• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home ଓଡ଼ିଶା

ଆନ୍ତର୍ଜାତିକ ଶୋଭନୀୟ ଯୁବ ୱେବ୍‍ ସମ୍ମିଳନୀ ଅନୁଷ୍ଠିତ ଯୁବ ସମାଜ ସର୍ବୋଚ୍ଚ ଶକ୍ତିର ଅଧିକାରୀ : ରାଜ୍ୟପାଳ

Proprietor Abhimanyu Maharana by Proprietor Abhimanyu Maharana
January 11, 2022
in ଓଡ଼ିଶା, କଟକ, ଗଞ୍ଜାମ, ହୋମ୍
0
ଆନ୍ତର୍ଜାତିକ ଶୋଭନୀୟ ଯୁବ ୱେବ୍‍ ସମ୍ମିଳନୀ ଅନୁଷ୍ଠିତ ଯୁବ ସମାଜ ସର୍ବୋଚ୍ଚ ଶକ୍ତିର ଅଧିକାରୀ : ରାଜ୍ୟପାଳ
Share on FacebookShare on TwitterWhatsapp

ଓଡ଼ିଶା ତାଜା ନ୍ୟୁଜ୍ (୧୧ ଜାନୁଆରୀ ମଙ୍ଗଳବାର )  ମାକ୍‍ଲିନ୍‍, ଟରୋଣ୍ଟୋ, ଲଣ୍ଡନ, ମାଞ୍ଚେଷ୍ଟର, ସିଙ୍ଗାପୁର, ଅକ୍‍ଲ୍ୟାଣ୍ଡ, କାନବେରା, ନୂଆଦିଲ୍ଲୀ, ବେଙ୍ଗାଲୁରୁ, ଭୁବନେଶ୍ୱର, କଟକ, ଉଦୟଗିରି, :- ଯୁବ ସମାଜ ଅଜସ୍ର, ଅଦମ୍ୟ, ଅପ୍ରତିହତ, ଅନନ୍ୟ ଓ ଅପାର ଶକ୍ତିର ଭଣ୍ଡାର ବୋଲି ରାଜ୍ୟପାଳ ପ୍ରଫେସର ଗଶେଶୀ ଲାଲ୍‍ ମତ ପ୍ରକାଶ କରିଛନ୍ତି । ଆନ୍ତର୍ଜାତିକ ଶୋଭନୀୟ ଆନ୍ଦୋଳନ ପକ୍ଷରୁ ଆୟୋଜିତ ୨୧ତମ ଆନ୍ତର୍ଜାତିକ ଯୁବ ୱେବ୍‍ ସମ୍ମିଳନୀକୁ ଉଦ୍‍ଘାଟନ କରି ପ୍ରଫେସର ଲାଲ୍‍ ସମଗ୍ର ସଂସାରରେ କରୋନାର ମୁକାବିଲା କରିବା ଓ ଏହାକୁ ପରାଜିତ କରିବା ପାଇଁ ଯୁବକମାନେ ବେଶ୍‍ ସକ୍ଷମ ଓ ସଦା ସମର୍ଥ ବୋଲି ଦର୍ଶାଇଥିଲେ । ସାମ୍ପ୍ରତିକ ମହାମାରୀ କାଳରେ ‘ମାନସିକ ସୁସ୍ଥତା ଏବଂ ଜନ ମନୋବଳ ବୃଦ୍ଧି’ ଶୀର୍ଷକ ଆଲୋଚନା ଚକ୍ରର ବିଷୟବସ୍ତୁଟି ବେଶ୍‍ ପସନ୍ଦ ଯୋଗ୍ୟ ବୋଲି ଉଲ୍ଲେଖ କରି ପ୍ରଫେସର ଲାଲ୍‍, ବର୍ତ୍ତମାନ ସମୟରେ ସମାଜରେ ଶାନ୍ତି, ସଂହତି, ସଦାଚାର, ସନ୍ତୁଷ୍ଟି, ସଦ୍‍ଭାବନା ଓ ସାକାରାତ୍ମକ ବାର୍ତ୍ତାର ପ୍ରଚାର ଓ ପ୍ରସାର କରାଇବା ପାଇଁ ଯୁବ ସମ୍ପ୍ରଦାୟଙ୍କୁ ନିବେଦନ କରିଥିଲେ ।

