ନୟାଗଡ଼ ଜିଲ୍ଲାପାଳ, ଡ. ପୋମା ଟୁଡୁ : ଇଂରାଜୀ ନବବର୍ଷ ୨୦୨୨କୁ ସ୍ବାଗତ କରିବା ସହ ସମସ୍ତଙ୍କ ପାଇଁ ନବବର୍ଷ ସୁଖ, ଶାନ୍ତି, ସମୃଦ୍ଧି ଓ ସଂକଳ୍ପର ବର୍ଷ ହେଉ ଏହି କାମନା କରୁଅଛି
୨୦୨୧ ଆମ୍ଭମାନଙ୍କ ଠାରୁ ବିଦାୟ ନେଇଛି କିନ୍ତୁ ଛାଡ଼ିଯାଇଛି ଅନେକ ସ୍ମୃତି- ସୁଖ, ଦୁଃଖର ।
ଓଡ଼ିଶା ତାଜା ନ୍ୟୁଜ୍ (୦୧ ଜାନୁଆରୀ ଶନିବାର ) ନୟାଗଡ଼ :- ଇଂରାଜୀ ନବବର୍ଷ ୨୦୨୨କୁ ସ୍ବାଗତ କରିବା ସହ ସମସ୍ତଙ୍କ ପାଇଁ ନବବର୍ଷ ସୁଖ, ଶାନ୍ତି, ସମୃଦ୍ଧି ଓ ସଂକଳ୍ପର ବର୍ଷ ହେଉ ଏହି କାମନା କରୁଅଛି । ୨୦୨୧ ଆମ୍ଭମାନଙ୍କ ଠାରୁ ବିଦାୟ ନେଇଛି କିନ୍ତୁ ଛାଡ଼ିଯାଇଛି ଅନେକ ସ୍ମୃତି- ସୁଖ, ଦୁଃଖର । ବିଶେଷ ଭାବେ କୋଭିଚ୍-୧୯ ସାଧାରଣ ଜନଜୀବନକୁ ପ୍ରଭାବିତ କରିଥିବା ବେଳେ ବର୍ତ୍ତମାନ ମଧ୍ୟ ଏହା ଓମିକ୍ରନ ରୂପରେ ଏକ ଆହ୍ବାନ ହୋଇରହିଛି କୋଭିଚ୍-୧୯କୁ ପ୍ରତିହତ କରିବା ପାଇଁ ସାମଗ୍ରିକ ଉଦ୍ୟମର ଆବଶ୍ୟକତା ବେଶ୍ ଗୁରୁତ୍ଵପୂର୍ଣ, ଏହି କ୍ରମରେ ଆମ ନୟାଗଡ଼ ଜିଲ୍ଲାର କୋଭିଡ୍ ଯୋଦ୍ଧା ଯଥା-ଡାକ୍ତର, ସ୍ୱାସ୍ଥ୍ୟକର୍ମୀ, ପୋଲିସ, ସାମ୍ବାଦିକ, ସଫେଇ କର୍ମଋରୀ ଏବଂ ସମସ୍ତ କମସ୍ତରୀଙ୍କ ନିଷ୍ଠାପରତା ଥିଲା ପ୍ରଶଂସନୀୟ ।
ସରକାରଙ୍କ ତରଫରୁ ଧାର୍ଯ୍ୟ କରାଯାଇଥିବା ନିୟମକୁ ଜିଲ୍ଲା ପ୍ରଶାସନ ଦ୍ବାରା କାର୍ଯ୍ୟକାରୀ କରାଯାଇଥିବା ବେଳେ ଏହାକୁ ଜନସାଧାରଣ ମଧ୍ୟ ପାଳନ କରିବା ଥିଲା ଅତ୍ୟନ୍ତ ଉତ୍ସାହପ୍ରଦ । ଫଳସ୍ୱରୂପ କୋଭିଡ୍ ନିୟନ୍ତ୍ରଣ କରିବାରେ ଆମ ଜିଲ୍ଲା ଉଲ୍ଲେଖନୀୟ ସଫଳତା ହାସଲ କରିପାରିଥିଲା । କୋଭିଡ୍ ଯୋଗୁଁ ସୃଷ୍ଟି ହୋଇଥିବା ପ୍ରତିକୂଳ ପରିସ୍ଥିତି ସତ୍ତ୍ଵେ ଅଟକି ନାହିଁ ଆମ ଜିଲ୍ଲାର ବିକାଶଧାରା ଜିଲ୍ଲାରେ କୃଷି, ଶିକ୍ଷା, ସ୍ୱାସ୍ଥ୍ୟ, କଳା,କ୍ରୀଡ଼ା, ମହିଳା ସଶକ୍ତିକରଣ ବିଶେଷକରି ଗ୍ରାମ୍ୟ ଉନ୍ନୟନ ଏବଂ ସହରାଂଚଳ ଭିତିଭୂମିର ଉନ୍ନତିକରଣ କ୍ଷେତ୍ରରେ ବିଗତ ଦିନଗୁଡ଼ିକ ଅପେକ୍ଷା ୨୦୨୧ ବର୍ଷରେ ଯଥେଷ୍ଟ ଅଗ୍ରଗତି କରିଅଛି ଯାହା ଗର୍ବ ଓ ଗୌରବର ବିଷୟ ଅଟେ ।
ରାଜ୍ୟ ସରକାରଙ୍କ ପ୍ରଗତିଶୀଳ ଚିନ୍ତାଧାରାର ଏକ ବଳିଷ୍ଠ ଉଦାହରଣ ହେଉଛି ନୟାଗଡ଼ ଜିଲ୍ଲାର ସାମଗ୍ରିକ ବିକାଶ ନୂତନ ବର୍ଷରେ ଜିଲ୍ଲାର ସର୍ବାଙ୍ଗିନ ଉନ୍ନତି ପାଇଁ ନୂଆ ଚିନ୍ତାଧାରା ତଥା ସଂକଳ୍ପ ନେଇ ଆମେ ସମସ୍ତେ ଆଗେଇ ଆସିଲେ ଆମ ଜିଲ୍ଲାକୁ ଆହୁରି ସମୃଦ୍ଧ କରିପାରିବା । ଏହି ଅବସରରେ ନୟାଗଡ଼ ଜନସାଧାରଣଙ୍କ ସୁଖ, ଶାନ୍ତି, ସଦଭାବ, ସମୃଦ୍ଧି ଓ ଅପାର ସଫଳତା କାମନା କରିବା ସହ ସମସ୍ତଙ୍କୁ ଇଂରାଜୀ ନବବର୍ଷର ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଉଅଛି , ଜିଲ୍ଲାପାଳ – ଡ. ପୋମା ଟୁଡୁ