
ନୟାଗଡ ଜିଲ୍ଲା ,ରିପୋର୍ଟ /ରାମକୃଷ୍ଣ ରଥ ( ଓଡିଶା ତାଜା ନ୍ୟୁଜ୍ )ନୟାଗଡ ଏସ.ପି.ଙ୍କ ନେତୃତ୍ୱରେ ସହରାଞ୍ଚଳ ବଜାର ଘାଟ ଛାନ ଭିନ ,8 ମଇ :- ଚାରିଆଡେ ଲକଡାଉନ ପରିପ୍ରେକ୍ଷିରେ ଜୀବନ ଯାପନ ପରିସ୍ଥିତି ସଂମ୍ପୂର୍ଣ୍ଣ କୋହଳ ହୋଇନାହିଁ । ନୟାଗଡ ଗ୍ରିନ୍ ଜୋନ ହୋଇଥିବାରୁ କିଛି ଅଂଶରେ କୋହଳ ହୋଇଛି | ଏହାର ସୁଯୋଗରେ କିଛି ଅସାଧୁ ବେପାରୀ ସମସ୍ତ ଆଇନ କାନୁନ ଏପରିକି ବ୍ୟବସାୟ ସମୟରେ ସାମାଜିକ ଦୁରତ୍ୱକୁ ଗୁରୁତ୍ୱ ଦେଉ ନାହାଁନ୍ତି । ରାସ୍ତା ଘାଟରେ ଚଳପ୍ରଚଳ ବେଳେ ବହୁ ବ୍ୟକ୍ତି ମାସ୍କ ନ ପିନ୍ଧିବା ସହ ବାଇକରେ ୩ ଜଣ ଲେଖାଏଁ ବସି ବେପରୁୱା ଗାଡି ଚଳନା କରିଥିବା ଦେଖାଯାଇଛି |
ଏହି କ୍ରମରେ ଆଜି ଦିନ ୧୦ଘ. ୪୫ ମି.ରେ ଏଠାକାର ଏସ.ପି.ପ୍ରତ୍ଯୁଷ କୁମାର ଦିୱାକର,ଡି.ଏଫ.ଓ.ଧନରାଜ ହନୁମନ୍ତଜୀ ଧନନ୍ଧିରେ,କାର୍ଯ୍ୟନିର୍ବାହୀ ମାଜିଷ୍ଟେଟ ଭିକ୍ଷାରୀ ଚରଣ ସାହୁ,ମ୍ୟୁନିସପାଲିଟିର କାର୍ଯ୍ୟନିର୍ବାହୀ ଅଧିକାରୀ ସନ୍ତୋଷ କୁମାର ଜେନା,ଟାଉନଥାନା ଆଇ.ଆଇ.ସି ଜୟଦ୍ବୀପ ମହାନ୍ତିଙ୍କ ନେତୃତ୍ୱରେ ସମଗ୍ର ସହରାଞ୍ଚଳକୁ ଚଢାଉ କରିବା ସହ ଆଇନ ଖିଲାପକାରୀଙ୍କୁ ଜୋରିମାନା ସହ କରୋନା ସଂପର୍କରେ ସଚେତନ କରାଯାଉଛି । ଏପରିକି କିଛି ଅସାଧୁ ବଡବଡ ବ୍ୟବସାୟୀଙ୍କୁ ଜୋରିମାନା ସହ ଆଗକୁ ଏପରି ବେଆଇନ କାର୍ଯ୍ୟ କଲେ ଦୄଢ କାର୍ଯ୍ୟାନୁଷ୍ଠାନ ହେବ ବୋଲି ଉଧିକାରୀ ମାନେ ଚେତାବନି ଦେଇଛନ୍ତି । ଜିଲ୍ଲା ପ୍ରସାଶନ ଜାରି କରିଥିବା ସମସ୍ତ ଆଇନକୁ ଅକ୍ଷରେ ଅକ୍ଷରେ ପାଳନ କରିବା ପାଇଁ ଛାନଭିନ ଅବସରରେ ଏସ.ପି. ଶ୍ରୀଯୁକ୍ତ ଦିୱାକର ଜନସାଧାରଣଙ୍କୁ ନିବେଦନ କରିବା ସହ ଏଥିରେ ଅବହେଳା ହେଲେ ଏଣିକି ଦୄଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ପ୍ରକାଶ କରିଛନ୍ତି ।
ଏସମସ୍ତ ଚଢାଉକୁ ଟାଉନଥାନା ଆଇ.ଆଇ.ସିଙ୍କ ନେତୄତ୍ୱରେ ଏସ.ଆଇ ଧର୍ମେନ୍ଦ୍ର ଶିଆଳ,ସ୍ମୃତି ରଞ୍ଜନ ମହାନ୍ତିଙ୍କ ସମେତ ଟାଉନ ଥାନାର ସମସ୍ତ କର୍ମଚାରୀ,ମ୍ୟୁନିସପାଲିଟିର ସମସ୍ତ କର୍ମଚାରୀ ଆଗେଇ ନେଇଥିବା ବେଳେ ଆଜି ଠାରୁ ରାତ୍ର ୭ଘ.ରୁ ସକାଳ ୭ଘ. ମଧ୍ୟରେ ରାସ୍ତା ଘାଟରେ ବିନା କାରଣରେ ଯେଉଁମାନେ ବୁଲୁଛନ୍ତି ସେମାନଙ୍କ ବିରୁଦ୍ଧରେ ଜୋରିମାନା ସହଦୄଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଟାଉନଥାନା ସୁତ୍ରରୁ ପ୍ରକାଶ । ତେବେ ନୟାଗଡ ପୋଲିସ୍ ର ଏଭଳି କାର୍ଯ୍ୟାନୁଷ୍ଠାନକୁ ବୁଦ୍ଧି ଜିବୀ ମହଲରେ ପ୍ରଶଂସା କରାଯାଉଛି ।


















