ନୟାଗଡ ଜିଲ୍ଲା ,ରିପୋର୍ଟ /ରାମକୃଷ୍ଣ ରଥ ( ଓଡିଶା ତାଜା ନ୍ୟୁଜ୍ ) ସଫେଇ କର୍ମଚାରୀଙ୍କୁ ପି.ପି.ଇ. କିଟ୍ ବାଣ୍ଟିଲେ ୭ ମଇ, ଗୁରୁବାର :- ଏପଟେ କୋଭିଡ୍ ୧୯ ସଂକ୍ରମଣର ଭୟ । ସେପଟେ ଖରା ବର୍ଷାକୁ ଖାତିରି ନକରି ପରିବେଶକୁ ସୁରକ୍ଷା ସହ ରାସ୍ତାଘାଟ,ଡ୍ରେନ,ଅପରିଷ୍କାର ସ୍ଥାନକୁ ସଫା କରିବା ଆଦି କାର୍ଯ୍ୟରେ ଦିନରାତି ଏକ କରି ଦେଇଛନ୍ତି ଏଠାକାର ସଫେଇ କର୍ମଚାରୀ ।
ଗରୀବ ଶ୍ରେଣୀର ତଥା ମାନବ ସମାଜର ସ୍ୱାସ୍ଥ୍ୟ ସୁରକ୍ଷା ଜନିତ କାର୍ଯ୍ୟରେ ନିଜ ଜୀବନକୁ ବାଜି ଲଗାଇ ଏକ ସୁଖ ତଥା ସ୍ୱାସ୍ଥ୍ୟପ୍ରଦ ଜୀବନ ସମାଜକୁ ଭେଟି ଦେବା ପାଇଁ ଏହି ସଫେଇ କର୍ମଚାରୀଙ୍କ ଅବଦାନ କିଛି କମ ନୁହେଁ ତେଣୁ ସେମାନେ ସର୍ବଦା ଧନ୍ୟବାଦ ଖାସ୍ ସେଥିପାଇଁ କରୋନା ମହାମାରୀରୁ ସେମାନଙ୍କୁ ସୁରକ୍ଷା ଦେବା ପାଇଁ ମାନବିକତାର ହାତ ବଢାଇଛନ୍ତି ନୟାଗଡ ମ୍ୟୁନିସପାଲିଟି କର୍ତ୍ତୁପକ୍ଷ ଆଉ ତାକୁ ସଫଳତାର ରୂପ ଦେଇଛନ୍ତି ଏଇ ସଫେଇ କର୍ମଚାରୀଙ୍କ କାର୍ଯ୍ୟ କୁ ସଠିକ୍ ଢଙ୍ଗରେ ଆଗେଇ ନେଉଥିବା ଏଠାକାର ମ୍ୟୁନିସପାଲିଟିର ସହରାଞ୍ଚଳର ସ୍ୱାସ୍ଥ୍ୟ ସୁରକ୍ଷା ପାଇଁ ଦିନରାତି କାର୍ଯ୍ୟ କରୁଥିବା ପରିମଳ (Sanitation)ବିଭାଗ ।
ଏହି କ୍ରମରେ ଆଜି ପ୍ରାତଃ ସମୟରେ ସାମାଜିକ ଦୂରତ୍ୱ ମଧ୍ୟରେ ମ୍ୟୁନିସିପାଲିଟି କାର୍ଯ୍ୟାଳୟ ପରିସରରେ କାର୍ଯ୍ୟ କରୁଥିବା ସମସ୍ତ ସଫେଇ କର୍ମଚାରୀଙ୍କୁ (ପାଖାପାଖୀ ୧୧୦ ଜଣ)ଙ୍କୁ କାର୍ଯ୍ୟ ସମୟରେ ସେମାନଙ୍କ ସ୍ୱାସ୍ଥ୍ୟ ସୁରକ୍ଷା ପାଇଁ ମ୍ୟୁନିସିପାଲିଟିର କାର୍ଯ୍ୟ ନିର୍ବାହୀ ଅଧିକାରୀ ସନ୍ତୋଷ କୁମାର ଜେନାଙ୍କ ତତ୍ଵାବଧାନ ତଥା ନିର୍ଦ୍ଦେଶ କ୍ରମେ ପରିମଳ ବିଶେଷଜ୍ଞ ତଥା ସାନିଟାଇଜ୍ ଏକ୍ସପର୍ଟ ବିବେକାନନ୍ଦ ପ୍ରଧାନ ଏବଂ ପରିମଳ ନିରିକ୍ଷକ ତଥା ସାନିଟାରୀ ଇନସପେକ୍ଟର ଲକ୍ଷ୍ମୀଧର ସାହୁ ଉପସ୍ଥିତ ସମସ୍ତ ସଫେଇ କର୍ମଚାରୀଙ୍କୁ ୧୨୦ ଗ୍ଲୋଭ୍ସ ,ମାସ୍କ ସହ ଗନ୍ ବୁଟ୍ ଆଦି ବଣ୍ଟନ କରିଛନ୍ତି । ତେବେ ନୟାଗଡ ମ୍ୟୁନିସିପାଲିଟିର ଏହି ମାନବୀୟ କାର୍ଯ୍ୟକ୍ରମକୁ ସମଗ୍ର ସହରରେ ପ୍ରଶଂସା କରାଯାଇଛି । ଏହି ସମସ୍ତ କାର୍ଯ୍ୟକ୍ରମରେ ସମସ୍ତ ସ୍ଵଛ ସାଥି ମାନେ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ଆଗେଇ ନେଇଥିଲେ।