ଏହାକୁ ବ୍ୟବହାର କରିବା ପାଇଁ ପରିଷ୍କାର ଏବଂ ଶୁଖିଲା ତ୍ୱଚାରେ ଏହାକୁ ସରଳ ଭାବେ ଲଗାଇ ୧୫ ମିନିଟ ପାଇଁ ଛାଡ଼ିଦିଅନ୍ତୁ ଏବଂ ଏଥିରେ ଥିବା ଆଂଟି ଅକ୍ସିଡାଂଟ ପ୍ଲାଂଟ ଷ୍ଟେମ ସେଲ ଏକ୍ସଟ୍ରାଟକୁ ତାହାର ଚମତ୍କାର କରିବାକୁ ଛାଡ଼ି ଦିଅନ୍ତୁ ।
ଭୁବନେଶ୍ୱର,ରିପୋର୍ଟ /ଅଭିମନ୍ୟୁ ମହାରଣା (ଓଡିଶା ତାଜା ନ୍ୟୁଜ୍ ) ଓରିଫ୍ଲେମର ନୂତନ ନୋଭଏଜ ଫେସ ମାସ୍କ,୭ ମଇ, ଗୁରୁବାର : – ଭାରତରେ ଫେସ ମାସ୍କର ଚାହିଦାକୁ ଦୃଷ୍ଟିରେ ରଖି ଅଗ୍ରଣୀ ସ୍ୱେଡିସ ବିୟୁଟି ବ୍ରାଣ୍ଡ, ଓରିଫ୍ଲେମ ପକ୍ଷରୁ ଏହାର ନୋଭ୍ଏଜ ଫେସ ମାସ୍କର ଦୁଇଟି ନୂତନ ରେଞ୍ଜର ଶୁଭାରମ୍ଭ କରାଯାଇଛି । ନୋଭଏଜ ଷ୍ଟ୍ରେଦେନିଙ୍ଗ ଫେସ ମାସ୍କ ଏବଂ ନୋଭ୍ଏଜ ରିପ୍ଲେନିସିଙ୍ଗ ଫେସ ମାସ୍କରେ ଆଂଟିଅକ୍ସିଡାଂଟ ପ୍ଲାଂଟ ଷ୍ଟେମ ସେଲର ଅଂଶ ରହିଛି ଯାହା ମୁକ୍ତ ରାଡିକାଲ୍ସର ମୁକାବିଲା କରେ ଏବଂ ତ୍ୱଚାକୁ ଅକ୍ସିଡେଟିଭ କ୍ଷତି ଠାରୁ ରକ୍ଷା କରିଥାଏ । ଉନ୍ନତ ମଶ୍ଚର ବୁଷ୍ଟିଙ୍ଗ କମ୍ପେ୍ଲକ୍ସ ସହ ଏହି ଫେସ ମାସ୍କଗୁଡ଼ିକ ତ୍ୱଚାକୁ ଗଭୀରରୁ ସଜାଡ଼ି ଏହାକୁ ଯୁବା ଏବଂ ଚମକିତ କରାଇଥାନ୍ତି ।
ଏହାର ଷ୍ଟ୍ରେଦେନିଙ୍ଗ ଫେସ ମାସ୍କ ତ୍ୱଚାର ନମନୀୟତା ଓ ସ୍ଥାୟୀତ୍ୱ ବଜାୟ ରଖିବାରେ ସହାୟକ ହେଉଥିବାବେଳେ, ରିପ୍ଲେନିସିଙ୍ଗ ଫେସ ମାସ୍କ ତ୍ୱଚାକୁ ଗଭୀରରୁ ହାଇଡ୍ରେଟ, ଉଜ୍ୱଳ ଏବଂ କୋମଳ କରିଥାଏ । ଏହାକୁ ବ୍ୟବହାର କରିବା ପାଇଁ ପରିଷ୍କାର ଏବଂ ଶୁଖିଲା ତ୍ୱଚାରେ ଏହାକୁ ସରଳ ଭାବେ ଲଗାଇ ୧୫ ମିନିଟ ପାଇଁ ଛାଡ଼ିଦିଅନ୍ତୁ ଏବଂ ଏଥିରେ ଥିବା ଆଂଟି ଅକ୍ସିଡାଂଟ ପ୍ଲାଂଟ ଷ୍ଟେମ ସେଲ ଏକ୍ସଟ୍ରାଟକୁ ତାହାର ଚମତ୍କାର କରିବାକୁ ଛାଡ଼ି ଦିଅନ୍ତୁ । ଏହାର ଶୁଭାରମ୍ଭ ଅବସରରେ ଓରିଫ୍ଲେମର ସିନିୟର ଡାଇରେକ୍ଟର ରିଜୋନାଲ ମାର୍କେଟିଙ୍ଗ ସାଉଥ ଏସିଆ, ଶ୍ରୀ ନବୀନ ଆନନ୍ଦ କହିଛନ୍ତି ଯେ, “ନୋଭ୍ଏଜ ପକ୍ଷରୁ ଆମର ଏହି ସ୍ୱତନ୍ତ୍ର ଏବଂ ନୂତନ ଫେସମାସ୍କ ଗୁଡ଼ିକ ତ୍ୱଚାର ନମନୀୟତାକୁ ତ୍ୱରାନ୍ୱିତ କରି ଏହାକୁ ଯୁବା ଏବଂ ସତେଜ ଲୁକ ପ୍ରଦାନ କରିବା ପାଇଁ ତ୍ୱଚାର ଗଭୀର ପର୍ଯ୍ୟନ୍ତ ଯାଇଛି ।