ସମ୍ପ୍ରତି କୋଭିଡି 19 ମହାମାରୀ ର ଦ୍ୱତୀୟ ପର୍ଯ୍ୟାୟ ଲକ ଡାଉନ କଟକଣା ସରିବା ପରେବି ନିଜ ଭିଟାମାଟିକୁ ଫେରିବା ପାଇଁ ବ୍ଲକ ପ୍ରଶାସନ କୁ ସହାୟତା ମାଗି ନିରାଶ ହୋଇ ଫେରିଲେ,
କଟକ,ମାହାଙ୍ଗା, /ରିପୋର୍ଟ ଲଷ୍ମୀଧର ଖୁଣ୍ଟିଆ (ଓଡିଶା ତାଜା ନିଉଜ ), ମୂଳବସନ୍ତରେ ଅଟକି ରହିଛନ୍ତି 32ଶ୍ରମିକ, ୫ ମଇ, ମଙ୍ଗଳବାର :- ସମ୍ପ୍ରତି କୋଭିଡି 19 ମହାମାରୀ ର ଦ୍ୱତୀୟ ପର୍ଯ୍ୟାୟ ଲକ ଡାଉନ କଟକଣା ସମାପ୍ତ ପରେ ସରିବା ପରେବି ନିଜ ଭିଟା ମାଟିକୁ ଫେରିବା ଅପେକ୍ଷାରେ ଛତିଶଗଡ ଇଟାଭାଟି ଶ୍ରମିକ ଓ ତାଙ୍କ ପରିବାର, କରୋନା ଲକ ଡାଉନ କଟକଣା ଯୋଗୁ କଟକ ଜିଲ୍ଲା ମାହାଙ୍ଗା ମୁଳୁବସନ୍ତ ପଂଚାୟତରେ ଅଟକି ରହିଛନ୍ତି 32ଶ୍ରମିକ ସହ ପିଲାଛୁଆ ଓ ମହିଳା, ଏହି ପଂଚାୟତର ବିଭିନ୍ନ ଗ୍ରାମରେ ରହି ଲୋକ ଙ୍କ ଇଟା ପକାଇବା କାର୍ଯ୍ୟରେ ଶ୍ରମିକ ଭାବେ କାର୍ଯ୍ୟ କରୁଥିଲେ, କରୋନା ମହାମାରୀ କଟକଣା ଯୋଗୁ ଆଉ ନିଜ ରାଜ୍ୟ ଛତିଶଗଡ଼କୁ ଫେରିପାରିଲେଣି, କାମ ଧନ୍ଦା ନଥିବାରୁ ଲକ ଡାଉନ ସମୟରେ ସଂଚିତ ଅର୍ଥ ସରିଗଲା, ଆଉ କାମ ନଥିବାରୁ ଗୋଟିଏ ଓଳି ଭୋକ ଉପାସରେ ସମୟ କଟାଉଛନ୍ତି, ସ୍ଥାନୀୟ ସରପଞ୍ଚ ମଧ୍ୟାହ୍ନ ଓ ରାତିରେ ଖାଇବାକୁ ଦେଉଥିବାବେଳେ ସକାଳ ଓଳି ପିଲା ଛୁଆ ସହ ଭୋକ ଉପାସ ରେ ରହୁଥିବା ଜଣାଯାଇଛି , ନିଜ ରାଜ୍ୟ କୁ ଫେରିବା ପାଇଁ ପ୍ରଶାସନ କୌଣସି ବ୍ୟବସ୍ଥା କରିନଥିବାରୁ ଆଜି ସେମାନେ ମାହାଙ୍ଗା ବ୍ଲକ କାର୍ଯ୍ୟାଳୟ କୁ ଆସି ବ୍ଲକ ପରିସରରେ ଖରା ତାତିରେ ଦୀର୍ଘ ସମୟ ଧାରୀ ଫେରିବା ପାଇଁ ସମସ୍ତଙ୍କୁ ଗୁହାରି କରିଥିଲେବି ଏହାକୁ
କେହି କର୍ଣପାତ କରିନଥିଲେ, ଶେଷରେ ଗାନ ମାଧ୍ୟମ ପ୍ରତିନିଧି ମାନେ ପହଂଚି ମାହାଙ୍ଗା ବିଡ଼ିଓ ଙ୍କୁ ଆ ସମ୍ପର୍କରେ ଅବଗତ କରାଇଥିଲେ, ହେଲେ ମାହାଙ୍ଗା ବିଡ଼ିଓ ନିହାର ରଞ୍ଜନ ମଲିକ ସଫାସଫା ମନାକରି ଦେଇଥିଲେକି ମୁଁ ଏ ବିଷୟରେ କିଛି ସାହାଯ୍ୟ କରିପାରିବି ନାହିଁ, ସେମାନଙ୍କ ଫେରିବା ପାଇଁ ମୋ ପାଖରେ କୌଣସି ବ୍ୟବସ୍ଥା ନାଇଁ ଯାହା ଜିଲ୍ଲା ପ୍ରଶାସନ କରିବେ, ସେମାନେ ଯାଇ ଜିଲ୍ଲାପାଳ ଅଫିସରେ ଯୋଗାଯୋଗ କରନ୍ତୁ କହି ଯାହା ସେମାନେ କରିବେ, ଏହି ଶ୍ରମିକ ମାନେ ଠିକ ସେ ଓଡ଼ିଆ କହି ପାରୁ ନଥିବାରୁ ସେମାନଙ୍କ କଥା ବୁଝି ସାହାଯ୍ୟ କରିବାକୁ କେହି ନାଇଁ, ଯୋଉ ଲୋକମାନେ ସେମାଙ୍କୁ କାମରେ ଆଣି ଲଗାଇଥିଲେ ସେମାନେ ବି ଫେରିବା ପାଇଁ ବ୍ୟବସ୍ଥା କରୁନାହାନ୍ତି, ଏପରି ସ୍ଥଳେ ବ୍ଲକ ପ୍ରଶାସନ ସେମାନଙ୍କୁ ସାହାଯ୍ୟ କରିବା ପରିବର୍ତ୍ତେ ମନାକରିଦେବା ଘଟଣା କୁ ସାଧାରଣରେ ଅସନ୍ତୋଷ ପ୍ରକାଶ କରିଚି, ତୁରନ୍ତକଟକ ଜିଲ୍ଲାପାଳ ଏଥି ପ୍ରତି ଦୃଷ୍ଟିଦେଇ ତୁରନ୍ତ ଛତିଶଗଡ ଫେରାଇବାର ବ୍ୟବସ୍ଥା କରିବାକୁ ଶ୍ରମିକ ମାନେ ନିବେଦନ କରିଛନ୍ତି