ହିଞ୍ଜିଳିକାଟୁ ,ରିପୋର୍ଟ / ଶେଷଦେବ ସାହୁ ( ଓଡିଶା ତାଜା ନ୍ୟୁଜ୍ ) ଭୁଲ ସମ୍ବାଦ ପରିବେଷଣକାରୀ ଦଣ୍ଡିତହେବେ ୭ ମଇ, ଗୁରୁବାର :- ଗଣମାଧ୍ୟମ ପ୍ରତିନିଧି ମାନଙ୍କ ପାଇଁ ବିଶେଷ ସୂଚନା ଦେଇଛନ୍ତି ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ କହିଛନ୍ତି ଯେ, ଭୁଲ ତଥ୍ୟ ପରିବେଷଣ କଲେ ଲୋକଙ୍କ ପାଇଁ ସମସ୍ୟା ଉପୁଜିବ। ସତ୍ୟ ପ୍ରମାଣ ସହ ଖବର ପ୍ରକାଶ କରନ୍ତୁ ଏବଂ ଲୋକଙ୍କୁ ଭୁଲ ସୂଚନା ଦିଅନ୍ତୁ ନାହିଁ ବୋଲି ଜିଲ୍ଲାପାଳ ଅନୁରୋଧ କରିଛନ୍ତି ।
ଏଥିସହ କରୋନା ମୁକାବିଲା ନେଇ ମିଡିଆର ଭୂମିକା ପ୍ରଶଂସନୀୟ ବୋଲି ସେ କହିଛନ୍ତି। ଏ ସମ୍ପର୍କରେ ମିଡିଆ ପ୍ରତିନିଧିଙ୍କୁ ଜଣାଇବାକୁ ଜିଲ୍ଲାପାଳ ବିଡିଓଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଏପରିକି ଗୁଜବ, ମିଥ୍ୟା ପ୍ରଚାର କରୁଥିବା ଲୋକଙ୍କୁ ଚି଼ହ୍ନଟ କର ଏବଂ ସେମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଜିଲ୍ଲାପାଳ କହିଛନ୍ତି।