ଭୁବନେଶ୍ୱର, ରିପୋର୍ଟ ( ଓଡିଶା ତାଜା ନ୍ୟୁଜ୍ ) ୫ ମଇ,ମଙ୍ଗଳବାର : ଜାଣନ୍ତୁ ଆପଣଙ୍କର (ବାସ୍ତୁ ଶାସ୍ତ୍ର ) : –
ପେଣ୍ଡୁଲମ୍ ଘଣ୍ଟାକୁ ଉତ୍ତର ଓ ପୂର୍ବ ଦିଗ କିମ୍ବା ପଶ୍ଚିମ ଦିଗରେ ଲଗାଇଲେ ଶୁଭ ହୋଇଥାଏ । ଘରେ ଗୋଲାକାର ଓ ଚକ୍ରି ଆକାରର ଘଣ୍ଟା ଲଗାଇବା ଉଚିତ୍ । ଏହା ଦ୍ୱାରା ଘରେ ଭଲପାଇବା ଓ ଶାନ୍ତିର ବାତାବରଣ ସୃଷ୍ଟି ହୋଇଥାଏ । ସକାରାତ୍ମକ ପ୍ରଭାବ ପଡ଼ିଥାଏ । କ’ଣ କଲେ ଅଶୁଭ ଫଳ ମିଳିଥାଏ ଘରର ଦ୍ୱାର ମୁହଁ କାନ୍ଥରେ ଘଣ୍ଟା ଟାଙ୍ଗନ୍ତୁ ନାହିଁ । ନକାରାତ୍ମକ ପ୍ରଭାବ ପଡ଼ିଥାଏ । ଘରେ ଅଶାନ୍ତି ସୃଷ୍ଟି ହୋଇଥାଏ । ଘରର କାନ୍ଥରେ ଭୁଲରେ ଦକ୍ଷିଣ ଦିଗର କାନ୍ଥରେ ଘଣ୍ଟା ଲଗାନ୍ତୁ ନାହିଁ। ଘରର ମୁଖ୍ୟ ବ୍ୟକ୍ତିଙ୍କ ସ୍ୱାସ୍ଥ୍ୟ ଉପରେ ଖରାପ ପ୍ରଭାବ ପକାଇବ । ଘରେ ଭୁଲରେ ଖରାପ ଓ ବନ୍ଦ ହୋଇ ଯାଇଥିବା ଘଣ୍ଟା ରଖନ୍ତୁ ନାହିଁ । ନକାରାତ୍ମକ ପ୍ରଭାବ ପଡ଼ିବ ।