ସମାବେଶରେ ସ୍ୱାଗତ ଭାଷଣ ପ୍ରଦାନ କରି ଶୋଭନୀୟ ଆନ୍ଦୋଳନର ନିର୍ଦ୍ଦେଶିକା ଏବଂ ସମ୍ମିଳନୀର ସଭାନେତ୍ରୀ ଡଃ. ଅରୁନ୍ଧତି ଦେବୀ ଯୁବକମାନେ ଶାନ୍ତ, ଶିଷ୍ଟ, ସ୍ନେହୀ, ସତ୍ୟନିଷ୍ଠ, ସଚ୍ଚୋଟ ଏବଂ ଶୃଙ୍ଖଳିତ ହେବା ଉଚିତ ବୋଲି କହିଥିଲେ । ସାରା ବିଶ୍ୱରେ ବ୍ୟାପିଥିବା ମହାମାରୀ ସମୟରେ ଜନସାଧାରଣଙ୍କର ମାନସିକ ସୁସ୍ଥତାକୁ ବଜାୟ ରଖିବା କ୍ଷେତ୍ରରେ ଯୁବ ସମାଜ ସେମାନଙ୍କର ଗୁରୁଦାୟିତ୍ୱ ନିର୍ବାହ କରିବାକୁ ଆଗଭର ହୋଇଆସିବାକୁ ଡଃ ଦେବୀ ଅହ୍ୱାନ ଜଣାଇଥିଲେ । ସମ୍ମାନିତ ଅତିଥି ତଥା ବିଶ୍ୱ ଓଡ଼ିଶା ସମାଜର ଅଧ୍ୟକ୍ଷ କିଶୋର ଦ୍ୱିବେଦୀ ଯୁବକମାନଙ୍କୁ ଦୁଶ୍ଚିନ୍ତା ଓ ବିଶାଦଗ୍ରସ୍ତରୁ ଦୂରରେ ରହି ସତର୍କତା ଓ ପ୍ରତିଷେଧକ ବ୍ୟବସ୍ଥା ଉପରେ ପ୍ରାଥମିକତା ଦେବାକୁ ପରାମର୍ଶ ଦେଇଥିଲେ ।

ଅତିଥି ବକ୍ତା ଆମେରିକାରେ ଅବସ୍ଥାପିତ ଯୁବ ଶିଳ୍ପୋଦ୍ୟୋଗୀ ଅନୁଭବ ମିଶ୍ର, ମହାମାରୀ ଜନିତ ପ୍ରତିବନ୍ଧକ, ପାରମ୍ପରିକ ଧାରାରୁ ହଟିକି କାମ କରିବା, ଉଦ୍ଭାବନର କ୍ଷେତ୍ରକୁ ପ୍ରଶସ୍ତ କରିବା, ଅଭିନବ ସାମର୍ଥ୍ୟ ପ୍ରଦର୍ଶନ କରିବା ଏବଂ ନିଜର ଅନ୍ତର୍ନିହିତ ଶକ୍ତିର ସୂତ୍ରକୁ ଅନାବରଣ କରିବା ନେଇ ଆମ ସମ୍ମୁଖରେ ବହୁମୁଖୀ ସୁଯୋଗର ଭଣ୍ଡାର ସୃଷ୍ଟି କରିଥିବା ସୂଚାଇଥିଲେ । ଏହି ଅବସର ରେ ସମ୍ମିଳନୀ ର ସ୍ମରଣିକା ଯୁବସୁର୍ଯ୍ୟ ର ଉନ୍ମୋଚନ କରାଯାଇଥିଲା I

