
ଭୁବନେଶ୍ୱର, ରିପୋର୍ଟ / ଦୀପ୍ତିମାନ୍ ପତି /ଅଭିମନ୍ୟୁ ମହାରଣା (ଓଡିଶା ତାଜା ନ୍ୟୁଜ୍ ) ସୁରତ ଫେରନ୍ତା ୨୦ଜଣ କରୋନା ପଜିଟିଭ୍ ଚିହ୍ନଟ, ୭ ମଇ, ଗୁରୁବାର : – ମୟୂରଭଞ୍ଜ ଜିଲ୍ଲାରୁ ଆଗରୁ କେହି କରୋନା ସଂକ୍ରମିତ ଚିହ୍ନଟ ହୋଇନଥିଲେ । ଗତକାଲି ଜଗତସିଂହପୁର ଜିଲ୍ଲାରୁ ୪ଜଣ ଓ କେନ୍ଦ୍ରାପଡ଼ା ଜିଲ୍ଲାରୁ ଜଣେ କରୋନା ରୋଗୀ ଚିହ୍ନଟ ହୋଇଥିଲେ । ଯାହା ଫଳରେ ନୂଆ ଜିଲ୍ଲା ଭାବେ ମୟୁରଭଞ୍ଜ ଜିଲ୍ଲା କରୋନା ସଂକ୍ରମିତ ଚିହ୍ନଟ ହୋଇଛି । ଆଜି ସକାଳୁ ରାଜ୍ୟରେ ସର୍ବାଧିକ ୨୦ଜଣ କରୋନା ପଜିଟିଭ୍ ଚିହ୍ନଟ ।
ଏମାନଙ୍କ ଭିତରୁ ୧୭ଜଣ ଗଞ୍ଜାମ ଓ ୩ ଜଣ ମୟୁରଭଞ୍ଜ ଜିଲ୍ଲାର ବୋଲି ଜଣାଯାଇଛି ମୟୁରଭଞ୍ଜ ଜିଲ୍ଲାରୁ ୩ଜଣ ଆକ୍ରାନ୍ତ ପୁରୁଷ ସେ ମଧ୍ୟ ସୁରତ ଫେରନ୍ତା ବୋଲି ଜଣାପଡ଼ିଛି ।ଗଞ୍ଜାମ ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା ୨୧କୁ ବୃଦ୍ଧି ପାଇଛି ସମସ୍ତ ୨୦ ଅକ୍ରାନ୍ତ ସୁରତ ଫେରନ୍ତା । ଗଞ୍ଜାମର ୧୭ ଆକ୍ରାନ୍ତଙ୍କ ମଧ୍ୟରେ ଜଣେ ଯୁବତୀ , ୧୬ ଜଣ ପୁରୁଷ । ରାଜ୍ୟରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୨୦୫ରେ ପହଞ୍ଚିଛି ସେଥିମଧ୍ୟରୁ ୬୧ଜଣ ସୁସ୍ଥ ହୋଇଛନ୍ତି । ଅନ୍ୟ ୧୪୨ଜଣ ରାଜ୍ୟର ବିଭିନ୍ନ କୋଭିଡ୍ ହସ୍ପିଟାଲ୍ରେ ଚିକିତ୍ସିତ ହେଉଛନ୍ତି ୨ଜଣ ସଂକ୍ରମିତଙ୍କ ମୃତ୍ୟୁ ଘଟିଛି ଏନେଇ ରାଜ୍ୟ ସ୍ବାସ୍ଥ୍ୟ ବିଭାଗର ଓ୍ବେବସାଇଟରେ ସୂଚନା ଦିଆଯାଇଛି ।












