No Result
View All Result
ଓଡ଼ିଶା ତାଜା ନ୍ୟୁଜ୍ (୨୫ ଡିସେମ୍ବର ଶନିବାର) ବ୍ରହ୍ମପୁର :- ବାଧକ ସାଜିଛି ଅର୍ଥ,ଚିକିତ୍ସା ଅଭାବରୁ ଜଣେ ଯୁବକ ମୃତ୍ୟୁ ଶଯ୍ୟାରେ ଅସହାୟ ଅବସ୍ଥାରେ ପଡ଼ିରହିଛି । ଦୀର୍ଘ ଏକମାସ ଧରି ବ୍ରହ୍ମପୁର ବଡ଼ମେଡିକାଲ୍ ରେ ଚିକିତ୍ସା ପରେ ଅର୍ଥ ଅଭାବରୁ ମୃତ୍ୟୁସହ ସଂଗ୍ରାମ କରୁଛି ରଙ୍ଗେଇଲୁଣ୍ଡା ବ୍ଲକ୍ ଅନ୍ତର୍ଗତ ଗୋଳନ୍ଥରା ଚଟି ନୂଆଁ ସାହିର ରବି ସେଠୀ । ବୟସ ୪୦ ପିଲା ଦିନରୁ ବାପା ମା ଛେଉଣ୍ଡ । ବଡ଼ ଭାଇ ପାଖରେ ରହି ଜୀବନ ଅତିବାହିତ କରିବା ସମୟରେ ଏକ ରୋଗ ମାଡ଼ି ବସିଲା । ନିଜ କୌଳିକ ବୃତ୍ତି କରି ନିଜ ପେଟ ପୋଷିବା ସମ୍ଭବ ନୁହେଁ ବୋଲି ରବି ର ବଡ଼ଭାଇ ସୁବାଷ ଓ ଭାଉଜ ଝୁନୂ କହିଛନ୍ତି । ଦିଅର କୁ ଦୀର୍ଘ ଦିନ ହେଲା ଯକ୍ଷ୍ମା ରୋଗ ମାଡ଼ି ବସିଲା ପରେ ପରେ ଆଉ ଏକ ଅଜଣା ରୋଗ ହୋଇଥିବାରୁ ଚିକିତ୍ସା କରିବା ପାଇଁ ଅର୍ଥ ଅଭାବ ।
ଏକ ମାସ ହେଲା ବ୍ରହ୍ମପୁର ବଡ଼ ମେଡିକାଲ୍ ରେ ଚିକିତ୍ସା ପରେ ବର୍ତ୍ତମାନ ଘରେ ପଡି ରହିଛି ରବି । ରାସନ୍ କାର୍ଡ ଧାରୀ ନୁହନ୍ତି ଦିଅର । ଆମ ପରିବାରର ରାସନ୍ କାର୍ଡ ଥିଲେ ମଧ୍ୟ ଦିଅର ରବି ସେଠୀ ସେଥିରୁ ବଞ୍ଚିତ ଅଛନ୍ତି ବୋଲି ଝୁନୁ ସେଠୀ କହିଛନ୍ତି । ରାସନ କାର୍ଡ ଥିଲେ କୋଉଠି ନା କୋଉଠି ଚିକିତ୍ସା ହୋଇ ପାରି ଥାଆନ୍ତା । ଧାର କରଜ କରି ଲକ୍ଷାଧିକ ଟଙ୍କା ପାଣି ଭଳିଆ ଖର୍ଚ୍ଚ ହୋଇଗଲା, ଆଉ ସମ୍ଭବ ହେଉନି ବୋଲି ପରିବାର ଲୋକ କହିଛନ୍ତି । ଉତ୍ତମ ଚିକିତ୍ସା ପାଇଁ ଟଙ୍କା ନଥିବାରୁ ବାହାର କୁ ଯାଇପାରୁନି ବୋଲି କହିଛନ୍ତି। ରବିର ଏହିପରି ଅବସ୍ଥା ଦେଖି ପରିବାର ଲୋକେ କୌଣସି କାମ ଧନ୍ଦା କରି ପାରୁ ନାହାନ୍ତି ।
ଘରୁ ବାହାରକୁ କାମ ପାଇଁ ଯାଉ ନାହାନ୍ତି । ରୋଜଗାର କରିବା ଆଶାରେ ଜଣେ ରୋଗୀକୁ ଘରେ ଛାଡି ଯିବା ଅସମ୍ଭବ । ରବି ଏବେ ପରିବାରର ବୋଝ ପାଲଟି ଯାଇଛି । ଏପରି ସ୍ଥଳେ ବିଜେପି ଜିଲ୍ଲା ସଭାପତି ବିଭୂତି ଭୂଷଣ ଜେନା ଦୁଇଟି ଅକ୍ସିଜେନ୍ ସିଲିଣ୍ଡର ଯୋଗାଇବା ସହ ସହାୟତା ର ହାତ ବଢ଼ାଇଛନ୍ତି । ଉନ୍ନତ ମାନର ଚିକିତ୍ସା ପାଇଁ। ଜିଲ୍ଲା ପ୍ରଶାସନ ହସ୍ତକ୍ଷେପ କରିବା ପାଇଁ ଦାବୀ କରିଛନ୍ତି। ଏହାକୁ ନେଇ ଉପଜିଲ୍ଲାପାଳ ଙ୍କୁ ଜଣାଇ ରେଡକ୍ରସ ପାଣ୍ଠି ରୁ ଆର୍ଥିକ ସହାୟତା ଯୋଗାଇ ଦେବାକୁ ନିବେଦନ କରିଲେ ରବିକୁ ମିଳିପାରିବ ବୋଲି ବିଡ଼ିଓ ପ୍ରସନ୍ନ କୁମାର ପାତ୍ର କହିଛନ୍ତି ।
No Result
View All Result