ଭୁବନେଶ୍ୱର, ରିପୋର୍ଟ ଅଭିମନ୍ୟୁ ମହାରଣା ( ଓଡିଶା ତାଜା ନ୍ୟୁଜ୍ ) ଛାତ୍ର କଂଗ୍ରେସ ବାଣ୍ଟିଲେ ଶୁଖିଲା ଖାଦ୍ୟସାମଗ୍ରୀ ,୫ ମଇ , ମଙ୍ଗଳବାର, :- ସମଗ୍ର ବିଶ୍ୱରେ ତଥା ଦେଶ ଓ ରାଜ୍ୟରେ ଦେଖା ଦେଇଥିବା କୋରୋନା ମହାମାରିକୁ ପ୍ରତିହତ କରିବା ପାଇଁ ନିୟମ ଲାଗୁ ହୋଇଥିବା ଲକଡାଉନ କୁ ମାନି ଅଧିକାଂଶ ଗରିବ ଶ୍ରେଣୀର ଲୋକେ ଖାଦ୍ୟ ବିନା ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ।
ଏମାନଙ୍କୁ ସରକାରଙ୍କ ପକ୍ଷରୁ ଯୋଗାଇ ଦିଆଯାଉଥିବା ଖାଦ୍ୟ ପ୍ରଯ୍ୟାପ୍ତ ହେଉନଥିବାରୁ ଦୀର୍ଘ ଦିନରୁ ଉର୍ଦ୍ଧ ଦିନ ଧରି ଓଡିଶା ଛାତ୍ର କଂଗ୍ରେସ ପକ୍ଷରୁ ରାଜ୍ୟ ସଂଯୋଜକ ଆଦିତ୍ୟ ପ୍ରୀତମ ଦାସଙ୍କ ନେତୃତ୍ୱରେ ଶୁଖିଲା ଖାଦ୍ୟ ବଣ୍ଟନ ଜାରୀରହିଛି । ଏହି ଅବସରରେ ଆଜି ଭୁବନେଶ୍ୱରର ଧଉଳି ଅଞ୍ଚଳରେ ରାସ୍ତାକଡ଼ରେ ତମ୍ବୁ ପକେଇ ରହିଥିବା ବାହାର ରାଜ୍ୟର ଯାଯାବର ଲୋକଙ୍କୁ ଆଦିତ୍ୟ ପ୍ରୀତମ ଦାସ ଓ ଅନ୍ୟ ଛାତ୍ର ନେତାମାନେ ମାସ୍କ ପିନ୍ଧି ଓ ସାମାଜିକ ଦୂରତା ନିୟମକୁ ମାନି ଅତ୍ୟାବ୍ୟଶ୍ୟକ ଶୁଖିଲା ଖାଦ୍ୟ (ଚାଉଳ,ଡାଲି,ଆଳୁ,ପିଆଜ,ସାବୁନ,ତେଲ) ସହ ମାସ୍କ ଓ ସାନିଟାଇଜର ବାଣ୍ଟିଥିଲେ ।
ବାରମ୍ବାର ହାତ ଧୋଇବା ଓ ମାସ୍କ ପିନ୍ଧି ସଫାସୁତୁରା ରହିବାକୁ ସଚେତନସଚେତନ ମଧ୍ୟ କରିଥିଲେ। ଏହି ବଣ୍ଟନ କାର୍ଯ୍ୟକର୍ମରେ ଅନ୍ୟମାନଙ୍କ ମଧ୍ୟରେ ନିରଞ୍ଜନ ନାୟକ, ସମ୍ଭବ ପଟ୍ଟନାୟକ, ସୌମ୍ୟରଂଜନ ଜେନା, ମଣିରତ୍ନ ସ୍ୱାଇଁ ପ୍ରମୁଖ ସହଯୋଗ କରିଥିଲେ ।