କୋରାଇ,ରିପୋର୍ଟ / ରଶ୍ମିରେଖା ମଲ୍ଲିକ (ଓଡିଶା ତାଜା ନ୍ୟୁଜ୍ ) ,୭ ମଇ, ଗୁରୁବାର :- ମହାମାରି କରୋନାକୁ ମୁକାବିଲା କରିବା ପାଇଁ କୋରାଇ ଥାନା ପକ୍ଷରୁ ସୀମା ଜଗିବା, ଅମାନିଆଙ୍କୁ ସାବାଡ କରିବା, ଗାଁ ଗାଁ କୁ ବୁଲି ମାସ୍କ ବଂଟନ କରିବା ସହ ପ୍ରଚାର କରିବା ପରେ ଏବେ ଅଭିନବ ପ୍ରୟାସ କରିଛନ୍ତି କରୋନା ଯୋଦ୍ଧା ଥାନା ଅଧିକାରୀ । କରୋନା ଯୋଦ୍ଧା ଥାନା ଅଧିକାରୀ ଦୀର୍ଘ ଦେଢମାସ ହେବ ଥାନା ଇଲାକା ବୁଲି ସମ୍ବଲପୁରୀ ଗୀତ ସ୍ୱରରେ, ଲୋକପ୍ରିୟ ଗୀତ ସୀତା ଲୋରି ଗୀତ ଅଧାରରେ ଗୀତ ଗାଇ ଗାଇ ଲୋକଙ୍କୁ ସଚେତନ କରି ଆସୁଛନ୍ତି ।
ସାଧାରଣତଃ ଗାଁ ଗହଳିର ଲୋକେ ଚକୁଳିଆ ଗୀତ ଭବିଷ୍ୟ ମାଳିକା ବୋଲି ଯାଉଥିବାରୁ ତାହାକୁ ବିଶ୍ୱାସ କରି ସାଧାରଣତଃ ଗାଁ ଗହଳି ର ଲୋକେ ଶୁଣିଥାନ୍ତି; ତେଣୁ ଲୋକଙ୍କ ବିଶ୍ୱାସକୁ ଅଧାର କରି କରୋନା ସଂପର୍କିତ ସଚେତନ ବାର୍ତ ଆଧାରିତ ରଚିତ ଗୀତକୁ ନିଜେ ଥାନା ଅଧିକାରୀ ଶ୍ରୀ ମହାନ୍ତି ଗାଇ ଗାଇ ଅନ୍ୟ ଦୁଇ କର୍ମଚାରୀଙ୍କୁ ଚକୁଳିଆ ପଣ୍ଡା ସଜାଇ ଥାନା ଇଲାକା ର ଗାଁ ଦାଣ୍ଡରେ ଚାଲିଛନ୍ତି । ଲୋକମାନେ ଗାଁ ଦାଣ୍ଡରେ ଚକୁଳିଆ ପଣ୍ଡାଙ୍କ ସହ ଥାନା ବାବୁ ଙ୍କର କରୋନା ସଚେତନତା ।