(ପିଏସ୍ୟୁ କର୍ମଚାରୀମାନେ ସମୟ ଅନୁସାରେ ଆଗେଇ ଆସିଛନ୍ତି, ସହଜରେ
ୱାର୍କ ଫ୍ରମ୍ ହୋମ୍ ବ୍ୟବସ୍ଥାକୁ ଗ୍ରହଣ କରିଛନ୍ତି, ଲକ୍ଡାଉନ୍ ସମୟରେ
ଯେଭଳି ପରିଚାଳନା ଜାରି ରହିବାରେ କୌଣସି ବଡ଼ ଧରଣର ବିଭ୍ରାଟ ନହୁଏ ତାହାକୁ ନିଶ୍ଚିତ କରିଛନ୍ତି)
ଭୁବନେଶ୍ୱର ,ରିପୋର୍ଟ / ଅଭିମନ୍ୟୁ ମହାରଣା ( ଓଡିଶା ତାଜା ନ୍ୟୁଜ୍ )“ୱାର୍କ ଫ୍ରମ୍ ହୋମ୍” ,8 ମଇ :- ପି କେ ସିଂହଙ୍କ ଦ୍ୱାରା ଲିଖିତ କରୋନା ଭୂତାଣୁ ବିଶ୍ୱ ମହାମାରୀ କିଭଳି ସହର, ଦେଶ ଏବଂ ସାରା ବିଶ୍ୱର ମହାଦେଶଗୁଡ଼ିକରେ ବିଭ୍ରାଟ ସୃଷ୍ଟି କରିଛି ଯାହା ଉଚ୍ଚ ମରଣଶୀଳତା ଏବଂ ମୃତ୍ୟୁ ହାରର କାରଣ ପାଲଟିଛି ସେବିଷୟରେ ଅନେକ ଲେଖା ପ୍ରକାଶ ପାଉଛି । ଏଠାରେ ପ୍ରକାଶ କରିବା ଅନୁପଯୁକ୍ତ ଯେ ପ୍ରତିଟି କଳା ବାଦଲରେ ଏକ ରୁପାର ରେଖା ରହିଥାଏ । ଏହି ନିର୍ବନ୍ଧଟି ବିଶ୍ୱ ବ୍ୟବସାୟ ଦୁନିଆ ଉପରେ ସେହିଭଳି ପ୍ରଚ୍ଛଦରେ ଆଶୀର୍ବାଦ ଉପରେ ପର୍ଯ୍ୟବେସିତ-ସାରା ଦୁନିଆରେ ୱାର୍କ ଫ୍ରମ୍ ହୋମ୍ ସଂସ୍କୃତିର ଅଭ୍ୟୁଦୟ । ପୂର୍ବରୁ ଚର୍ଚ୍ଚା ହେଉଥିବା କିଛି ନିର୍ଦିଷ୍ଟ କ୍ଷେତ୍ର କିଭଳି ଜାତୀୟ ଏବଂ ଆନ୍ତର୍ଜାତିକ ସ୍ତରରେ ୱାର୍କ ଫ୍ରମ ହୋମ୍ (ଡବ୍ଲୁଏଫଏଚ) ମଡେଲ୍କୁ ଗ୍ରହଣ କରିଛନ୍ତି, ଏଭଳି କାର୍ଯ୍ୟ କରୁଥିବା ସଂସ୍ଥା ଏବଂ ବ୍ୟକ୍ତିଙ୍କ ସଂଖ୍ୟା ସ୍ୱଳ୍ପ ମାତ୍ର ଥିଲା । କୋଭିଡ୍-୧୯ ସେହି ଆଲୋଚନାକୁ ନାଟକୀୟ ଭାବେ ବଦଳାଇ ଦେଇଛି । ଘରୋଇ କ୍ଷେତ୍ରର ସଂସ୍ଥାଗୁଡ଼ିକ ସେମାନଙ୍କ ଲାଭ ପାଇଁ ଡବ୍ଲୁଏଫ୍ଏଚ୍ ମଡେଲ୍କୁ ବ୍ୟବହାର କରୁଥିବା ଅନେକ କଥା ଜଣାପଡ଼ୁଥିଲେ ମଧ୍ୟ ରାଷ୍ଟ୍ରାୟତ କ୍ଷେତ୍ରର ୟୁନିଟ୍ ଏହି ଦୃଷ୍ଟିକୋଣରୁ ଖବରରେ ବିଶେଷ ନାହିଁ । ରାତାରାତି, ଏକ ନୂଆ ଆଲୋଚନା ଭାରତରେ ଉନ୍ମୁକ୍ତ ହୋଇଛି ଯେଉଁଠାରେ ଇତିହାସ ଲେଖାହୋଇଛି ଯେ ଡବ୍ଲୁଏଫ୍ଏଚ୍ ଜରିଆରେ ପିଏସ୍ୟୁଗୁଡ଼ିକ ବିଜନେ ଓ କଂଟିନ୍ୟୁଇଟି ପ୍ଲାନ (ବିସିପି)କୁ ଜାରି ରଖିବା ନିଶ୍ଚିତ କରିଛନ୍ତି । କିନ୍ତୁ କୋଭିଡ୍-୧୯ ପାଇଁ ଜାରି କରାଯାଇଥିବା ଲକ୍ଡାଉନ୍ କୌଣସି ସୁଯୋଗ ଭଳି ମୁହୂର୍ତକୁ ଆଣିନାହିଁ । ଆହ୍ୱାନକୁ ସାମ୍ନା କରିବା ଲାଗି ଆଗେଇ ଆସିବା ମାର୍ଚ୍ଚ ୨୪ରେ ଲକ୍ଡାଉନ୍ ଆରମ୍ଭ ହେବା ପରେ ସମସ୍ତ ସଂସ୍ଥା, ସରକାରୀ କିମ୍ବା ଘରୋଇ ପାଇଁ ଏକ କଠିନ ସମୟ ଥିଲା-ଆର୍ଥିକ ବର୍ଷ ଶେଷ ହେଉଥିବାର ସମୟ । ସାଧାରଣତଃ, ଅଧିକାଂଶ କଂପାନି ଶେଷ ମୁହୂର୍ତ ଯୋଗାଡ଼ରେ ଲାଗିଥାନ୍ତି ହିସାବ ଖାତାକୁ ସଜାଡ଼ି ବନ୍ଦ କରିବା ପାଇଁ । କହିବା ଅନାବଶ୍ୟକ ଯେ, ସମସ୍ତ କର୍ମଚାରୀ ଏହି ସମୟରେ ଆଗେଇ ଆସିଥିଲେ ଏବଂ ଲକ୍ଡାଉନ୍ ଘୋଷଣା ହେବା ପରେ ୨୦୧୯-୨୦ ଆର୍ଥିକ ବର୍ଷର ଶେଷ ସମୟରେ ଉଲ୍ଲେଖନୀୟ ଯୋଗଦାନ ଦେଇଥିଲେ । ସୌଭାଗ୍ୟର ବିଷୟ ହେଉଛି, ଅଧିକାଂଶ ପିଏସ୍ୟୁ ଗୁଡ଼ିକ ପାଇଁ ସେମାନଙ୍କର ୮୫%ରୁ ଅଧିକ ଶ୍ରମ ଶକ୍ତି ହେଉଛନ୍ତି ପେସାଦାର ଭାବେ ଯୋଗ୍ୟ । ଏହାର ଫଳ ସ୍ୱବରୂପ ସବୁ ବର୍ଗର କର୍ମଚାରୀମାନେ ବ୍ୟବସ୍ଥାକୁ ଭଲ ଭାବେ ଜାଣିଛନ୍ତି । ନିଶ୍ଚିତ ରୂପେ, ପୂର୍ବରୁ ପିଏସ୍ୟୁ କର୍ମଚାରୀମାନେ ଅନଲାଇନ୍ରେ କାର୍ଯ୍ୟ କରୁଥିଲେ । ଏକମାତ୍ର ବ୍ୟତିକ୍ରମ ଥିଲା-ସେମାନଙ୍କ ପାଇଁ ସେହି କାର୍ଯ୍ୟ କାର୍ଯ୍ୟାଳୟ ଭିତରେ ସୀମିତ ଥିଲା । ତେଣୁ, ବର୍ତମାନର ଡବ୍ଲୁଏଫ୍ଏଚ୍ ପାଇଁ ସେହି ବ୍ୟବସ୍ଥାକୁ ଅପହଂଚ ଅଂଚଳ ଯଥା କର୍ମଚାରୀଙ୍କ ଘରେ ହିଁ ମୂତୟନ କରିବା ଦରକାର ପଡ଼ିଥିଲା । ବର୍ତମାନର କରୋନା ଭୂତାଣୁ ସଙ୍କଟକୁ ନଜରରେ ରଖି କର୍ମଚାରୀମାନେ ସମୟର ଆହ୍ୱାନକୁ ଜାଣିପାରିଥିଲେ । ସେହି ଅନୁସାରେ ସେମାନେ ସେମାନଙ୍କ ଜ୍ଞାନ ଏବଂ ସଂସ୍ଥା ତରଫରୁ ସେମାନଙ୍କୁ ଯୋଗାଇ ଦିଆଯାଇଥିବା ବ୍ୟବସ୍ଥାର ଶ୍ରେଷ୍ଠ ବ୍ୟବହାର କରିପାରିଥିଲେ । ଏହା କହିହେବ ନାହିଁ ଯେ କାର୍ଯ୍ୟାଳୟରେ ରହି କାର୍ଯ୍ୟ କରିବାରୁ ଡବ୍ଲୁଏଫ୍ଏଚ୍କୁ ହଠାତ୍ ପରିବର୍ତିତ ହେବାରେ କୌଣସି ଆହ୍ୱାନ ଦେଖାଦେଇନଥିଲା । ପିଏସ୍ୟୁ କର୍ମଚାରୀମାନେ ଯେକୌଣସି ସ୍ଥାନରେ ରହି ଇ- ମେଲ୍, କର୍ମଚାରୀ ତଥ୍ୟ ଏବଂ ପୋର୍ଟାଲ୍କୁ ହାସଲ କରିପାରୁଛନ୍ତି । ଯାହା ହାସଲ ହୋଇପାରୁନାହିଁ ତାହା ହେଉଛି ଅଫିସର ବ୍ୟବସ୍ଥା । ଏହି ଠାରେ ଆଇଟି ଟିମ୍ ପ୍ରମୁଖ ଭୂମିକା ନିର୍ବାହ କରୁଛି, ଅଧିକାଂଶ କର୍ମଚାରୀଙ୍କୁ ଅଫିସ ବ୍ୟବସ୍ଥାର ରିମୋଟ୍ ଲଗ୍ଇନ୍ ପ୍ରଦାନ କରୁଛି । ଅନ୍ୟ ଏକ ପ୍ରମୁଖ ଆହ୍ୱାନ ହେଉଛି ସାଇବର୍ ଆକ୍ରମଣ । ସାରା ବିଶ୍ୱରେ କରୋନାଭୂତାଣୁ ମାମଲା ବଢ଼ୁଛି ଏବଂ ଭାରତରେ ମଧ୍ୟ ଏହା ବଢ଼ୁଛି, ଏକ ନୂତନ ପ୍ରକାରର ମାଲ୍ଓୟାର ଓ ରାନସମ୍ ଓୟାର ଆକ୍ରମଣ ଆରମ୍ଭ ହୋଇଯାଇଥିବା ଚର୍ଚ୍ଚା ହେଉଛି । ସତର୍କତାର ବିଷୟ ହେଉଛି, ଏହି ସବୁ ଭାଇରସ୍ କୋଭିଡ୍-୧୯ ମାର୍ଗଦର୍ଶିକା ଭାବେ କିମ୍ବା ଷ୍ଟାଟସ୍ ଅପଡେଟ୍ ଭାବେ ଆସୁଛି । ଯେହେତୁ ପିଏସ୍ୟୁ ଗୁଡ଼ିକୁ ଅଧିକ ରିମୋଟ୍ ସଂଯୋଗ ଦରକାର, ବିପଦ ମାତ୍ରା ଅଧିକ ଯାହା ଘରେ ଥିବା ସମସ୍ତ ଆଇଟି ସଂପତିର ସୁରକ୍ଷା ନିଶ୍ଚିତ କରିବା ଅଧିକ କଠିନ ହୋଇପଡ଼ିଛି । ତେଣୁ, ବିଭିନ୍ନ ରାଷ୍ଟ୍ରାୟତ ଉଦ୍ୟୋଗର ଆଇଟି ଟିମ୍ ବିନା କୌଣସି ଗୁରୁତର ତ୍ରୁଟିରେ ସମ୍ପୂର୍ଣ୍ଣ ଆଇଟି ବ୍ୟବସ୍ଥାର ପରିବର୍ତନ କରିପାରିଛନ୍ତି । କଂପାନି ନୀତି