- ଆଗାମୀ ଦିନରେ ଅନ୍ୟ ପାନ୍ଥନିବାସଗୁଡ଼ିକ ପାଇଁ ଏ ପରି ସେବା ଯୋଗାଇ ଦେବା ପାଇଁ ଆଉ କିଛି ପ୍ରମୁଖ ଅନ୍ଲାଇନ୍ ଖାଦ୍ୟ ବଣ୍ଟନ ସଂସ୍ଥା ସହିତ ବୁଝାମଣା ପତ୍ର ସ୍ୱାକ୍ଷର କରାଯିବ ବୋଲି ଅଧ୍ୟକ୍ଷା ଶ୍ରୀମତୀ ଶ୍ରୀମୟୀ ମିଶ୍ର କହିଛନ୍ତି ।
- ପର୍ଯ୍ୟଟନ , ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ମନ୍ତ୍ରୀ ଶ୍ରୀ ଜ୍ୟୋତି ପ୍ରକାଶ ପାଣିଗ୍ରାହୀଙ୍କ ପରାମର୍ଶ କ୍ରମେ ନିଗମ ‘ଜୋମାଟୋ’ ଓ ‘ସ୍ୱିଗୀ’ ପରି ଦୁଇ ପ୍ରମୁଖ ଲୋକ ପି୍ରୟ ଅନ୍ଲାଇନ୍ ଖାଦ୍ୟ ଡେଲିଭରୀ ସଂସ୍ଥା ସହିତ ଓଟିଡିସିର ଅଧ୍ୟକ୍ଷା ଶ୍ରୀମତୀ ଶ୍ରୀମୟୀ ମିଶ୍ର ଓ ପରିଚାଳନା ନିର୍ଦ୍ଦେଶକ ଶ୍ରୀ ହେ ମକା ; ସାଏଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବ ଧାନ ରେ ଏକ ବୁଝାମଣା ପତ୍ର ସ୍ୱାକ୍ଷରିତ ହୋଇଛି ।

ଭୁବନେଶ୍ୱର, ରିପୋର୍ଟ ( ଓଡିଶା ତାଜା ନ୍ୟୁଜ୍ ) ଅନ୍ଲାଇନ୍ରେ ‘ଜୋମାଟୋ’ ଏବଂ ‘ସ୍ୱିଗୀ’ ମାଧ୍ୟମରେ ଉପଲଧ ହେବ ଓଟିଡିସି ଦ୍ୱାରା ପ୍ରସ୍ତୁତ ଖାଦ୍ୟ ,8 ମଇ :- କୋଭିଡ୍-୧୯ ପ୍ରଭାବ ଯୋଗୁଁ ଏବେ ସାରା ରାଜ୍ୟ ଲକ୍ ଡାଉନ୍ରେ । ସମସ୍ତେ ଘରେ ରହି କରୋନାର ଦୃଢ଼ ମୁକାବିଲା କରୁଛନ୍ତି । ସାରା ରାଜ୍ୟରେ ହୋଟେଲ୍, ମଲ୍ ପ୍ରଭୃତି ବଳ ରହିଥିବା ଯୋଗୁଁ ଖାଦ୍ୟେ ପୟ ପାଇବାରେ ଲୋକେ ହଇରାଣ ହେଉଛନ୍ତି । ବିଶେଷ ଭାବେ ଏକାକୀ ରହୁଥିବା ବ୍ୟକ୍ତି ତଥା କ ର୍ମଜୀବୀମାନେ ଏଥିରେ ବହୁ ଅସୁବିଧାର ସମୁଖୀନ ହେ ଉଥିବା ଦୃଷ୍ଟିକୁ ଆସୁଛି । ଏପରି ଏକ ଘଡ଼ିସନ୍ଧି ସମୟରେ ଘରେ ଘରେ ସୁସ୍ୱାଦୁ ଖାଦ୍ୟ ପହଞ୍ଚାଇବା ପାଇଁ ଓଟିଡ଼ିସି ଏକ ନୂତନ ପ୍ରୟାସ ଆରମ୍ଭ କରିଛି – ‘ ପସନ୍ଦ ଆ ପଣଙ୍କର, ରୋଷେଇ ଆମର’ ।
ପର୍ଯ୍ୟଟନ , ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ମନ୍ତ୍ରୀ ଶ୍ରୀ ଜ୍ୟୋତି ପ୍ରକାଶ ପାଣିଗ୍ରାହୀଙ୍କ ପରାମର୍ଶ କ୍ରମେ ନିଗମ ‘ଜୋମାଟୋ’ ଓ ‘ସ୍ୱିଗୀ’ ପରି ଦୁଇ ପ୍ରମୁଖ ଲୋକ ପି୍ରୟ ଅନ୍ଲାଇନ୍ ଖାଦ୍ୟ ଡେଲିଭରୀ ସଂସ୍ଥା ସହିତ ଓଟିଡିସିର ଅଧ୍ୟକ୍ଷା ଶ୍ରୀମତୀ ଶ୍ରୀମୟୀ ମିଶ୍ର ଓ ପରିଚାଳନା ନିର୍ଦ୍ଦେଶକ ଶ୍ରୀ ହେ ମକା ; ସାଏଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବ ଧାନ ରେ ଏକ ବୁଝାମଣା ପତ୍ର ସ୍ୱାକ୍ଷରିତ ହୋଇଛି । ପ୍ରଥମ ପର୍ଯ୍ୟାରେ ନିଗମ ଦ୍ୱାରା ପରିଚାଳିତ ୪ଟି ପାନ୍ଥନିବାସ ଯଥା- ଭୁବନେଶ୍ୱର, କଟକ, ପୁରୀ ଓ ରାଉରକେଲା ସହରବାସୀଙ୍କୁ ଏହି ଦୁଇ ପ୍ରମୁଖ ଅନ୍ଲାଇନ୍ ମାଧ୍ୟମରେ ଦିଆଯାଉଥିବା ଡୋର୍ ଟୁ ଡୋର୍ ଅର୍ଡର ଅନୁଯାୟୀ ଖାଦ୍ୟ ଯୋଗାଇ ଦିଆଯିବ ।
ଏହାଛଡ଼ା ପାର ̧ରକି ଓଡ଼ିଆ ଗଣ ପର୍ବ ‘ରଜ’ର ପୋପାଡ଼ ପିଠା ଓ ଅନ୍ୟାନ୍ୟ ସବୁ ପ୍ରକାର ପିଠା ମଧ୍ୟ ଏହି ଅନ୍ଲାଇନ୍ ମାଧ୍ୟମରେ ଉ ପଲଧ ହେବ । ଆଜି ମାନ୍ୟବର ମନ୍ତ୍ରୀ, ନିଗମର ଅଧ୍ୟକ୍ଷା, ପରିଚାଳନା ନିର୍ଦ୍ଦେଶ, ପର୍ଯ୍ୟଟନ ବିଭାଗ ଏବଂ ଓଟିଡିସିର ବରିଷ୍ଠ ଅଧିକାରୀ ଏବଂ ‘ଜୋମାଟୋ’ ଓ ‘ସ୍ୱିଗୀ’ର କର୍ମକର୍ତ୍ତାଙ୍କ ଉପସ୍ଥିତିରେ ଅନୌ ପଚାରିକ ଭାବେ ଏହାର ଶୁଭାରମ୍ଭ କରିଛନ୍ତି । ଆଗାମୀ ଦିନରେ ଅନ୍ୟ ପାନ୍ଥନିବାସଗୁଡ଼ିକ ପାଇଁ ଏ ପରି ସେବା ଯୋଗାଇ ଦେବା ପାଇଁ ଆଉ କିଛି ପ୍ରମୁଖ ଅନ୍ଲାଇନ୍ ଖାଦ୍ୟ ବଣ୍ଟନ ସଂସ୍ଥା ସହିତ ବୁଝାମଣା ପତ୍ର ସ୍ୱାକ୍ଷର କରାଯିବ ବୋଲି ଅଧ୍ୟକ୍ଷା ଶ୍ରୀମତୀ ଶ୍ରୀମୟୀ ମିଶ୍ର କହିଛନ୍ତି । ପାର ̧ରିକ ଓଡ଼ିଆ ଖାଦ୍ୟ ସହିତ ସମସ୍ତ ପ୍ରକାର ଆମିଷ ଓ ନିରାମିଷ ବ୍ୟଞ୍ଜନ ସମ୍ଭାରକୁ ସୁଲଭ ତଥା ସଂପୂର୍ଣ୍ଣ ହାଇଜେନିକ୍ ଭାବ ରେ ଅନ୍ଲାଇନ୍ ମାଧ୍ୟମରେ ସହରବାସୀଙ୍କୁ ଯୋଗାଇ ଦିଆଯିବ ବୋଲି ସେ କହିଛନ୍ତି ।













