No Result
View All Result
ଓଡ଼ିଶା ତାଜା ନ୍ୟୁଜ୍ (୩୧ ଜାନୁଆରୀ ସୋମବାର ) ବୈପାରିଗୁଡା :- ବୈପାରିଗୁଡା ସ୍ଥିତ ସୀମା ସୁରକ୍ଷା ବାହିନୀ ୧୫୧ ବାଟାଲିୟନ ପକ୍ଷରୁ ବୈପାରିଗୁଡା, ରାମଗିରି,ଦଣ୍ଡାବାଡି,ମନ୍ତ୍ରୀଆମ୍ବ,ଖଇରପୁଟ, ଠାରେ ଯବାନଙ୍କ ତରଫରୁ ଜାତିର ଜନକ ମହାତ୍ମା ଗାନ୍ଧୀଜୀଙ୍କ ତିରୋଧାନ ଦିବସ ଅବସରରେ ସହିଦ ଦିବସ ପାଳନ କରିଥିବାର ଜଣାପଡିଛି ! ପ୍ରଥମେ ଯବାନଙ୍କ ପକ୍ଷରୁ ଜାତିର ଜନକ ମହାତ୍ମା ଗାନ୍ଧୀଙ୍କ ଫୋଟଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ !

ସେହି ପରି ଭାବେ ଖଇରପୁଟ ଠାରେ ମଧ୍ୟ ବିଏସ୍ଏଫ ଯବାନ ୧୫୧ ବାଟାଲିୟନ ତରଫରୁ ଲମତାଗୁଡା ଠାରେ ଏକ ଜନ ସମ୍ପର୍କ ଶିବିର କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିବା ନେଇ ବୈପାରିଗୁଡା ସ୍ଥିତ ମୁଖ୍ୟ କାର୍ଯ୍ୟାଳୟର ବିଏସ୍ଏଫ୍ ୧୫୧ ବାଟାଲିୟନ ମୁଖ୍ୟ କମାଣ୍ଡାଣ୍ଟ ଅଜୟ କୁମାର ପ୍ରକାଶ କରିଛନ୍ତି !
ଏହି ଶିବିରକୁ ଆସିଥିବା ଲୋକଙ୍କୁକମ୍ବଳ,ଶାଢୀ,ଚାଦର,ହାଣ୍ଡି,ଲୁଙ୍ଗି, ଛୋଟ ଛୋଟ ଶିଶୁ ମାନଙ୍କୁ ବହି ଖାତା,ରବର ପେନସିଲ ସହ ବିଭିନ୍ନ ପ୍ରକାର ସାମଗ୍ରୀ ବଣ୍ଟନ କରାଯାଇଥିବାର ଜଣାପଡିଛି!ଏହି କାର୍ଯ୍ୟକ୍ରମ ରେ ୧୫୧ ବାଟାଲିୟନ ର କମାଣ୍ଡାଣ୍ଟ ରବୀନ୍ଦ୍ର ଠାକୁର,ସେକେଣ୍ଡ ଇନ୍ କମାଣ୍ଡାଣ୍ଟ ଏମ୍ ଏଲ୍ ମୀନା ପ୍ରମୁଖ ଉପସ୍ଥିତ ରହି ଥିଲେ !

ତେବେ ମାଓବାଦୀ ଦମନ ପାଇଁ ଆସିଥିବା ବିଏସ୍ଏଫ୍ ଯବାନ ଗାଁ ଗହଳିର ଲୋକଙ୍କ ପାଖରେ ବିଶ୍ବାସ ଆଣିବା ପାଇଁ ମଝି ମଝି ରେ ଦୁର୍ଗମ ଅଞ୍ଚଳ ତଥା ମାଓବାଦୀ ଗତିପଥି ଅଞ୍ଚଳ ରେ ଜନସମ୍ପର୍କ ଶିବିର କରି ଜନସାଧାରଣଙ୍କ ନିକଟତର ହେଉଥିବାର ଜଣାପଡିଛି !

No Result
View All Result