No Result
View All Result
ଓଡ଼ିଶା ତାଜା ନ୍ୟୁଜ୍ (୨୧ ଡିସେମ୍ବର ମଙ୍ଗଳବାର ) ପାରଳାଖେମୁଣ୍ଡି :- ସ୍ଥାନୀୟ ହିଲଟପ ସ୍ନାତକ ମହାବିଦ୍ୟାଳୟ ପରିସରରେ ୨୦/୧୨ ଠାରୁ ୨୬/୧୨ ପର୍ଯ୍ୟନ୍ତ ୭ଦିନ ଧରି ଜାତୀୟ ସେବା ଯୋଜନାର ସ୍ୱତନ୍ତ୍ର ସେବା ଶିବିରର ଉଦଘାଟନ ଉତ୍ସବ ବରିଷ୍ଠ ଅଧ୍ଯ।ପକ ଜଗନ୍ନାଥ ପଣ୍ଡାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଏହି ଉତ୍ସବକୁ ମୁଖ୍ୟ ଅତିଥି ଭାବେ ବରିଷ୍ଠ ଶିକ୍ଷାବିତ ମାର୍ଶାଲ ନାୟକ,
ମୁଖ୍ୟ ବକ୍ତା ବରିଷ୍ଠ ଅଧ୍ୟାପକ ପ୍ରଣବାନନ୍ଦ ପାଟ୍ଟୋଷୀ ଓ ସମ୍ମାନୀତ ଅତିଥି ଭାବେ ମନୋରଞ୍ଜନ ପାଣିଗ୍ରାହୀ ଯୋଗ ଦେଇଥିଲେ। ଅତିଥିମାନେ ନିଜ ବକ୍ତବ୍ୟରେ ଜାତୀୟ ସେବା ଶିବିରର ମହତ୍ଵ, ଲକ୍ଷ୍ୟ’, ଉଦ୍ଦେଶ୍ଯ ଓ ସେବା ସମ୍ପର୍କରେ ଉପସ୍ଥିତ ବାଳିକା ବିଭାଗର ୨୩ଜଣ ଛାତ୍ରୀ ଓ ବାଳକ ବିଭାଗର ୨୩ଜଣ ଛାତ୍ରୀଙ୍କୁ ବୁଝାଇଥିଲେ।
ସଭା କାର୍ଯ୍ୟ ଶେଷ ହେବାପରେ ସ୍ଵତନ୍ତ୍ର ସେବା ଶିବିରର ୪୬ ଜଣ ଛାତ/ଛାତ୍ରୀ ମହାବିଦ୍ୟାଳୟ ପରିସରକୁ ପରିଷ୍କାର ପରିଚ୍ଛନ୍ନ କରିଥିଲେ। ଏହି ସମସ୍ତ କାର୍ଯ୍ୟକ୍ରମକୁ ବାଳିକା ବିଭାଗର ଯୋଜନା ଅଧିକାରିଣୀ ଅଧ୍ଯାପିକା ରୀତା କୁମାରୀ ଶତପଥୀ ଓ ବାଳକ ବିଭାଗର ଯୋଜନା ଅଧିକାରୀ ସନ୍ତୋଷ କୁମାର ନନ୍ଦ ପରିଚାଳନା କରିଥିଲେ।

No Result
View All Result