ହିଞ୍ଜିଳିକାଟୁ ,ରିପୋର୍ଟ /ଶେଷଦେବ ସାହୁ ( ଓଡିଶା ତାଜା ନ୍ୟୁଜ୍ ) ଶିକ୍ଷକ ଓ କର୍ମଚାରୀ ଭୋକ ଉପାସରେ ଦିନ କାଟୁଛନ୍ତି,୬ ମଇ, ବୁଧବାର : ରାଜରେ ୧୭୭ ଟି ଉଚ୍ଚ ବିଦ୍ୟାଳୟ ସରକାର ଅନୁଦାନରୁ ବଂଚିତ ଥିବା ବେଳେ ଗଞ୍ଜାମ ଜିଲ୍ଲାରେ ୧୧ଟି ଉଚ୍ଚ ବିଦ୍ୟାଳୟ ସରକାରୀ ଅନୁଦାନ ପାଇବାରୁ ବଂଚିତ ରହିଛି । ସଂପୃକ୍ତ ବିଦ୍ୟାଳୟର ଶିକ୍ଷକ, ଶିକ୍ଷୟତ୍ରୀ ଓ କର୍ମଚାରୀ ମାନେ ଦୀର୍ଘ ୧୫ ବର୍ଷରୁ ଉର୍ଦ୍ଧ୍ୱ ଦିନ ଧରି ବିନା ଦରମାରେ କାର୍ଯ୍ୟ କରି ଆସୁଛନ୍ତି । ଭବିଷ୍ୟତକୁ ଆଖି ଆଗରେ ରଖି ସଂପୃକ୍ତ ବିଦ୍ୟାଳୟର କାର୍ଯ୍ୟରତ ଶିକ୍ଷକ, ଶିକ୍ଷୟତ୍ରୀ ଓ କର୍ମଚାରୀ ମାନେ ଶିକ୍ଷାଦାନ କରି ଆସୁଥିବା ବେଳେ ବର୍ତମାନ ମହାମାରୀ କରୋନା ଭୁତାଣୁ ସଂକ୍ରମଣ ସମୟରେ ସଂପୃକ୍ତ ବିଦ୍ୟାଳୟର ଶିକ୍ଷକ, ଶିକ୍ଷୟତ୍ରୀ ଓ କର୍ମଚାରୀ ମାନେ ନିଜ ନିଜର ପରିବାର ପ୍ରତିପୋଷଣ କରିବା କଷ୍ଟକର ହୋଇପଡ଼ିଛି । ସଂପୃକ୍ତ ଉଚ୍ଚ ବିଦ୍ୟାଳୟ ଗୁଡ଼ିକରେ ଅତ୍ୟନ୍ତ ଗରୀବ ଶ୍ରେଣୀର ଶିକ୍ଷାର୍ଥୀ ମାନେ ଅଧ୍ୟୟନ କରୁଥିଲେ ମଧ୍ୟ ବିଭିନ୍ନ କ୍ଷେତ୍ରରେ ସରକାରୀ ସୁବିଧା ଯଥା ପୋଷାକ, ସାଇକେଲ ଓ ପୁସ୍ତକ ପାଇବାରୁ ବଂଚିତ ରହୁଛନ୍ତି । ମହାମାରୀ କରୋନା ଭୁତାଣୁ ସଂକ୍ରମଣ ସମୟରେ ରାଜ୍ୟ ସରକାର ବିଭିନ୍ନ ସଙ୍ଗଠନକୁ ବହୁ ସହାୟତା ପ୍ରଦାନ କରି ଆସୁଥିବା ବେଳେ ଏଭଳି ବିପଦ ସମୟରେ ଅନୁଦାନରୁ ବଂଚିତ ଯୋଗ୍ୟ ବିବେଚିତ ଗଞ୍ଜାମ ଜିଲ୍ଲାର ୧୧ଟି ଉଚ୍ଚ ବିଦ୍ୟାଳୟକୁ କୌଣସି ପ୍ରକାର ସହାୟତା ପ୍ରଦାନ କରିନାହାନ୍ତି । ଏଭଳି ଦୁର୍ଦ୍ଦିନ ସମୟରେ ଅନୁଦାନରୁ ବଂଚିତ ଯୋଗ୍ୟ ବିବେଚିତ ସମସ୍ତ ଉଚ୍ଚ ବିଦ୍ୟାଳୟରେ ଅଧ୍ୟୟନଋଚ୍ଛ ଶିକ୍ଷାର୍ଥୀ ମାନଙ୍କୁ ସରକାରୀ ସହାୟତା ପ୍ରଦାନ କରିବା ସହ ଅନୁଦାନରୁ ବଂଚିତ ଯୋଗ୍ୟ ବିବେଚିତ ବିଦ୍ୟାଳୟ ଗୁଡ଼ିକୁ ଅନୁନାଦ ପ୍ରଦାନ କରିବା ସକାଶେ ସଂପୃକ୍ତ ବିଦ୍ୟାଳୟ ସଂଘର ସଭାପତି ରାଧାକାନ୍ତ ଦାଶ, ସମ୍ପାଦକ ମୁକୁନ୍ଦ ପଟ୍ଟନାୟକ, ବସନ୍ତ କୁମାର ସ୍ୱାଇଁ, କେ. ପୁର୍ଣ୍ଣଚନ୍ଦ୍ର ଦୋରା, ରାଜକିଶୋର ଦଳବେହେରା, ସୁଶାନ୍ତ କୁମାର ତ୍ରିପାଠି, କବିଚନ୍ଦ୍ର ସ୍ୱାଇଁ, ନିଳମଣି ଗୌଡ଼ ପ୍ରମୁଖ ସରକାରଙ୍କୁ ବିନମ୍ର ନିବେଦନ କରିଛନ୍ତି ।













