ହିଞ୍ଜିଳିକାଟୁ ,ରିପୋର୍ଟ / ଶେଷଦେବ ସାହୁ ( ଓଡିଶା ତାଜା ନ୍ୟୁଜ୍ )ସଙ୍ଗରୋଧ କେନ୍ଦ୍ରରେ ପ୍ରବାସୀଙ୍କୁ ସୁବ୍ୟବସ୍ଥା , ୭ ମଇ, ଗୁରୁବାର :- ଓଡିଶା ଫେରନ୍ତାଙ୍କ ପାଇଁ ହିଞ୍ଜିଳି ବ୍ଲକ ଖରିଡା ପଞ୍ଚାୟତରେ ରାଜ୍ୟ ସରକାରଙ୍କ ଦ୍ବାରା ଜାରୀ ମାର୍ଗ ଦର୍ଶିକା ଅନୁସାରେ ସଙ୍ଗରୋଧ କେନ୍ଦ୍ରରେ ସମସ୍ତ ପ୍ରକାର ପଦକ୍ଷେପ ଗ୍ରହଣ କରାଯାଇଛି । ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ଜାରୀ ମାର୍ଗଦର୍ଶିକା ଅନୁସାରେ ନୋଡାଲ ଅଧିକାରୀ ସୁଶାନ୍ତ କୁମାର ପାତ୍ର ବହୁମୁଖୀ ବାତ୍ୟା ଆଶ୍ରୟସ୍ଥଳ ଠାରେ ଥିବା ଆସ୍ଥାୟୀ ସ୍ୱାସ୍ଥ୍ୟ କେନ୍ଦ୍ର ଓ ଉଚ୍ଚ ବିଦ୍ୟାଳୟ, ଖରିଡ଼ାରେ ସମସ୍ତ ପ୍ରକାର ପ୍ରସ୍ତୁତି ଚୂଡାନ୍ତ କରିଛନ୍ତି ।
ଗତ ୫ ତାରିଖରେ ଏଠାରେ ଅବସ୍ଥାନ କରୁଥିବା ୧୮ଜଣ ପ୍ରବାସୀଙ୍କୁ ବ୍ୟକ୍ତିଗତ ନିତ୍ୟ ବ୍ୟବହାର୍ଯ୍ୟ କିଟ ପ୍ରଦାନ କରାଯାଇଛି । ଏହି କିଟରେ ଦାନ୍ତ ଘଷା ବ୍ରସ, ପେଷ୍ଟ, ଜିଭଛେଲା, ସାବୁନ, ତେଲ, ପାଣି ବୋତଲ, ଖାଇବା ପ୍ଲେଟ, ନଡ଼ିଆ ତେଲ, ବେଡ଼ ସିଟ, ମାସ୍କ, ସାନିଟାରୀ ପ୍ୟାଡ଼, ମଗ ଓ ବାଲତି ପ୍ରଦାନ କରାଯାଇଛି । ପ୍ରତ୍ୟେକ ଅନ୍ତେବାସୀ ଙ୍କ ଖାଦ୍ୟପେୟ ଅନୁସାରେ ସକାଳ ଓ ସନ୍ଧ୍ୟାରେ ଜଳଖିଆ ଦିଆଯାଉ ଥିବା ବେଳେ ମଧ୍ୟାହ୍ନ ଓ ରାତ୍ର ଭୋଜନରେ ମଧ୍ୟ ସୁବ୍ୟବସ୍ଥିତ କରାଯାଇଛି । ଅନ୍ତେବାସୀ ମାନେ ମାସ୍କ ଏବଂ ସାମାଜିକ ଦୂରତା ଅନୁପାଳନ କରି ସଙ୍ଗରୋଧ କେନ୍ଦ୍ରରେ ୧୪ଦିନ ଧରି ଖୁସିବାସରେ ରହିବା ନିଷ୍ପତ୍ତି ନେଇଥିବା ବେଳେ ସେମାନଙ୍କ ପୃଥକ ବାସ, ସୁରକ୍ଷା ଓ ମର୍ଯ୍ୟାଦା ପ୍ରତି ନୋଡାଲ ଅଧିକାରୀ ଓ ନିୟୋଜିତ ଟିମ ବିଶେଷ ଦୃଷ୍ଟି ଦେଉଛନ୍ତି । ଜିଲ୍ଲାପାଳ ତଥା ସରପଞ୍ଚ ରଘୁନାଥ ବେହେରା , ଜିଆରଏସ ଶ୍ରୀକାନ୍ତ ପଣ୍ଡା, ଶିକ୍ଷକ ଅଜିତ ସାହୁ, ଏ ଏନ ଏମ୍, ଅଙ୍ଗନବାଡି, ସହାୟିକା ଓ ଟିମ ସଦସ୍ୟ ଉପସ୍ଥିତ ରହି ଅନ୍ତେବାସୀ ଙ୍କ ସମସ୍ତ ପ୍ରକାର ସୁବିଧା ଅସୁବିଧା ପ୍ରତି ସତର୍କ ଓ ସଜାଗ ରହୁଛନ୍ତି ।