ଶୋଭନୀୟ ଆନ୍ଦୋଳନ ର ପ୍ରତିଷ୍ଠାତା ପୂଜ୍ୟ କୁମାର ଭାଇଙ୍କର ସ୍ମୃତିରେ ଆୟୋଜିତ, ଏହି ଅନ୍‍ଲାଇନ୍‍ ବିଚାରଗୋଷ୍ଠୀରେ ବିଭିନ୍ନ ରାଷ୍ଟ୍ରର ଶୋଭନୀୟ ଆନ୍ଦୋଳନର ପ୍ରତିନିଧିମାନେ, ବହୁ ପ୍ରବାସୀ ଓଡ଼ିଆ ନେତୃବୃନ୍ଦ, ବିଶ୍ୱଭରି ବୁଦ୍ଧିଜୀବୀ ଏବଂ ବିଦ୍ୱାନ ଯୋଗଦେଇଥିବା ଦେଖାଯାଇଥିଲା । ଶତାଧିକ ଅଂଶଗ୍ରହଣକାରୀ ବୈଠକର ଭର୍ଚ୍ଚୁଆଲ ମଞ୍ଚରେ ସାମିଲ ହୋଇଥିବାବେଳେ ବହୁ ଦର୍ଶକ ଏହାକୁ ସାମାଜିକ ଗଣମାଧ୍ୟମ ଜରିଆରେ ଦେଖିଥିବା ଜଣାଯାଇଥିଲା । ପ୍ଲେନାରୀ ଅଧିବେଶନରେ ଚର୍ଚ୍ଚାର ଶୁଭାରମ୍ଭ କରି ପ୍ରଫେସର କାଳିକିଙ୍କର ପଟ୍ଟନାୟକ, ସମାଜରେ ସଂସ୍କାର ଓ ସୁଧାର ଆଣିବା ପାଇଁ ଯୁବ ସମାଜ ନିକଟରେ ସବୁ ପ୍ରକାର କୁହୁକ ବିଦ୍ୟା ଓ ଅଦ୍ଭୁତ ଶକ୍ତି ମହଜୁଦ ଥିବା ଦର୍ଶାଇଥିଲେ । ସୁପ୍ରିମକୋର୍ଟର ଆଇନଜୀବୀ ସୌମ୍ୟଜିତ ପାଣି, ମହାମାରୀର କଟକଣା ଯୋଗୁଁ ଉତ୍ପନ୍ନ ହୋଇଥିବା ବହୁ ସାକାରାତ୍ମକ ଫଳାଫଳର ଦୃଷ୍ଟାନ୍ତ ଦେଇଥିଲେ ।

ଅଷ୍ଟ୍ରେଲିଆର ପ୍ରତିଷ୍ଠିତ ଚିକିତ୍ସାବିତ୍‍ ଡଃ ନଳିନୀ ପତି, ଯୁବ ସମ୍ପ୍ରଦାୟ ସେମାନଙ୍କର ମନ ଓ ମସ୍ତିସ୍କକୁ ସୁସ୍ଥ ଓ ସାକାରାତ୍ମକ କାର୍ଯ୍ୟରେ ବିନିଯୋଗ କରିବାକୁ ଉପଦେଶ ଦେଇଥିଲେ । ମହାମାରୀର ଭୟାବହତାରୁ ଯୁବ ସମାଜକୁ ରକ୍ଷା ପାଇବାକୁ ହେଲେ ଆଧ୍ୟାତ୍ମିକ ଏବଂ ଐଶ୍ୱରିକ ଜ୍ଞାନ ଆହରଣ କରିବାକୁ ପଡ଼ିବ ବୋଲି କାନାଡ଼ାର ଡଃ ତନ୍ମୟ ପଣ୍ଡା ମତବ୍ୟକ୍ତ କରିଥିଲେ । ବ୍ରିଟେନ୍‍ର  ଡଃ ଉଷା ରାଉତ, ମହାମାରୀକୁ ସାମ୍‍ନା କରିବା ବା ଏହାକୁ ପ୍ରତିରୋଧ କରିବା ଆଦି ଗୁରୁତ୍ୱପୂର୍ଣ୍ଣ ବ୍ୟାପାର କ୍ଷେତ୍ରରେ ଯୁବକମାନଙ୍କୁ ନୀତି ନିର୍ଦ୍ଧାରଣ ଓ ନିର୍ଣ୍ଣାୟକ ମହଲରେ ସାମିଲ କରାଯିବା ପାଇଁ ସୁପାରିସ କରିଥିଲେ । ମହାମାରୀ ଯୋଗୁଁ ମାନସିକ ସ୍ୱାସ୍ଥ୍ୟ ସମୃଦ୍ଧ ହେବାର ଭରପୂର ଅବସର ଉପୁଜିଥିବା ଦର୍ଶାଇ ମାଞ୍ଚେଷ୍ଟରର ଶିବ ରଞ୍ଜନ ବିଶ୍ୱାଳ ଆତ୍ମ ସନ୍ତୁଳନ ଏବଂ ସ୍ୱେଚ୍ଛା ପ୍ରୋତ୍ସାହନ ଉପରେ ପ୍ରାଧାନ୍ୟ ଦେବାକୁ ମତଦେଇଥିଲେ ।

