No Result
View All Result
ଓଡ଼ିଶା ତାଜା ନ୍ୟୁଜ୍ (୨୮ ଡିସେମ୍ବର ମଙ୍ଗଳବାର) ଭୁବନେଶ୍ୱର :- ଆଜି ଭୁବନେଶ୍ୱର ସ୍ଥିତ ଉତ୍କଳ ସାମ୍ବାଦିକ ସଂଘ ସଭାଗୃହରେ ଉତ୍କଳୀୟମ ଫାଉଣ୍ଡେସନ ଟ୍ରଷ୍ଟ, ଭୁବନେଶ୍ୱର, ଓଡିଶା ପକ୍ଷରୁ ରାଜ୍ୟସ୍ତରୀୟ କରୋନା ଯୋଦ୍ଧା -୨୦ ୨୧ ଅନୁଷ୍ଠିତ ହୋଇ ଯାଇଛି l ଏହି କାର୍ଯ୍ୟକ୍ରମରେ ଉଦଘାଟକ ଭାବେ ବରିଷ୍ଠ ସାମ୍ବାଦିକ ପ୍ରଦୋଷ ପଟ୍ଟନାୟକ,ମୁଖ୍ୟ ଅତିଥି ଭାବରେ ମାନ୍ୟବର ଭୁବନେଶ୍ୱର ମଧ୍ୟ ବିଧାୟକ ଅନନ୍ତ ନାରାୟଣ ଜେନା ସୁଶ୍ରୀ ରୁମନା ଜାଫ୍ରି , ମୁଖ୍ୟ ବକ୍ତା ଭାବେ ନିଖିଳ ଓଡିଶା ଆଇନଜୀବି ସଂଘର ରାଜ୍ୟ ସଭାପତି ଜ୍ଞାନରଞ୍ଜନ ମାହାନ୍ତି,
ସମ୍ମାନିତ ବକ୍ତା ଭାବେ ବରିଷ୍ଠ ସିନେସମୀକ୍ଷକ ଦିଲ୍ଲୀପ କୁମାର ହାଲି, ସମ୍ମାନିତ ଅତିଥି ଭାବେ ଡୁଡୁନ ଫାଉଣ୍ଡେସନର ଅଧ୍ୟକ୍ଷ୍ୟା ଡ. ବନ୍ଦନା ହରିଚନ୍ଦନ, ଉତ୍କଳୀୟମ ଫାଉଣ୍ଡେସନର ରାଷ୍ଟ୍ରୀୟ ସଂଯୋଜିକା ଶ୍ରୀମତୀ ସାଗରୀକା ମହାନ୍ତି, ଉତ୍କଳୀୟମ ଫାଉଣ୍ଡେସନର ରାଜ୍ୟ ସଂଗଠନ ସମ୍ପାଦକ ଶ୍ରୀ ଜିତେନ୍ଦ୍ର ସାହୁ,ପ୍ରନ୍ସ ଫାଉଣ୍ଡେସନର ଅଧ୍ୟକ୍ଷ୍ୟା ଶ୍ରୀମତୀ ରୀନା ସାହୁ ଓ ଜୀବନ ବିନ୍ଦୁର ରାଜ୍ୟ ସଂଯୋଜକ ଶ୍ରୀ ପ୍ରକାଶ ତ୍ରିପାଠୀ ଯୋଗ ଦେଇଥିଲେ l ଅତିଥିମାନଙ୍କୁ ଚନ୍ଦନ, ପୁଷ୍ପଗୁଛ ଓ ଉପଢୌକନ ଦେଇ ସମ୍ମାନିତ କରାଯାଇଥିଲା l
ଏହି ସଭାକାର୍ଯ୍ୟକୁ ଉତ୍କଳୀୟମ ଫାଉଣ୍ଡେସନର ଅଧ୍ୟକ୍ଷ ତଥା ଆଇନୀଜୀବୀ ରାଜିବ ଲୋଚନ ପ୍ରଧାନ ସଭାକାର୍ଯ୍ୟକୁ ପରିଚାଳନା କରିଥିଲେ l ଓଡିଶାରେ ମହାମାରୀ କରୋନା ସମୟରେ ଉତ୍କଳୀୟମ ଫାଉଣ୍ଡେସନର କାର୍ଯ୍ୟ ସମ୍ପର୍କରେ ଫାଉଣ୍ଡେସନର ଉପଦେଷ୍ଟା ଶ୍ରୀ ମନୋଜ ଦାଶ ବିସ୍ତୃତ ଭାବେ ଆଲୋଚନା କରିଥିଲେ l ଏହି ଉତ୍କଳୀୟମ ଫାଉଣ୍ଡେସନ କେବଳ ଓଡିଶା ନୁହେଁ ଓଡିଶା ବାହାରେ ଏକ ଟ୍ରଷ୍ଟ ଭାବେ କାର୍ଯ୍ୟ କରି ଆସୁଅଛି l
