ବୈପାରିଗୁଡା ବ୍ଲକ ଏବେ ପର୍ଯ୍ୟଟକଙ୍କ ଆକର୍ଷଣର କେନ୍ଦ୍ର ବିନ୍ଦୁ ପାଲଟିଛି – ଭୀମାଖୋଲ
ଭୀମାଖୋଲ : ଝରଣା ଚାରିପଟେ ପରିବେଷ୍ଟିତ ଘଞ୍ଚଜଙ୍ଗଲ ମଧ୍ୟରେ ପ୍ରାକୃତିକ ସୌନ୍ଦର୍ଯ୍ୟ ରେ ପରିପୂର୍ଣ୍ଣ ଉତ୍ତମ ପରିବେଶ ମନୋରମ ଦୃଶ୍ୟ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିଥାଏ ।
ପିକନିକ୍ ସହିତ ଶାନ୍ତ ସୌନ୍ଦର୍ଯ୍ୟ ପୁର୍ଣ୍ଣ ପ୍ରାକୃତିକ ପରିବେଶର ମନୋରମ ଦୃଶ୍ୟ ସାଙ୍ଗକୁ ଝରଣାର ଶୀତଳ ପାଣିରେ ଗାଧୋଇବା ମଜା ଅତ୍ୟନ୍ତ ନିଆରା ।
ଓଡ଼ିଶା ତାଜା ନ୍ୟୁଜ୍ (୦୧ ଜାନୁଆରୀ ଶନିବାର ) ବୈପାରିଗୁଡା :- ଦୀର୍ଘ ଦୁଇ ବର୍ଷ ଧରି କୋଭିଡ କଟକଣାରେ ପ୍ରଭାବିତ ହୋଇଥିବା ବୈପାରିଗୁଡା ବ୍ଲକ ଏବେ ପର୍ଯ୍ୟଟକଙ୍କ ଆକର୍ଷଣର କେନ୍ଦ୍ର ବିନ୍ଦୁ ପାଲଟିଛି । ଓଡିଶାରେ କୋଭିଡ-୧୯ ପାଇଁ ରାଜ୍ୟସରକାର ଓଡିଶାବାସୀଙ୍କୁ ଯେପରି ସଂକ୍ରମଣ ନ ହେବ ସେଥି ନିମନ୍ତେ ଲକ ଡାଉନ, ସଟଡାଉନ ପରି ବିଭିନ୍ନ ପ୍ରକାର ଗୁରୁତପୂର୍ଣ୍ଣ ପଦକ୍ଷେପ ମଧ୍ୟ ନେଇଥିଲେ ! ସେହି ସମୟରେ ଗାଁ ଗହଳିର ଲୋକେ ତାଙ୍କ ଅଞ୍ଚଳରେ ରହିଥିବା ଲୁକ୍କାୟତ ପିକନିକ୍ ସ୍ପଟ ସ୍ଥଳି ଗୁଡିକ ଦେଖି ଧିରେ ଧିରେ ପ୍ରଚାର ମଧ୍ଯ ଆରମ୍ଭ କଲେଣି ! କୋରାପୁଟ ଜିଲ୍ଲାର ବୈପାରିଗୁଡା ବ୍ଲକ ଶୀତଦିନେ ବଣଭୋଜି ମଜା ସବୁଠାରୁ ନିଆରା ।
ପିକନିକ୍ ସହିତ ଶାନ୍ତ ସୌନ୍ଦର୍ଯ୍ୟ ପୁର୍ଣ୍ଣ ପ୍ରାକୃତିକ ପରିବେଶର ମନୋରମ ଦୃଶ୍ୟ ସାଙ୍ଗକୁ ଝରଣାର ଶୀତଳ ପାଣିରେ ଗାଧୋଇବା ମଜା ଅତ୍ୟନ୍ତ ନିଆରା । ବର୍ଷର ପ୍ରତି ମାସ ଅପେକ୍ଷା ପିକନିକ୍ ପାଇଁ ଡିସେମ୍ବର ପ୍ରାରମ୍ଭରୁ ଫେବୃୟାରୀ ପର୍ଯ୍ୟନ୍ତ ଗହଳିଚହଳି ଦେଖି ବାକୁ ମିଳେ ! ବୈପାରିଗୁଡା ବ୍ଲକର ବିଭିନ୍ନ ସ୍ଥାନରେ ! ଏଭଳି ଏକ ପ୍ରାକୃତିକ ସୌନ୍ଦର୍ଯ୍ୟ ପୂର୍ଣ୍ଣ ସ୍ଥାନ ହେଉଛି ବୈପାରିଗୁଡା ବ୍ଲକର ମାଝିଗୁଡା ପଞ୍ଚାୟତ ନିକଟସ୍ଥ ଭୀମାଖୋଲ ପିକନିକ୍ ସ୍ପଟ । ବୈପାରିଗୁଡା ବନଖଣ୍ଡ ଅଧିନରେ ରହିଥିବା ଦଶମନ୍ତପୁର ଓ ମାଝୀଗୁଡୀ ଫରେଷ୍ଟ ଜଙ୍ଗଲ ମଧ୍ୟରେ ରହିଥିବା ଭୀମାଖୋଲ ଝରଣା ଚାରିପାଖ ରେ ରହିଛି ଅପରୂପ ପ୍ରାକୃତିକ ସୌନ୍ଦର୍ଯ୍ୟ ପୂର୍ଣ୍ଣ ।
ଝରଣା ଚାରିପଟେ ପରିବେଷ୍ଟିତ ଘଞ୍ଚଜଙ୍ଗଲ ମଧ୍ୟରେ ପ୍ରାକୃତିକ ସୌନ୍ଦର୍ଯ୍ୟ ରେ ପରିପୂର୍ଣ୍ଣ ଉତ୍ତମ ପରିବେଶ ମନୋରମ ଦୃଶ୍ୟ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିଥାଏ । ଝରଣା ଚାରିପଟେ ରହିଥିବା ବଡ ବଡ ପଥର ଚଟାଣର ସୌନ୍ଦର୍ଯ୍ୟ ବଣଭୋଜି ପାଇଁ ପର୍ଯ୍ୟଟକମାନଙ୍କୁ ବେଶ ଆକୃଷ୍ଟ କରିଥାଏ । ପଥର ଚଟାଣରେ ବସି ବଣଭୋଜି ଖାଇବାବେଳେ ପ୍ରକୃତିର ଅପରୂପ ମନୋରମ ଦୃଶ୍ୟ ପର୍ଯ୍ୟଟକଙ୍କ ମନକୁ କିଣିନେଇଥାଏ । ଲୋକଙ୍କ ଚାଷ ଜମି ଓ ଜଙ୍ଗଲ ମଧ୍ଯରେ ଚାଲିଚାଲି ୧ କିମିରାସ୍ତା ପାରା କଲା ପରେ ଦେଖିବାକୁ ମିଳିବ ଭୀମାଖୋଲ ପିକନିକ୍ ସ୍ପଟ !
ଥରେ ଆସନ୍ତୁ କୋରାପୁଟ ଜିଲ୍ଲାର ଶୀତକାକର ମଧ୍ଯରେ ଜଙ୍ଗଲି ରାସ୍ତାପାର କରି ବୁଲିବେ ପିକନିକ୍ ସ୍ପଟ ଭୀମାଖୋଲ ! ଯେଉଁଥିରେ ପର୍ଯ୍ୟଟକ ମାନେ ଶୃଙ୍ଖଳିତ ଭାବରେ ଭୋଜିଭାତରେ ଆପ୍ୟାୟିତ ସହ ଆମୋଦପ୍ରମୋଦ କରୁଥିବା ଦେଖିବାକୁ ମିଳିଛି । ମାତ୍ର ବିଡମ୍ବନାର ବିଷୟ ପର୍ଯ୍ୟଟନ ସ୍ଥଳୀଟିକୁ କୌଣସି ସରକାରୀ ସହଯୋଗ ରହୁନଥିବା ରୁ ପର୍ଯ୍ୟଟନ କ୍ଷେତ୍ରର ମାନ ବୃଦ୍ଧି ବାଧାପ୍ରାପ୍ତ ହୋଇଛି ।