ଲଣ୍ଡନର ଡଃ. ଭାଗ୍ୟଶ୍ରୀ ସିଂହ କୋଭିଡ୍‍ ପରବର୍ତ୍ତୀ ପର୍ଯ୍ୟାୟର ଦୀର୍ଘସ୍ଥାୟୀ ସ୍ୱାସ୍ଥ୍ୟଗତ ସମସ୍ୟାଗୁଡ଼ିକର ସମାଧାନ ସମ୍ପର୍କରେ ଆଲୋକପାତ କରିଥିଲେ । କରୋନା କାଳରେ ଯୁବ ସମାଜ ସତତ ଶୃଙ୍ଖଳିତ ରହିବାକୁ ଦକ୍ଷିଣ କୋରିଆର ଡଃ ସୀତାଂଶୁ ଶେଖର ନନ୍ଦ ଆକଟ କରିଥିଲେ । କରୋନାର ନିରାକରଣ ପାଇଁ ଭାରତର ପାରମ୍ପରିକ ଚିକିତ୍ସା ପଦ୍ଧତି ଓ ଆୟୁର୍ବେଦ ଔଷଧ ବ୍ୟବହାର କରିବା ସପକ୍ଷରେ ପ୍ରିୟଙ୍କା ପ୍ରିୟଦର୍ଶନୀ ଶକ୍ତ ଯୁକ୍ତି ବାଢ଼ିଥିଲେ । ଅଷ୍ଟ୍ରେଲିଆର ଡଃ ରାମପ୍ରସାଦ ମହାନ୍ତି ମହାମାରୀର ଉତ୍ତମ ଓ ଉଜ୍ଜ୍ୱଳ ଦିଗ ପ୍ରତି ନଜର ଦେବାକୁ ସୂଚାଇଥିଲେ । ବେଙ୍ଗାଲୁରୁରୁ ସୁଜିତ ରାଉତରାୟ ସାମାଜିକ ଗଣମାଧ୍ୟମମାନଙ୍କ ଜରିଆରେ ପ୍ରେରଣାଦାୟୀ ବାର୍ତ୍ତାର ପ୍ରଚାର ଉପରେ ଜୋର ଦେଇଥିଲେ ।

ନିଉଜିଲ୍ୟାଣ୍ଡର ପ୍ରେମ୍‍ ନେପାକ, ମହାମାରୀ ଯୋଗୁଁ ବିଚଳିତ ଯୁବ ସମ୍ପର୍କୀୟମାନଙ୍କ ଉପରେ ଶକ୍ତ ନଜର ରଖିବା ଓ ସେମାନଙ୍କୁ ଆବଶ୍ୟକୀୟ ବୁଝାସୁଝା କରିବା ପାଇଁ କହିଥିଲେ । ଓମାନରୁ ଡଃ ତପନ କୁମାର ମହନ୍ତ, ଆମର ଦେହରେ ଓମିକ୍ରନ ଭଳି ବିକଳ୍ପ ମ୍ୟୁଟାଣ୍ଟକୁ କାବୁ କରିବା ପାଇଁ ଯଥେଷ୍ଟ ପ୍ରତିରୋଧକ ଶକ୍ତି ମହଜୁଦ୍‍ ଥିବାର ସୂଚନା ଦେଇଥିଲେ । ଆଜିର ଯୁବସମାଜ ମହାମାରୀକୁ ସାମ୍‍ନା କରିବା ପାଇଁ ସ୍ୱାସ୍ଥ୍ୟସମ୍ପନ୍ନ ହେବା ଆବଶ୍ୟକ ବୋଲି ନୂଆଦିଲ୍ଲୀରୁ ବିରଜା ମହାପାତ୍ର ଦର୍ଶାଇଥିଲେ । ଶୋଭନୀୟ ଆନ୍ଦୋଳନର ବରିଷ୍ଠ ସଦସ୍ୟ ଇନ୍ଦ୍ରମଣି ନାୟକ ଧନ୍ୟବାଦ ଅର୍ପଣ କରିଥିଲେ । ସିଙ୍ଗାପୁରରୁ ବନୋଜିନୀ ନାୟକ ସମଗ୍ର ଅଧିବେଶନକୁ ସୂଚାରୁ ରୂପେ ସଞ୍ଚାଳନା କରିଥିଲେ । ନନ୍ଦନ ଦ୍ୱିବେଦୀ ଡିଜିଟାଲ ନିୟନ୍ତ୍ରଣ କକ୍ଷକୁ ଦକ୍ଷତାର ସହିତ ପରିଚାଳନା କରିଥିଲେ ।

