ଭୁବନେଶ୍ୱର, ରିପୋର୍ଟ ( ଓଡିଶା ତାଜା ନ୍ୟୁଜ୍ ) ରିଲିଫ ପାଣ୍ଠି କୁ ୩ ଲକ୍ଷ ଟଙ୍କାର ଏକ ଚେକ ପଦାନ ,୫ ମଇ, ମଙ୍ଗଳବାର : – କରୋନା ଭୁତାଣୁ ସଂକ୍ରମଣର ମୁକାବିଲା ନିମନ୍ତେ ଓଡିଶା ମତ୍ସ୍ୟ ସେବା ସଂଘ ତରଫରୁ ମୁଖ୍ୟମନ୍ତ୍ରୀ ଙ୍କ ରିଲିଫ ପାଣ୍ଠି କୁ ୩ ଲକ୍ଷ ଟଙ୍କାର ଏକ ଚେକ ପଦାନ କରାଯାଇଛି । ଆଜି କୃଷି ଭବନ ଠାରେ ଏହି ଅର୍ଥରାଶି କୁ ମତ୍ସ୍ୟ ଓ ପ୍ରାଣୀସମ୍ପଦ ମନ୍ତ୍ରୀ ଡ଼ ଅରୁଣ କୁମାର ସାହୁ ଙ୍କ ଜରିଆରେ ସଂଘ ତରଫରୁ ପ୍ରଦାନ କରାଯାଇଛି ।
![](https://odishatazanews.com/wp-content/uploads/2020/05/IMG-20200505-WA0081-1024x413.jpg)
ଏହି ଅବସରରେ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିଭାଗ ଶାସନ ସଚିବ ଆର ରଘୁପ୍ରସାଦ, ମତ୍ସ୍ୟ ନିର୍ଦେଶକ ସ୍ମୃତିରଞ୍ଜନ ପ୍ରଧାନ ଉପସ୍ଥିତ ଥିଲେ । ସଂଘ ପକ୍ଷରୁ ସଭାପତି ପ୍ରତାପ ଚନ୍ଦ୍ର ରାଉତ ଓ ସାଧାରଣ ସମ୍ପାଦକ ମଧୁମୟ ସାମଲ ମନ୍ତ୍ରୀ ଡ଼ ସାହୁଙ୍କୁ ଉକ୍ତ ଚେକ ପ୍ରଦାନ କରିଥିଲେ ।