No Result
View All Result
ଓଡ଼ିଶା ତାଜା ନ୍ୟୁଜ୍ (୨୯ ଡିସେମ୍ବର ବୁଧବାର ) ଜଟଣୀ :- ଖୋର୍ଦ୍ଧା ଜିଲ୍ଲା ଜଟଣୀ ବ୍ଲକ ଅନ୍ତର୍ଗତ ତିରିମଲ ଗ୍ରାମ ଠାରେ ଗତ ୧୦ ତାରିଖରୁ ଚାଲିଥିବା ମା’ମଙ୍ଗଳା କ୍ରିକେଟ ଟୁର୍ଣ୍ଣାମେଣ୍ଟ ଆଜି ଉଦଯାପିତ ହୋଇଯାଇଛି । ଏହି ଟୁର୍ଣ୍ଣାମେଣ୍ଟରେ ଅଭିବକ୍ତ ପୁରୀ ଜିଲ୍ଲାର ୧୬ଟି ଦଳ ଅଂଶ ଗ୍ରହଣ କରିଥିଲେ।ଆଜିର ଫାଇନାଲ ମ୍ୟାଚ ଇସଲାମ ଷ୍ଟାର କ୍ରିକେଟ କ୍ଲବ (ଆଇ.ଏସ.ସି.ସି) ବେଣାପଞ୍ଜରୀ ଓ ବାବା ଲୋକନାଥ କ୍ରିକେଟ କ୍ଲବ (ବି.ଏଲ.ସି.ସି) ଗୋଡ଼ା ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ଆଇ ଏସ ସି ସି ବେଣାପଞ୍ଜରୀ ପ୍ରଥମେ ବ୍ୟାଟିଂ କରି ସମସ୍ତ ଉଇକେଟ ହରାଇ ୮୧ ରନ ସଂଗ୍ରହ କରିଥିଲା । ଜବାବରେ ୮୨ ରନର ଲକ୍ଷ ନେଇ ବି ଏଲ ସି ସି ଗୋଡ଼ା ଟିମ ଆଠ ଉଇକେଟରେ ବିଜୟ ହାସଲ କରି ଚମ୍ପିୟାନ ଆଖ୍ୟା ଅର୍ଜ୍ଜନ କରିଛି ।

ଏହି ଅବସରରେ ଆୟୋଜିତ ଏକ ପୁରସ୍କାର ବିତରଣି ସଭାରେ ମୁଖ୍ୟ ଅତିଥି ଭାବେ ଜଟଣୀ ବିଧାୟକ ସୁରେଶ କୁମାର ରାଉତରାୟ ଏବଂ ସମ୍ମାନିତ ଅତିଥି ଭାବେ ତିରିମଲ ଗୋପୀନାଥ ଶାନ୍ତି କମିଟି ସଭାପତି ଶରତ ବଡ଼ଜେନା, ଉପସଭାପତି କେଳୁଚରଣ ବଳିଆରସିଂ, ଶିକ୍ଷାବିତ ରାଧାସ୍ୟାମ ଜେନା, ସମାଜସେବୀ ପ୍ରଶାନ୍ତ ବଳିଆରସିଂ ପ୍ରମୁଖ ଯୋଗଦେଇ ରନର୍ଷଅପ ଦଳକୁ ଟ୍ରଫିସହ ନଗଦ ଆଠ ହଜାର ଟଙ୍କା ଏବଂ ଚମ୍ପିୟାନ ଦଳକୁ ଟ୍ରଫିସହ ନଗଦ ତେର ହଜାର ଟଙ୍କା ପ୍ରଦାନ କରିବା ସହିତ ଗୋଡ଼ା ଦଳର ସତ୍ୟ ଙ୍କୁ ମ୍ୟାନ ଅଫ ଦି ମ୍ୟାଚ ଓ ବେଣାପଞ୍ଜରୀ ଦଳର ବଣ୍ଟି ଙ୍କୁ ମ୍ୟାନ ଅଫ ଦି ସିରିଜ ଟ୍ରଫି ପ୍ରଦାନ କରିଥିଲେ । ଏହି ଟୁର୍ଣ୍ଣାମେଣ୍ଟକୁ ମା’ମଙ୍ଗଳା କ୍ରିକେଟ କ୍ଲବର କାନହୁଁ ଚରଣ ପାଇକରାୟ,ତପନ ବଳିଆରସିଂ, ସବ୍ୟସାଚୀ ସାହୁ, ମିଲନ ଜେନା, ସମ୍ବିତ ତ୍ରିପାଠୀ ଓ ବିଶ୍ୱନାଥ ପ୍ରଧାନ ପ୍ରମୁଖ ପରିଚାଳନା କରିଥିଲେ ।

No Result
View All Result