବେଦନ କରିଥିଲେ । ବିଧାୟକ ଙ୍କ ସହିତ ହରିପୁର ପଞ୍ଚାୟତ ର ବିଜେଡ଼ି ସମର୍ଥିତ ସମିତି ସଭ୍ୟା ପ୍ରାର୍ଥୀନୀ ପୁଷ୍ପାଞ୍ଜଳି ସାହୁ ,ସରପଞ୍ଚ ପ୍ରାର୍ଥୀ ପ୍ରକାଶ ଚନ୍ଦ୍ର ସାହୁ,ବିଜେଡ଼ି ବ୍ଲକ୍ ସଭାପତି ସନାତନ ସାମଲ ଏବଂ କିଛି ଦଳୀୟ ନେତୃବୃନ୍ଦ ବିଧାୟକ ଙ୍କ ସହିତ ଉପସ୍ଥିତ ଥିଲେ ।

ସେହିପରି ଭାବେ ବେରୁଆଁ ବାରୀ, ବାହାଡ ଝୋଲା , ସୀଙ୍ଗାର ପଲ୍ଲୀ ଆଦି ପଞ୍ଚାୟତ ରେ ଜିଲ୍ଲାପରିଷଦ ପ୍ରାର୍ଥୀନୀ ଜସ୍ମିନ ଦାସ ଙ୍କ ପାଇଁ ଦଶପଲ୍ଲା ବିଧାୟକ ମାରାଥନ୍ ପ୍ରଚାର କରିଥିଲେ।

No Result
View All Result