କୋରାଇ, ରିପୋର୍ଟ /ରଶ୍ମିରେଖା ମଲ୍ଲିକ ( ଓଡିଶା ତାଜା ନ୍ୟୁଜ୍ )ରାସନ ହିତାଧିକାରୀ କାର୍ଯ୍ୟାଳୟ ଦ୍ୱାରସ୍ଥ,୫ ମଇ, ମଙ୍ଗଳବାର :- କରୋନା ରୋଗ ସଂକ୍ରମଣରୁ ଲୋକମାନଙ୍କୁ ରକ୍ଷା କରିବା ପାଇଁ ସାରାଦେଶ ଏବେ ‘ଲକ ଡାଉନ’ ଘେଷଣା ହୋଇଛି । ଏହି ଲକଡାଉନ ସମୟରେ ଲୋକମାନଙ୍କ ଖାଦ୍ୟ ସମସ୍ୟା ଦୂର କରିବା ପାଇଁ ସରକାର ଯୋଗ୍ୟ
ହିତାଧିକାରୀଙ୍କୁ ୩ ମାସର ରାସନ ସାମଗ୍ରୀ ଓ ୧ହଜାର ଟଙ୍କା ସହିତ ମାଗଣାରେ ପରିବାର ପିଛା ୧କେ.ଜି ହରଡ
ଡାଲି ଓ ମୁଣ୍ଡ ପିଛା ୫ କେ.ଜି ଚାଉଳ ଯୋଗାଇ ଦେବା ପାଇଁ ଘୋଷଣା କରିଥିଲେ ।ଏହି ଘେଷଣାକୁ
କାର୍ଯ୍ୟକାରୀ କରିବାକୁ ଯାଇ ଜିଲ୍ଲା ପ୍ରସାଶନ ରାସନକାର୍ଡଧାରୀଙ୍କୁ ୩ ମାସର ରାସନ, ହଜାରେ ଟଙ୍କା ଓ ମୁଣ୍ଡ
ପିଛା ୫ କେଜି ଚାଉଳ ପହଂଚାଇଛନ୍ତି; ହେଲେ ଦେବାକୁ ଥିବା ହରଡ ଡାଲି ହିତାଧିକାରୀଙ୍କୁ ପର୍ଯ୍ୟନ୍ତ
ଦିଆଯାଇନାହିଁ ।
ଅନ୍ୟପକ୍ଷରେ ହିତାଧିକାରୀଙ୍କ ମଧ୍ୟରେ ଆଉ ଏକ ସମସ୍ୟା ଦେଖାଯାଇଛି । ଯେଉଁ ହିତାଧିକାରୀ ମାନେ ୩ମାସର ଆଗୁଆ ରାସନ ପାଇଛନ୍ତି; ସେମାନେ ମାଗଣା ରାସନ ନେବା ବେଳକୁ ସେମାନଙ୍କ ନାମ ହିତାଧିକାରୀ
ତାଲିକାରେ ନାହିଁ । ଯାହାଫଳରେ ସେମାନେ ମାଗଣା ଚାଉଳ ଓ ଡଲି ପାଇବାରୁ ବଂଚିତ ହୋଇଥିବା ନେଇ
ଆଜି (ମଙ୍ଗଳବାର) କୋରାଇ ବ୍ଲକର ଗୌରପୁର , ପଥରପଦା ଓ ଜହ୍ନା ପଂଚାୟତର କେତେକ ହିତାଧିକାରୀ ବ୍ଲକ
ସ୍ଥିତ ଯୋଗାଣ କାର୍ଯ୍ୟାଳୟରେ ପହଂଚିଥିଲେ । ବ୍ଲକର ଯୋଗାଣ ଅଧିକାରୀ ପ୍ରଶାନ୍ତକୁମାର ନାୟକଙ୍କୁ
ଘୋରାଉ ପୂର୍ବକ ମାଗଣା ଡାଲି ଓ ଚାଉଳ ସଂପର୍କରେ ପଚାରିଥିଲେ । ଏନେଇ ଶ୍ରୀ ନାୟକ କହିଥିଲେକି
ହିତାଧିକାରୀଙ୍କ ନାମ ଅପଡେସନ ରାଜ୍ୟସ୍ତରରେ ହେଉଥିବା ବେଳେ ଯୋଉଁମାନଙ୍କ ନାମ ଡିଲରଙ୍କ ମେସିନରେ
ଦେଖାଇବ ସେମାନଙ୍କୁ ମାଗଣା ଚାଉଳ ଓ ଡାଲି ଯୋଗାଇ ଦିଆଯିବା ପାଇଁ ସରକାରଙ୍କ ନିର୍ଦେଶ ରହିଛି ।