ଓଡ଼ିଶା ତାଜା ନ୍ୟୁଜ୍ (୨୪ ଜାନୁଆରୀ,ସୋମବାର ) ବୈପାରିଗୁଡା :- ଗରିବ ଅସହାୟ ପରିବାର ପାଇଁ ଆବାସ ଯୋଜନା ବୈପାରିଗୁଡା ବ୍ଲକରେ ବାଟବଣା ହେଉଥିବା ଭଳି ମନେ ହୁଏ ! ସରକାର ଗରିବଙ୍କ ପାଇଁ ଯୋଜନା ପରେ ଯୋଜନା କରି ଚାଲିଛନ୍ତି । ତେବେ ଯୋଜନା ସବୁ ଲୋକଙ୍କ ପାଖରେ ଅପହଞ୍ଚ ହୋଇଛି । ଲୋକଙ୍କ ଝାଟିମାଟି କଚ୍ଚା ଘରକୁ ପକ୍କାଘର କରିବା ପାଇଁ କେନ୍ଦ୍ର ଓ ରାଜ୍ୟ ସରକାର ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଓ ବିଜୁ ପକ୍କା ଘର ଯୋଜନାରେ ଘର ଯୋଗାଇ ଦେଉଛନ୍ତି। ଏହି ସବୁ ଯୋଜନା ସଠିକ ଭାବରେ କାର୍ଯ୍ୟକାରୀ ହେଉନଥିବାରୁ ବହୁ ଗରିବ ପରିବାର ଆବାସ ଯୋଜନାରୁ ବଞ୍ଚିତ ହେଉଛନ୍ତି । ଏଭଳି ନଗ୍ନ ଚିତ୍ର ଦେଖିବାକୁ ମିଳିଛି କୋରାପୁଟ ଜିଲ୍ଲାର ବୈପାରିଗୁଡା ବ୍ଲକର ମାଓ ଅଧ୍ଯୁଷିତ ତଥା ଆଦିବାସୀ ଅଧ୍ୟୁଷିତ ଦଣ୍ଡାବାଡି ପଞ୍ଚାୟତ ର ପୁରୁଡାବେଡା ଗ୍ରାମରେ ! ଉକ୍ତ ଗ୍ରାମର ଲବ ଗୌଡ ଓ ତାଙ୍କ ପରିବାର ଏକ ବିପଦ ସଂକୁଳ ଚାଳ ଛପର ଘରେ ୩ ଜଣ ପ୍ରାଣୀ କୁଟୁମ୍ବ ଜୀବନ କାଟୁଛନ୍ତି।
ବର୍ଷା ଦାଉରୁ ରକ୍ଷା ପାଇବା ପାଇଁ ଚାଳ ଉପରେ ଏକ ପଲିଥିନ ଘୋଡ଼ାଇ ଥିବା ବେଳେ ମାଟି କାନ୍ଥ ମଧ୍ୟ ଦୁର୍ବଳ ଅବସ୍ଥାରେ ରହିଛି। ଲବ ଗୌଡ କହିବା ଅନୁଯାୟୀ ଆଜି କୁ ବହୁ ବର୍ଷ ଧରି ପଞ୍ଚାୟତ ଠାରୁ ଆରମ୍ଭ କରି ବ୍ଲକ ପ୍ରଶାସନ ପାଖରେ ଗୁହାରୀ କଲେ ମଧ୍ଯ ସରକାରୀ ଅଧିକାରୀ କିମ୍ବା ନେତା ମାନେ କେହିଁ ମଧ୍ଯ ସେମାନଙ୍କ ସମସ୍ଯାକୁ ଗୁରୁତର ଭାବେ ନେଉନଥିବାର କହି ଥିଲେ !ଦିନ ରାତ୍ରି ଯାହା ମୂଲମଜୁରୀ କରି ପରିବାର ପ୍ରତିପୋଷଣ କରିବା କଷ୍ଟ ହେଉଥିବା ସମୟରେ ଘର ଖଣ୍ଡିଏ ତିଆରି କରିବା ମୋ ପକ୍ଷରେ ବହୁ କଷ୍ଟ ସାଧ୍ୟ ହୋଇପଡ଼ିଛି ବୋଲି ଦୁଃଖ ର ସହ ପ୍ରକାଶ କରିଛନ୍ତି। ସେହିପରି ବାକି ଦିନ ଗୁଡ଼ିକରେ ଖୋଲା ଆକାଶ ତଳେ ରୋଷେଇ କରୁଥିବା ବେଳେ ବର୍ଷା ଦିନେ ବର୍ଷା ଆସିଲେ ବଡ କଷ୍ଟରେ ରୋଷେଇ କରି ଖାଇବା ସେମାନଙ୍କ ସମସ୍ଯା ଦୁଇଗୁଣ ବଢିଯାଉଛି ! ତେବେ ପ୍ରଶାସନ ଗରିବଙ୍କୁ ଅନ୍ଧ ପୁଟୁଲି ବାନ୍ଧି ଥିଲାବାଲାଙ୍କୁ ଆବାସ ଯୋଜନା ଯୋଗାଇ ଦେଉଥିବା ସ୍ପଷ୍ଟ ବାରି ହେଉଛି।
ଆବାସ ଯୋଜନାରେ ଘର ପାଇଁ ଅନେକ ବାର ବ୍ଲକ ଠାରୁ ଆରମ୍ଭ କରି ପଞ୍ଚାୟତକୁ ଦଉଡି ଦଉଡି ନୟାନ୍ତ ହୋଇଥିଲେ ମଧ୍ୟ ଆବାସ ଖଣ୍ଡିଏ ମିଳି ପାରିନାହିଁ । ତେଣୁ ତୁରନ୍ତ ଲବ ଗୌଡଙ୍କ ପରିବାରକୁ ଆବାସ ଯୋଜନାରେ ଖଣ୍ଡିଏ ଘର ଯୋଗାଇ ଦେବା ପାଇଁ ପଣସପୁଟ ଗ୍ରାମର ସ୍ବେର୍ଚ୍ଛାସେବୀ ବିଜୟ ଘର ଓ ଗ୍ରାମବାସୀଙ୍କ ପକ୍ଷରୁ ରାଜ୍ଯ ସରକାର ଓ ପ୍ରଶାସନକୁ ନିବେଦନ କରିଛନ୍ତି । ତେବେ ଏସମ୍ପର୍କରେ ବୈପାରିଗୁଡା ବିଡିଓ ଅଭିମନ୍ଯୁ କବି ଶତପଥିଙ୍କ ସହ ଆମ ପ୍ରତିନିଥି ବିକ୍ରାନ୍ତ କୁମାର ବେବର୍ତ୍ତା ଯୋଗାଯୋଗ କରିବାକୁ ସେଏ ଘଟଣାର ତଦନ୍ତ କରିବା ସହ ଲବ ଗୌଡ ପରିବାର କୁ ସାହାର୍ଯ କରିବା ପାଇଁ ପ୍ରତିଶୁତି ପ୍ରଦାନ କରିଛନ୍ତି !