ଶୋଭନୀୟ ବାହିନୀ ସେମାନଙ୍କର ପ୍ରାରମ୍ଭିକ ସଂଗୀତ ‘ହେ ଯୁବା’ ପରିବେଷଣ କରି ଦର୍ଶକମାନଙ୍କୁ ମନ୍ତ୍ରମୁଗ୍ଧ କରିଦେଇଥିଲେ । କ୍ଷୀରାବ୍‍ଦୀ ତନୟା ଜେନାଙ୍କ ଦ୍ୱାରା ପରିବେଷିତ ଶୋଭନୀୟ ଆନ୍ଦୋଳନ ଆଧାରିତ ସଂଗୀତ ‘ସୂର୍ଯ୍ୟ ସେନାନୀ ଆମେ’ ବେଶ୍‍ ମର୍ମସ୍ପର୍ଶୀ ଥିଲା । ଉପସ୍ଥିତ ମାନ୍ୟଗଣ୍ୟ ବ୍ୟକ୍ତିବିଶେଷଙ୍କ ମଧ୍ୟରେ ଡଃ ପ୍ରସନ୍ନ ପାଟଶାଣୀ, କୃପାନିଧି ବିଶ୍ୱାଳ, ଅକ୍ଷୟ ମହାନ୍ତି, ଡଃ ଅନିତା ପଣ୍ଡା, ଡଃ ରବିନାରାୟଣ ବେହେରା, କସ୍ତୁରିକା ପଟ୍ଟନାୟକ, ସୁନନ୍ଦା ମିଶ୍ର ପଣ୍ଡା, ପ୍ରଭାତୀ ପାଣିଗ୍ରାହୀ, କୃଷ୍ଣ କୁମାର, ନିରାକାର ବେଉରା, ମମତା ପ୍ରଧାନ, କାବେରୀ ବେହେରା, ରୀତା ପାତ୍ର,ରବି ମହାପାତ୍ର, ଚିରଞ୍ଜିବୀ ସ୍ୱାଇଁ, ସତ୍ୟବ୍ରତ ମହାନ୍ତି, ସନ୍ଦିପନ ପାତ୍ର, ଯୋଗାଚାର୍ଯ୍ୟ ଭାଗୀରଥି, ଉମାକାନ୍ତ ଭୂୟାଁ, ପ୍ରଦୀପ୍ତ କୁମାର ମିଶ୍ର, ମନୋଜ ନାୟକ ଓ ଶ୍ରୀମା ରାଣୀ ଦାସ ପ୍ରମୁଖ ଅନ୍ତର୍ଭୁକ୍ତ ଥିଲେ ।

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
ଓଡଖଣ୍ଡ କଲେଜ ଅଧ୍ୟକ୍ଷାଙ୍କୁ ଅବସର ସମ୍ବର୍ଦ୍ଧନା

ଓଡଖଣ୍ଡ କଲେଜ ଅଧ୍ୟକ୍ଷାଙ୍କୁ ଅବସର ସମ୍ବର୍ଦ୍ଧନା

May 2, 2026
ବୁଦ୍ଧ ଆମ୍ବେଦକର ମିଶନ ପକ୍ଷରୁ ପବିତ୍ର ବୁଦ୍ଧ ଜୟନ୍ତୀ ଉତ୍ସବ ପାଳିତ

ବୁଦ୍ଧ ଆମ୍ବେଦକର ମିଶନ ପକ୍ଷରୁ ପବିତ୍ର ବୁଦ୍ଧ ଜୟନ୍ତୀ ଉତ୍ସବ ପାଳିତ

May 2, 2026
କାଳବୈଶାଖୀର କରାଳ ରୂପ : ପ୍ରବଳ ଝଡ଼ ତୋଫାନ ସହ ବର୍ଷା : ବିଦ୍ୟୁତ ସେବା ବିଛିନ୍ନ – ବ୍ୟାପକ କ୍ଷୟକ୍ଷତି