ଅନୁସାରେ, ସମସ୍ତ ଶ୍ରମ ଶକ୍ତିଙ୍କୁ ଲାପ୍ଟପ ପ୍ରଦାନ କରାଯାଇଛି । ଭର୍ଚୁଆଲ ପ୍ରାଇଭେଟ୍ ନେଟ୍ୱର୍କ (ଭିପିଏନ୍) ସଂଯୋଗ-ପିଏସ୍ୟୁ ଗୁଡ଼ିକ ଅନୁସାରେ, ଏହା ଏକ୍ଜିକ୍ୟୁଟିଭ୍ମାନଙ୍କୁ ଶତାଧିକ ସଂଯୋଗ ପ୍ରଦାନ କରୁଛି । ପୁନଶ୍ଚ, ଭିଡିଓ କନଫରେନ୍ସି ଆପ୍ଲିକେସନ (ମାଇକ୍ରୋସଫ୍ଟ ଟିମସ୍) ସଂଯୋଗ ପାଇଁ ଷ୍ଟାପ୍ ଚୟନ କରୁଛନ୍ତି (ଭିଡିଓ କଲିଂ, ଫାଇଲ ସେୟାରିଂ ଓ ଚାଟ୍ ସୁବିଧା ପାଇଁ) । ଡବ୍ଲୁଏଫ୍ଏଚ୍ର ସଂସ୍ଥାଗତକରଣ? ବର୍ତମାନ, ଅଧିକାଂଶ ପିଏସ୍ୟୁ ମାମଲାରେ ୮୦ ପ୍ରତିଶତରୁ ଅଧିକ କର୍ମଚାରୀ ଘରେ ରହି କାର୍ଯ୍ୟ କରୁଛନ୍ତି । ସାଂପ୍ରତିକ ସଙ୍କଟକୁ ନେଇ କୌଣସି କାର୍ଯ୍ୟ ସ୍ଥଗିତ କିମ୍ବା ବିଳମ୍ବିତ ହୋଇନାହିଁ । ବର୍ତମାନ ଡବ୍ଲୁଏଫ୍ଏଚ୍ ମଡେଲ୍ର ସଫଳତାକୁ ନେଇ କିଛି କର୍ମଚାରୀଙ୍କ ପାଇଁ ଏହି ବ୍ୟବସ୍ଥାର ସଂସ୍ଥାକରଣ ପାଇଁ ବିଚାରବିମର୍ଶ ଜାରି ରଖିଛି । ଏହି ପରିପ୍ରେକ୍ଷୀରେ, କିଛି କର୍ମଚାରୀ କିମ୍ବା ଅଧିକ କର୍ମଚାରୀ ଘରେ ରହି କାର୍ଯ୍ୟ କରିବେ ନା ନାହିଁ ତାହାକୁ ନେଇ ପିଏସ୍ୟୁ ଗୁଡ଼ିକର କୌଣସି ଆକଳନ କରିପାରୁନାହାନ୍ତି । ପ୍ରତିଟି ପ୍ରସଙ୍ଗର ଲାଭ ଓ କ୍ଷତି ଦିଗ ରହିଛି । ଏହା କହିବା ବେଳେ ଭବିଷ୍ୟତକୁ ଚାହୁଥିବା ସଂସ୍ଥାଗୁଡ଼ିକ ବିଶ୍ୱ ସ୍ତରରେ ପ୍ରଚଳିତ ଶ୍ରେଷ୍ଠ ପ୍ରଥା ଗ୍ରହଣ କରିବାକୁ ପଡ଼ିବ ଯାହା ସଂସ୍ଥା ଓ କର୍ମଚାରୀଙ୍କ ପାଇଁ ଲାଭଦାୟକ ହେବା ସହିତ ଅଧିକ ଉତ୍ପାଦକତାର ଫଳ ଆଣିବ । କର୍ମଚାରୀଙ୍କ କାର୍ଯ୍ୟ ଦକ୍ଷତା ବଢ଼ାଇବା ଲାଗି କର୍ମ-ଜୀବନ ସନ୍ତୁଳନ ଜରୁରୀ । ଯେହେତୁ ପିଏସୟୁ ଗୁଡ଼ିକ ପାଇଁ ଡବ୍ଲୁଏଫ୍ଏଚ୍ ନୂଆ ପରିକଳ୍ପନା ହୋଇଥିବା ବେଳେ ଲକ୍ଡାଉନ୍ ହଟିବା ପରେ ଉଭୟ ନିଯୁକ୍ତିଦାତା ଏବଂ କର୍ମଚାରୀଙ୍କ ପାଇଁ ଏହାର ଲାଭ ଏବଂ କ୍ଷତି ଦିଗକୁ ସନ୍ଧାନ କରାଯାଉଛି । ଉଦାହରଣ ସ୍ୱରୂପ, ଏହି ସୁଯୋଗକୁ ନୂତନ ଭାବେ ପିତାମାତା ହେଉଥିବା ନିର୍ଦିଷ୍ଟ କିଛି କର୍ମଚାରୀ, ଯେଉଁମାନେ ମାତୃତ୍ୱ କିମ୍ବା ପିତୃତ୍ୱ ଛୁଟି ଶେଷ ହେବା ପର୍ଯ୍ୟନ୍ତ ଘରେ ରହି କାର୍ଯ୍ୟ କରିବାର ଅନୁମତି ଦିଆଯାଇପାରିବ । ପୁନଶ୍ଚ, ପରିବାରରେ ଯଦି କୌଣସି ଜରୁରୀକାଳୀନ ସମସ୍ୟା ଥିବ, ଯଦି କର୍ମଚାରୀ ଡବ୍ଲୁଏଫଏଚ ଜରିଆରେ ପେସାଦାର ଏବଂ ବ୍ୟକ୍ତିଗତ ଦାୟିତ୍ୱ ନିର୍ବାହ କରିବା ଲାଗି ଇଚ୍ଛା ପ୍ରକାଶ କରିବେ ତାଙ୍କୁ ଏହି ବିକଳ୍ପ ପାଇଁ ଅନୁମତି ଦିଆଯାଇପାରିବ । ଡବ୍ଲୁଏଫ୍ଏଚ୍ ମଡେଲ୍ର ସଫଳତାକୁ ବିଚାରକୁ ନେଇ ଏହା ନିକଟ ଭବିଷ୍ୟତରେ ନୂଆ ସାଧାରଣ କଥା ହୋଇଯିବ । ଏହା ବ୍ୟତୀତ ଏକ ନମନିୟ କର୍ମ ବ୍ୟବସ୍ଥା ଲାଗୁ କରିବାକୁ ହେବ ଯେଉଁଥିରେ ଡବ୍ଲୁଏଫ୍ଏଚ୍ ଓ ଫ୍ଲେକ୍ସି- କାର୍ଯ୍ୟ କରିବାର ସମୟ ରହିବ । ଏଭଳି ପଦକ୍ଷେପ ଏକ ନୂଆ କର୍ମ ସଂସ୍କୃତି ଓ ପରିବେଶ ସୃଷ୍ଟି କରିବ । ଏହା ଉନ୍ନତ ଉତ୍ପାଦକତା, ଶ୍ରେଷ୍ଠ ଉତ୍ସାହ ଏବଂ ଉନ୍ନତ କର୍ମ-ଜୀବନ ସଂସ୍କୃତିର ପ୍ରସାର କରିବ । ଅତିକମ୍ରେ ଗୋଟିଏ ମାନଦଣ୍ଡ ଦୃଷ୍ଟିରୁ ଡବ୍ଲୁଏଫ୍ଏଚ୍ ହେଉଛି ଏକ ପ୍ରଭାବଶାଳୀ ମଡେଲ୍ । ଏହା ଯାତାୟାତ ସମୟ ହ୍ରାସ କରିବାରେ ସହାୟକ ହେବ । ସହରାଂଚଳରେ ଜଣେ ବ୍ୟକ୍ତିଙ୍କ ଦୈନନ୍ଦୀନ କାର୍ଯ୍ୟରେ ଏହା ପ୍ରାୟ ଦୁଇ ତିନି ଘଂଟାର ସମୟ ନେଇଥାଏ । ମାନବ ସମ୍ବଳ ବିଭାଗ ଏହାକୁ ମନରେ ରଖି ଏବଂ ଏହି ଚିନ୍ତାଧାରାକୁ ବିଚାରକୁ ନେଇ, ପିଏସ୍ୟୁ ଗୁଡ଼ିକ ଲକ୍ଡାଉନ୍ କଟକଣା ହଟିଯିବା ପରେ ଏନେଇ ପିଏସ୍ୟୁ ଗୁଡ଼ିକ ଉପଯୁକ୍ତ ନିଷ୍ପତି ନେଇପାରିବେ ।