No Result
View All Result
ଓଡ଼ିଶା ତାଜା ନ୍ୟୁଜ୍ (୨୭ ଡିସେମ୍ବର ସୋମବାର) ବୈପାରିଗୁଡା :- କୋରାପୁଟ ଜିଲ୍ଲା ବୈପାରିଗୁଡା ବ୍ଲକ ରାମଗିରି ମଣ୍ଡିରେ ରାମଗିରି,ଦଣ୍ଡାବାଡି,ଚିପାକୁର,ତେନ୍ତୁଳିଗୁମ୍ମା ପଞ୍ଚାୟତ ଚାଷୀ ମାନଙ୍କୁ ରାମଗିରି ଠାରେ ଧାନ ମଣ୍ଡିର ଶୁଭାରମ୍ଭ ହେବା ସହ ଚାଷୀଙ୍କ ଠାରୁ ଧାନ କିଣା ଆରମ୍ଭ ହୋଇଛି ଏଅବସରରେ ଆୟୋଜିତ ଏକ ବୈଠକ ରେ ଏହି ୪ ପଞ୍ଚାୟତର କ୍ଷୁନ୍ଧ୍ର ଚାଷୀ ଓ ଚାଷୀ ମାନେ ଲ୍ଯାମ୍ପସ କର୍ମଚାରୀ ଓ ଆରଏମସି କର୍ମଚାରୀଙ୍କ ସହ ବିଭିନ୍ନ ବିଷୟକୁ ନେଇ ଆଲୋଚନା କରିଥିବା ବେଳେ ୯ ଦଫା ଦାବି ରଖିଛନ୍ତି !
ଚାଷୀ ମାନଙ୍କ ମୁଖ୍ଯ ଦାବି ହେଉଛି ମିଲସ୍ ଓ ଲ୍ଯାମ୍ପସ କର୍ମଚାରୀ ମଣ୍ଡିରେ ଉପସ୍ଥିତ ରହି ଉଚିତ ଧାନକୁ ସରକାରୀ ନିୟମ ଅନୁସାରେ ସଂଗ୍ରହ କରିବା, ମିଲସ୍ ନ ଆସି ଲ୍ଯାମ୍ପସ ଓ ଆରଏମସି କର୍ମଚାରୀ ଙ୍କୁ ଦାୟିତ୍ବ ଦେବା ବନ୍ଦ କରିବା,
ମଣ୍ଡିରେ ହିଁ ପ୍ରଥମେ ଧାନ ଓଜନ କରାଯାଉ ଯଦି ବାହାର କୁ ଗାଡି ନେଇ ଓଜନ କଲେ ଆରଏମସି କର୍ମଚାରୀ ଦାୟୀ ରହିବେ,ମଣ୍ଡିରେ ମିଲସ ଧାନ ଓଜନ କରି ନେବା, ଯେଉଁ ଚାଷୀଙ୍କ ଟୋକେନ ମିଳିନାହିଁ ତାକୁ ତୁରନ୍ତ ଟେକେନ ଦେବା ବ୍ଯବସ୍ଥା ଲ୍ଯାମ୍ପସ କରିବା ପ୍ରମୁଖ ଦାବି ଚାଷୀ ମାନେ ଲ୍ୟାମ୍ପସ୍ ଓ ଆରଏମସି କର୍ମଚାରୀଙ୍କୁ ଏହି ଦାବି ପତ୍ର ପ୍ରଦାନ କରିଥିବାର ପ୍ରକାଶ କରିଛନ୍ତି !
No Result
View All Result