No Result
View All Result
ଓଡ଼ିଶା ତାଜା ନ୍ୟୁଜ୍ (୦୬ ଜାନୁଆରୀ ଗୁରୁବାର) ନୟାଗଡ଼ :- ନୟାଗଡ଼ ତ୍ରୀନାଥ ଛକ ତଥା ଓଡଗାଁ-ଭଞ୍ଜ ନଗର ରାସ୍ତା କଡରେ ନୟାଗଡ଼ ପୂର୍ତ୍ତ ଓ କୋଠାବାଡି ବିଭାଗ ତରଫରୁ ପ୍ରାୟ ୫0 ଲକ୍ଷ ଟଙ୍କା ବ୍ୟୟରେ ନିର୍ମିତ ହେବାକୁ ଥିବା ଜନକଲ୍ୟାଣ କାରୀ (ମହିଳା)କାର୍ଯ୍ୟକ୍ରମର ବାର୍ତ୍ତାବହ”ମିଶନ ଶକ୍ତି”ଗୃହର ଭିତ୍ତି ପ୍ରସ୍ତର ସ୍ଥାପନ କରିଛନ୍ତି ରାଜ୍ୟ କୃଷି ମନ୍ତ୍ରୀ ତଥା ସ୍ଥାନୀୟ ବିଧାୟକ ଡ଼ ଅରୁଣ କୁମାର ସାହୁ |
ଯେଉଁଥିପାଇଁ ସମଗ୍ର ନୟାଗଡ଼ରେ ମନ୍ତ୍ରୀ ଡ଼ ସାହୁଙ୍କ ପ୍ରତି ପ୍ରଂଶସାର ସୁଅ ଛୁଟି ଥିବାବେଳେ ଏ ସମସ୍ତ କାର୍ଯ୍ୟକ୍ରମ କୋଭିଡ ଆଇନ ଅନୁଯାୟୀ ନୟାଗଡ଼ ପୂର୍ତ୍ତ ବିଭାଗ ସହକାରୀ ଯନ୍ତ୍ରୀ କିଶୋର ଶତପଥିଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ବେଶ ଶାନ୍ତି ଶୃଙ୍ଖଳାର ସହ ଅନୁଷ୍ଠିତ ହୋଇଥିବା ଦୃଷ୍ଟିଗୋଚର ହୋଇଥିଲା |
ତେବେ ଏ ସମସ୍ତ କାର୍ଯ୍ୟକ୍ରମରେ ରଣପୁର ବିଧାୟକ ଡ଼ ସତ୍ୟ ନାରାୟଣ ପ୍ରଧାନ, ବିଡ଼ିଓ ଭିକ୍ଷାରୀ ସାହୁ, କାର୍ଯ୍ୟନିର୍ବାହୀ ଅଧିକାରୀ ସନ୍ତୋଷ କୁମାର ଜେନା , ବ୍ଲକ ଅଧ୍ୟାଖ୍ୟା ଗୋଲାପ ଦଳବେହେରା, ଉପାଧ୍ୟାକ୍ଷ୍ୟ ସୁବାସ କଂହର ପ୍ରମୁଖ ମଂଚାସୀନ ଥିବାବେଳେ ବହୁ ମହିଳା କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ |
ଏପରିକି ନୟାଗଡ଼ ମୁନିସିପାଲିଟିର ୧୬ ଟି ଯାକ ୱାର୍ଡରେ ମିଶନ ଶକ୍ତି ଗୃହ ନିର୍ମାଣ ପାଇଁ ଅର୍ଥ ମଞ୍ଜୁର ହୋଇ ସାରିଛି ବୋଲି କାର୍ଯ୍ୟକ୍ରମର ମୁଖ୍ୟ ଅତିଥି ମନ୍ତ୍ରୀ ଡ଼ ସାହୁ ପ୍ରକାଶ କରିଥିଲେ | ଏପରିକି ନୂତନ ନିର୍ମିତ ହେବାକୁ ଥିବା ମିଶନ ଶକ୍ତି ଗୃହକୁ ୬ ମାସ ନୁହେଁ ୫ ମାସ ମଧ୍ୟରେ ଶେଷ କରିବାକୁ ମନ୍ତ୍ରୀ ଡ଼ ସାହୁ ଉପସ୍ଥିତ ବିଭାଗୀୟ ଅଧିକାରୀଙ୍କୁ ନିର୍ଦେଶ ଦେଇଥିଲେ
No Result
View All Result