ନୟାଗଡ ଜିଲ୍ଲା ,ରିପୋର୍ଟ /ରାମକୃଷ୍ଣ ରଥ ( ଓଡିଶା ତାଜା ନ୍ୟୁଜ୍ ) ୬ ମଇ, ବୁଧବାର :- ସମଗ୍ର ଓଡିଶାକୁ ପ୍ରବାସୀ ଓଡିଆ ଙ୍କ ସୁଅ ଛୁଟି ଥିବା ବେଳେ ସେମାନେ ଫେରୁଥିବା ବହୁ ବସ ନୟାଗଡ ମୁଖ୍ୟାଳୟ ଦେଇ ଯିବା ଆସିବା କରୁଛି । ଏପରିକି ନୟାଗଡର କେତେ ସ୍କୁଲ ବସ ପ୍ରବାସୀ ଓଡିଆଙ୍କୁ ଛାଡିବା ପାଇଁ ମଧ୍ୟ ଅନ୍ୟ ଜିଲ୍ଲାକୁ ଯାତାୟତ କରୁଛି ।

ସେହି କ୍ରମରେ ନୟାଗଡରୁ ଗଞ୍ଜାମ ଜିଲ୍ଲା ଅନ୍ତର୍ଗତ ଜଗନ୍ନାଥପୁର ଯାଇ ଫେରିଥିବା ବେହିକିଲ୍ ଗୁଡିକ ସଂକ୍ରମଣ ଆଶଙ୍କା କରି ନୟାଗଡ ଅଗ୍ନିଶମ ବିଭାଗ (ଫାୟାର ସର୍ଭିସ୍ ) ପକ୍ଷରୁ ଏହାର ଏଠାକାର ମୁଖ୍ୟ ଅଧିକାରୀଙ୍କ ଠାକୁର ପ୍ରସାଦ ଦଳାଇଙ୍କ ନେତୄତ୍ୱରେ ବିଭାଗୀୟ କର୍ମଚାରୀ ମାନେ ସାନିଟାଇଜ୍ କରିଥିଲେ। ତେବେ ନୟାଗଡର ବିଭିନ୍ନ କାର୍ଯ୍ୟାଳୟ ଠାରୁ ଆରମ୍ଭ କରି ସର୍ବସାଧାରଣ ସ୍ଥାନ ସମସ୍ତଙ୍କ ଘରଦ୍ବାର ଏପରିକି ଖବର ପାଇବା ମାତ୍ରେ ଘଟଣାସ୍ଥଳରେ ପହଁଞ୍ଚି ଉକ୍ତ ସ୍ଥାନକୁ ଯୁଦ୍ଧକାଳୀନ ଭିତ୍ତିରେ ତ୍ୱରିତ ସେବା ଯୋଗାଇ ଦେଉଥିବା

ନୟାଗଡ ଅଗ୍ନିଶମ ସେବା ମୁଖ୍ୟ ଅଧିକାରୀଙ୍କ ସମେତ ବିଭାଗୀୟ ସମସ୍ତ କର୍ମଚାରୀଙ୍କ ପ୍ରତି ଉଠାରେ ପ୍ରଶଂସା ପ୍ରକାଶ ପାଇଛି । ଏଠାରେ ସୂଚନା ଯୋଗ୍ୟ ନୟାଗଡ ଫାୟାର ସେବା ପକ୍ଷରୁ ବିଭିନ୍ନ ପଞ୍ଚାୟତ ସମେତ କଲ୍ୟାଣ ମଣ୍ତପରେ ହୋଇଥିବା ଥିବା କ୍ୱାରେଣ୍ଟାଇନ ହୋମ ଗୁଡିକ ଅତି ସୁନ୍ଦର ଭାବେ ଆବଶ୍ୟକୀୟ ଜୀବାଣୁ ନାସକ କେମିକାଲ ଦିଆଯାଇ ସାନିଟାଇଜ୍ ହୋଇଥିବା ବହୁ ପଞ୍ଚାୟତର ସରପଞ୍ଚଙ୍କ ଠାରୁ ପ୍ରକାଶ ।