ଏହି ଫାଉଣ୍ଡେସନ ବର୍ତମାନ ସୁଧା ୧୧ ଟି ରାଜ୍ୟରେ କାର୍ଯ୍ୟ କରି ଆସୁଅଛି l ଆଜିର କାର୍ଯ୍ୟକ୍ରମ ଏକ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି କରିଥିଲା l ୨୦୧୪ ମସିହାରୁ ଉତ୍କଳୀୟମ ଫାଉଣ୍ଡେସନ ପକୃତି, ସଂସ୍କୃତି ଓ ମାନବିକ ଅଧିକାର ସୁରକ୍ଷା କ୍ଷେତ୍ରରେ ସମଗ୍ର ଭାରତ ବର୍ଷରେ କାର୍ଯ୍ୟ କରିଆସୁଅ ଛି l ଏବେ ଏହି ସଂଗଠନ ଭୁବନେଶ୍ୱରରେ କେବଳ ଓଡିଶାରେ ସୀମିତ ହୋଇ ନାହିଁ,
ତାହା ଦେଶ ବିଦେଶରେ ମଧ୍ୟ ପଠନ କରାଯାଉଛି ବୋଲି ଟେଲିଭିଜନ ଉପସ୍ଥାପକ ତଥା ବରିଷ୍ଠ ସାମ୍ବାଦିକ ଶ୍ରୀ ଶକ୍ତିପ୍ରସାଦ ରାଜଗୁରୁ ମତ ପ୍ରକାଶ କରିଥିଲେ l ଏହି କାର୍ଯ୍ୟକ୍ରମରେ ଇଣ୍ଡିଆ ବୁକ ଅଫ ରେକର୍ଡ ଓ ଏସିଆ ବୁକ ଅଫ ରେକର୍ଡରେ ସ୍ଥାନ ହାସଲ କରିଥିବା ସ୍ପ୍ରିଙ୍ଗ ଗାର୍ଲ ପ୍ରିୟା ପ୍ରିୟଦର୍ଶିନୀ ନାୟକ କିଛି ସମୟ ପର୍ଯ୍ୟନ୍ତ ଆକର୍ଷଣୀୟ ତଥା ଚମତ୍କାର ଭାବେ ଯୋଗ ପ୍ରଦର୍ଶନ କରିଥିଲେ l
ଏଥିରେ ସ୍ପ୍ରିଙ୍ଗ ଗାର୍ଲ ପ୍ରିୟ ଦର୍ଶିନୀ ନାୟକ, ସାମାଜିକ କର୍ମୀ, ସାମ୍ବାଦିକ, ପୋଲିସ, ସରପଞ୍ଚ, କୁନି ନୃତ୍ୟ ଶିଳ୍ପୀ, ଶିକ୍ଷକମାନଂକୁ ମାନପତ୍ର ଓ ଉପଢୌକନ ଦିଆ ଯାଇ ସମ୍ମାନିତ କରାଯାଇଥିଲା l ଏହି କାର୍ଯ୍ୟକ୍ରମରେ ଓଡିଶାର ଅଞ୍ଚଳର କୋଣ ଅନୁକୋଣରୁ ବିଭିନ୍ନ ବ୍ୟକ୍ତି ଯୋଗ ଦେଇଥିଲେ l
No Result
View All Result