No Result
View All Result
ଓଡ଼ିଶା ତାଜା ନ୍ୟୁଜ୍ (୧୮ ଜାନୁଆରୀ ମଙ୍ଗଳବାର ) ଭୁବନେଶ୍ୱର :- ରାଜ୍ୟ, ଜାତୀୟ ଏବଂ ଆନ୍ତର୍ଜାତୀୟସ୍ତରର ୪୦୦ରୁ ଉର୍ଦ୍ଧ୍ୱ ଉଚ୍ଚକୋଟୀର ସ୍ତମ୍ଭ ଲେଖି ପ୍ରଦୀପ ସେନାପତି ପ୍ରଶଂସିତ ହୋଇଛନ୍ତି । ସେ ନିଜ ଲେଖନୀ ଚାଳନାରେ ସାମ୍ବାଦିକ ଜଗତରେ ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଛନ୍ତି । ସେଥିପାଇଁ ଜାତୀୟ ଗଣମାଧ୍ୟମ ସଂସ୍ଥା ଇଣ୍ଡିଆନ ନ୍ୟୁଜ୍ ସାଇଟ୍ ପକ୍ଷରୁ ତାଙ୍କର ଅଭିଜ୍ଞତା ଓ ପରିପକ୍ୱତାକୁ ଆଧାର କରି ଓଡ଼ିଶା ସାମ୍ବାଦିକ ସୁରକ୍ଷା ସଂଗଠନର ରାଜ୍ୟ ସଭାପତି ପ୍ରଦୀପ ସେନାପତିଙ୍କୁ ଜାତୀୟସ୍ତରର ମାନ୍ୟତାପ୍ରାପ୍ତ ସାମ୍ବାଦିକ ଭାବେ ମନୋନୀତ କରାଯାଇଛି ବୋଲି ଆଇଏନ୍ଏସ୍ର ସମ୍ପାଦକ ତଥା ଲେଖକ, ସାହିତ୍ୟିକ, ଗାଳ୍ପିକ ଏବଂ ବରିଷ୍ଠ ସ୍ତମ୍ଭକାର ଶରତ କୁମାର ରାଉତ ଗଣମାଧ୍ୟମରେ ଘୋଷଣା କରିଛନ୍ତି । ଗଣମାଧ୍ୟମ ପ୍ରତିନିଧିମାନଙ୍କ ବହୁମୁଖୀ ସମସ୍ୟା ନେଇ ଏହାର ସମାଧାନ ନିମନ୍ତେ ରାଜ୍ୟ ତଥା କେନ୍ଦ୍ର ସରକାରଙ୍କ ଉପରେ ଏଭଳି ଗୁରୁ ଦାୟିତ୍ୱର ପ୍ରଭାବ ପଡ଼ିବ ବୋଲି ଶ୍ରୀ ସେନାପତି କହିଛନ୍ତି ।
ଗଣମାଧ୍ୟମ ସୁସଂଗଠିତ, ସୁଦୃଢ ରହିଲେ ସରକାରୀସ୍ତରରେ ସମାଧାନର ବାଟ ସହଜରେ ବାହାରିପାରିବ ବୋଲି ଶ୍ରୀ ସେନାପତି ସୂଚନା ଦେଇଛନ୍ତି । ଏହି ପରିପ୍ରେକ୍ଷୀରେ ସାମ୍ବାଦିକ ତଥା ଆଇନଜୀବୀ ଦେବେନ୍ଦ୍ର କୁମାର ପଣ୍ଡା, ସଞ୍ଜୟ ମଲ୍ଲିକ, ବିନାୟକ ମଲ୍ଲିକ, ଭାସ୍କର ଚନ୍ଦ୍ର ମହାନ୍ତି, ଧନେଶ୍ୱର ମଲ୍ଲିକ, ପବିତ୍ର ମୋହନ ଜେନା, ସୁଶାନ୍ତ କୁମାର ଘଡ଼ାଇ, ବ୍ରଜଗୋପଳ ଦାସ, ମିନତୀ ପାଢୀ, କରସୁଧା ପଟ୍ଟନାୟକ, ରଶ୍ମିତା ମିଶ୍ର, ପୁରୁଣା ଭୁବନେଶ୍ୱର ଯୁବ ସଂଗଠନର ସାଧାରଣ ସମ୍ପାଦକ ଯଯାତି କେଶରୀ ପଟ୍ଟନାୟକ,
କୋଷାଧ୍ୟକ୍ଷ ପ୍ରତାପ କୁମାର ମଲିଆ, ଭାରତ ଭୂଷଣ ମହାନ୍ତି, ବରିଷ୍ଠ ଆଇନଜୀବୀ ଗିରିଶ ଚନ୍ଦ୍ର ମହାନ୍ତି, ବିଶ୍ୱନାଥ ସାହୁ, ସମାଜ ଆଇନାର ସମ୍ପାଦକ ମନୋଜ କୁମାର ସେଠ୍, ସିଂହାସନର ସମ୍ପାଦକ ହୃଦୟନାଥ ସାହୁ, ମେଟ୍ରୋ ଓଡ଼ିଶାର ସମ୍ପାଦକ ସରୋଜ କୁମାର ମିଶ୍ର, ଆମରି କଥାର ସମ୍ପାଦକ କୈଳାସ ମିଶ୍ର, ଡ଼ାକ୍ତର ପ୍ରସନ୍ନ କୁମାର ରଥ ପ୍ରମୁଖ ଶ୍ରୀ ସେନାପତିଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଛନ୍ତି । ଏହି ଗୁରୁ ଦାୟିତ୍ୱ ଦେଇଥିବା ଆଇଏନ୍ଏସ୍ର ସମ୍ପାଦକ ଶରତ କୁମାର ରାଉତଙ୍କୁ ଶ୍ରୀ ସେନାପତି ହାର୍ଦ୍ଦିକ କୃତଜ୍ଞତା ଜ୍ଞାପନ କରିଛନ୍ତି ।

No Result
View All Result