ଭୁବନେଶ୍ୱର,ବାଲେଶ୍ୱର ,ରିପୋର୍ଟ,ଦୀପ୍ତିମାନ୍ ପତି / ଅଭିମନ୍ୟୁ ମହାରଣା (ଓଡିଶା ତାଜା ନ୍ୟୁଜ୍ ) ୫ ମଇ, ମଙ୍ଗଳବାର :- ରାଜ୍ୟରେ ଆଜି ଅପରାହ୍ନ ରେ ତିନି ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ଦୁଇ ଜଣ ବାଲେଶ୍ୱର ଜିଲ୍ଲାର ଆଉ ଜଣେ କଟକ ଜିଲ୍ଲା ତିଗିରିଆ ଅଂଚଳର ବୋଲି ଜଣାପଡିଛି । ବାଲେଶ୍ୱରରେ ସଂଖ୍ୟା ୨୩ରେ ପହଂଚିଛି । କଟକ ଜିଲ୍ଲା ତିଗିଡିଆ ଅଂଚଳରୁ ଜଣେ ସୁରତ ଫେରନ୍ତା ଯାହାର ବୟସ ୩୪ ବର୍ଷ, ନମୁନା ପରୀକ୍ଷାରୁ ସେ କରୋନା ଆକ୍ରାନ୍ତ ହୋଇଥିବା ଜଣାପଡିଛି କରୋନା ଆକ୍ରାନ୍ତରୁ ଦୂରେଇ ଯାଇଥିବା କଟକ ଜିଲ୍ଲା ଏବେ ସଂକ୍ରମଣ ତାଲିକାରେ ତେବେ କଟକ ସହରରେ ଜଣେ ପୂର୍ବରୁ ଚିହ୍ନଟ ହୋଇଥିଲେ ।
ସେ ସଂପୂର୍ଣ୍ଣ ସୁସ୍ଥ ହେବା ପରେ କଟକ ଜିଲ୍ଲାକୁ ଗ୍ରୀନ ଜୋନ ଭାବେ ଘୋଷଣା କରାଯାଇଥିଲା । ବାଲେଶ୍ୱରରୁ ଯେଉଁ ଦୁଇଜଣ ଚିହ୍ନଟ ହୋଇଛନ୍ତି, ଉଭୟ ପଶ୍ଚିମବଙ୍ଗ ଫେରନ୍ତା ସେମାନଙ୍କ ମଧ୍ୟରେ ୨୬ ବର୍ଷର ଯୁବକ ଏବଂ ୫୦ ବର୍ଷର ମହିଳା ଜଣେ ଅଛନ୍ତି । ଉଭୟ ବସ୍ତା ବ୍ଲକ ର ନଟାକଟା ଓ ପାଉଁଶକୁଳି ପଞ୍ଚାୟତ ର ବୋଲି ଜଣାପଡିଛି । ସେମାନେ ଆଉ କାହା କାହା ସହ ମିଶିଛନ୍ତି ,ତାକୁ ନେଇ ପ୍ରଶାସନ ଏବେ ତଦାରଖ ଆରମ୍ଭ କରିଛି । ଏବେ ତିଗିରିଆ ଅଂଚଳରୁ ସୁରତ ଫେରନ୍ତା ଚିହ୍ନଟ ହୋଇଛନ୍ତି । ଗଂଜାମରେ ୧୮ ବର୍ଷର ଯୁବକ ଆଜି ସକାଳେ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ପଶ୍ଚିମବଙ୍ଗ ଉପରେ ଏବେ ସୁରତରୁ ବହୁ ଶ୍ରମିକ ଆସିବାକୁ ଥିବାରୁ ଏହା ଉପରେ ଏବେ ଅଧିକ ନଜର ରଖାଯିବ । ଗଂଜାମରେ ପୂର୍ବରୁ ୨ ସୁରତ ଫେରନ୍ତା ଚିହ୍ନଟ ହୋଇସାରିଛନ୍ତି ଏବେ ସୁରତ ଫେରନ୍ତା ଚିନ୍ତା ବଢାଇବା ଆରମ୍ଭ କଲାଣି । ରାଜ୍ୟରେ କରୋନା ପଜିଟିଭ୍ ସଂଖ୍ୟା ୧୭୩ ରେ ପହଚିଂଛି ।