ଭୁବନେଶ୍ୱର, ରିପୋର୍ଟ / ଅଭିମନ୍ୟୁ ମହାରଣା ( ଓଡିଶା ତାଜା ନ୍ୟୁଜ୍ ) ଯୁବ ବିଜେଡ଼ି ଆଇଟି ସଂଯୋଜକ ମାନଙ୍କ ସହ ଭିଡ଼ିଓ କନ୍ଫରେନ୍ସି ମଧ୍ୟମରେ ସମୀକ୍ଷା ।,୪ ମଇ, ସୋମବାର :– ଆଜି ବିଜେଡି ରାଜ୍ୟ ଆଇଟି ଉଇଙ୍ଗ ର ମୁଖ୍ୟ ତଥା ରାଜ୍ୟସଭା ସାଂସଦ ଡଃ ଅମର ପଟ୍ଟନାୟକଙ୍କ ନେତ୍ତୃତ୍ୱରେ କୋଭିଡ ୧୯ ବିପତ୍ତି କୁ ନେଇ ଦ୍ଭିଡ଼ିଓ କନ୍ଫରେନ୍ସି ମାଧ୍ୟମରେ ଯୁବବିଜେଡ଼ି ଆଇଟି ଉଇଙ୍ଗ ସଂଯୋଜକ ମାନଙ୍କ ନିର୍ବାଚନ ମଣ୍ଡଳୀ ସ୍ଥରିୟ ସମୀକ୍ଷା ବୈଠକ କରାଯାଇଥିଲା ।ଏହି ଭିଡ଼ିଓ କନ୍ଫରେନ୍ସିକୁ ପରିଚାଳନା କରିଥିଲେ ଯୁବବିଜେଡି ରାଜ୍ୟ ସଭାପତି ତଥା ବିଜେଡ଼ି ଆଇଟି ଉଇଙ୍ଗର ରାଜ୍ୟ ସଂଯୋଜକ ଅମରେଶ ପତ୍ରୀ ଏବଂ ସଂଚାଳନ କରିଥିଲେ ବିଜେଡ଼ି ଆଇଟି ଉଇଙ୍ଗ ର ରାଜ୍ୟ ଆବାହକ ପ୍ରସନ୍ନଜିତ ପତି ।
ଏହି ଭିଡ଼ିଓ କନ୍ଫରେନ୍ସି ବୈଠକ ମଧ୍ୟମରେ ୩୦ଟି ଜିଲ୍ଲା ତଥା ୧୪୭ଟି ନିର୍ବାଚନ ମଣ୍ଡଳୀ ସ୍ଥରିୟ ଯୁବବିଜେଡ଼ି ଆଇଟି ସଂଯୋଜକମାନେ ଉପସ୍ଥିତ ରହି ଏହି ଘଡିସନ୍ଧି ମୁହୂର୍ତ୍ତରେ କରୋନା ବିପତ୍ତି କୁ ନେଇ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଆହ୍ବନ କ୍ରମେ ଆଇଟି ଉଇଙ୍ଗ ତରଫରୁ କିଭଳି କାର୍ଯ୍ୟପନ୍ଥା ଗ୍ରହଣ କରିଛନ୍ତି ସେ ବିଷୟରେ ସମୀକ୍ଷା କରାଯାଇଥିଲା । ଆଗାମୀ ଦିନରେ ବ୍ଲକ, ପଞ୍ଚାୟତ ଓ ୱାର୍ଡ ସ୍ତରରେ କିଭଳି ଭାବେ ସରକାରଙ୍କ ଯୋଜନା ଓ ସଚେତନା କାର୍ଯ୍ୟକ୍ରମ ପହଞ୍ଚି ପାରିବ ତାର କାର୍ଯ୍ୟପନ୍ଥା ମଧ୍ୟ ପ୍ରସ୍ତୁତ ହୋଇଥିଲା । ଯୁବବିଜେଡ଼ି କର୍ମକର୍ତ୍ତାଙ୍କ ଦ୍ୱାରା ରାଜ୍ୟବ୍ୟାପି ଗରିବ ଓ ଅସହାୟ ମାନଙ୍କୁ ଖାଦ୍ୟ ପଦାର୍ଥ ବଣ୍ଟନ ହେଉ କିମ୍ବା ଜୀବନବିନ୍ଦୁ କାର୍ଯ୍ୟକ୍ରମ ମଧ୍ୟମରେ ରକ୍ତ ଅଭାବ କୁ ପୁରାଣ କରାଯିବା ଭଳି ସାମାଜିକ ଦାୟିତ୍ୱକୁ ମଧ୍ୟ ଏହି କାର୍ଯ୍ୟକ୍ରମ ମଧ୍ୟମରେ ପ୍ରଶଂସା କରାଯାଇଥିଲା ।
ଏହି କାର୍ଯ୍ୟକ୍ରମ କୁ ଯୁବ ବିଜେଡ଼ି ତରଫରୁ ମୁଖ୍ୟତଃ ସଂଯୋଜନା କରିଥିଲେ ଯୁବ ବଜେଡି ରାଜ୍ୟ ଆଇଟି ସଂଯୋଜକ ଡକ୍ଟର ହରିଶ ଚୌଧୁରୀ, ତାରିଣୀ ପ୍ରସାଦ ନାୟକ, ସଂକେତ ରାୟ, ଦୁଷ୍ମମନ୍ତ ବେହେରା ଓ ମହେକ୍ଷୀତା ମିଶ୍ର। ଆଜିର ଏହି ଭିଡ଼ିଓ କନ୍ଫରେନ୍ସି ସମୀକ୍ଷା ବୈଠକଟି ସଫଳତାର ସହ ସୁଚାରୁ ରୂପେ ସମ୍ପାଦିତ ହୋଇଥିବାରୁ ବିଜେଡି ରାଜ୍ୟ ଆଇଟି ଉଇଙ୍ଗ ର ମୁଖ୍ୟ ତଥା ରାଜ୍ୟସଭା ସାଂସଦ ଡଃ ଅମର ପଟ୍ଟନାୟକ ଯୁବବିଜେଡ଼ିର ସମସ୍ତ ଆଇଟି ରାଜ୍ୟ ସଂଯୋଜକ ଓ ଜିଲ୍ଲା ସଂଯୋଜକମାନଙ୍କୁ ଧନ୍ୟବାଦ ଜଣାଇଛନ୍ତି।