No Result
View All Result
ଓଡ଼ିଶା ତାଜା ନ୍ୟୁଜ୍ (୩୧ ଜାନୁଆରୀ ସୋମବାର ) ଭୁବନେଶ୍ୱର :- ଭୁବନେଶ୍ୱର କୋର୍ଟ ପରିସରରେ ଭୁବନେଶ୍ୱର ଓକିଲ ସଂଘ ପକ୍ଷରୁ ଜାତୀର ଜନକ ମହାତ୍ମା ଗାନ୍ଧୀଙ୍କ ମହାପ୍ରୟାଣ ଦିବସ ତଥା ସହିଦ ଦିବସ ପାଳନ ହୋଇଥିଲା । ରାମଧୂନ୍ କରାଯାଇ ପୁଣ୍ୟାତ୍ମା ବାପୁଜୀଙ୍କୁ ପ୍ରତିମୂର୍ତିରେ ଓକିଲମାନେ ଭକ୍ତିପୂତ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ । ଏଥି ସହ ମଧୁସୁଦନ ଦାସଙ୍କ ପ୍ରତିମୂର୍ତିରେ ମଧ୍ୟ ପୁଷ୍ପମାଲ୍ୟ ପ୍ରଦାନ କରିବା ସହ ମହାତ୍ମା ଗାନ୍ଧିଙ୍କ ସ୍ମୃତି ଚାରଣ କରିଥିଲେ ।
ଏଥିରେ ସଂଘର ସଭାପତି ନିର୍ମଳ କିଶୋର ରଥ, ସମ୍ପାଦକ ରାଜ୍ କିଶୋର ଦାସ, ସଂଘଠନ ସମ୍ପାଦକ ଅଶୋକ ବଡ଼ପଣ୍ଡା, କୋଷାଧ୍ୟକ୍ଷ ଲିଙ୍ଗରାଜ ମହାରଣା, କାର୍ଯ୍ୟକାରୀ କମିଟି ସଭ୍ୟ ସୁରେଶ କୁମାର ଦାସ, ଅଭିଜିତ୍ ମିଶ୍ର, ସବ୍ୟସାଚ୍ଚି ସୂତାର, ରମାକାନ୍ତ ରାଉତରାୟ, ଲିଙ୍ଗରାଜ ସାହୁ, ସଦାନନ୍ଦ ଦାସ ସମେତ ବହୁ ବରିଷ୍ଠ ଓ ଯୁବ ଆଇନଜୀବୀମାନେ ସାମିଲ ହୋଇଥିଲେ ।

No Result
View All Result