କାଳବୈଶାଖୀର କରାଳ ରୂପ : ପ୍ରବଳ ଝଡ଼ ତୋଫାନ ସହ ବର୍ଷା : ବିଦ୍ୟୁତ ସେବା ବିଛିନ୍ନ – ବ୍ୟାପକ କ୍ଷୟକ୍ଷତି

May 2, 2026
ନୟାଗଡ, ଆନ୍ତର୍ଜାତିକ ଶ୍ରମିକ ଦିବସ-୨୦୨୬

ନୟାଗଡ, ଆନ୍ତର୍ଜାତିକ ଶ୍ରମିକ ଦିବସ-୨୦୨୬

May 2, 2026

Recent News

ଓଡଖଣ୍ଡ କଲେଜ ଅଧ୍ୟକ୍ଷାଙ୍କୁ ଅବସର ସମ୍ବର୍ଦ୍ଧନା

ଓଡଖଣ୍ଡ କଲେଜ ଅଧ୍ୟକ୍ଷାଙ୍କୁ ଅବସର ସମ୍ବର୍ଦ୍ଧନା

May 2, 2026
ବୁଦ୍ଧ ଆମ୍ବେଦକର ମିଶନ ପକ୍ଷରୁ ପବିତ୍ର ବୁଦ୍ଧ ଜୟନ୍ତୀ ଉତ୍ସବ ପାଳିତ

ବୁଦ୍ଧ ଆମ୍ବେଦକର ମିଶନ ପକ୍ଷରୁ ପବିତ୍ର ବୁଦ୍ଧ ଜୟନ୍ତୀ ଉତ୍ସବ ପାଳିତ

May 2, 2026
କାଳବୈଶାଖୀର କରାଳ ରୂପ : ପ୍ରବଳ ଝଡ଼ ତୋଫାନ ସହ ବର୍ଷା : ବିଦ୍ୟୁତ ସେବା ବିଛିନ୍ନ – ବ୍ୟାପକ କ୍ଷୟକ୍ଷତି

କାଳବୈଶାଖୀର କରାଳ ରୂପ : ପ୍ରବଳ ଝଡ଼ ତୋଫାନ ସହ ବର୍ଷା : ବିଦ୍ୟୁତ ସେବା ବିଛିନ୍ନ – ବ୍ୟାପକ କ୍ଷୟକ୍ଷତି

May 2, 2026
ନୟାଗଡ, ଆନ୍ତର୍ଜାତିକ ଶ୍ରମିକ ଦିବସ-୨୦୨୬

ନୟାଗଡ, ଆନ୍ତର୍ଜାତିକ ଶ୍ରମିକ ଦିବସ-୨୦୨୬

May 2, 2026
Odisha Taza News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

ଓଡଖଣ୍ଡ କଲେଜ ଅଧ୍ୟକ୍ଷାଙ୍କୁ ଅବସର ସମ୍ବର୍ଦ୍ଧନା

ଓଡଖଣ୍ଡ କଲେଜ ଅଧ୍ୟକ୍ଷାଙ୍କୁ ଅବସର ସମ୍ବର୍ଦ୍ଧନା

May 2, 2026
ବୁଦ୍ଧ ଆମ୍ବେଦକର ମିଶନ ପକ୍ଷରୁ ପବିତ୍ର ବୁଦ୍ଧ ଜୟନ୍ତୀ ଉତ୍ସବ ପାଳିତ

ବୁଦ୍ଧ ଆମ୍ବେଦକର ମିଶନ ପକ୍ଷରୁ ପବିତ୍ର ବୁଦ୍ଧ ଜୟନ୍ତୀ ଉତ୍ସବ ପାଳିତ

May 2, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version