ଭୁବନେଶ୍ୱର, ରିପୋର୍ଟ / ଅଭିମନ୍ୟୁ ମହାରଣା ( ଓଡିଶା ତାଜା ନ୍ୟୁଜ୍ ) ସନ୍ଧ୍ୟା ୭ରୁ ସକାଳ ୭ ଘରୁ ବାହାରିବା ମନା ,୪ ମଇ, ସୋମବାର :– ସାରା ରାଜ୍ୟ ପାଇଁ ପୁଣି ନୂଆ କଟକଣା । ସନ୍ଧ୍ୟା ୭ରୁ ସକାଳ ୭ ଘରୁ ବାହାରିବା ମନା । ୧୨ ଘଣ୍ଟା ଯାଏଁ କେହି ଘରୁ ଗୋଡ କାଢି ପାରିବେନି ।
ରାଜ୍ୟର ସମସ୍ତ ୩ଟି ଜୋନରେ ବନ୍ଦ ରହିବ ଚଳପ୍ରଚଳ । ପୂରା ଓଡିଶାରେ ଅଖ ଚକ ବନ୍ଦ ରହିବ । ତେବେ ଜରୁରୀ ସେବା ଛଡା ଅନ୍ୟ କୌଣସି କାମରେ କେହି ବାହାରି ପାରିବେନି ବୋଲି କେନ୍ଦ୍ର ସରକାରଙ୍କ ନୂଆ ଗାଇଡ ଲାଇନକୁ ଟୁଇଟ କରି ସୂଚନା ଦେଇଛନ୍ତି ପୋଲିସ କମିଶନର ସୁଧାଂଶୁ ଷଡଙ୍ଗୀ ।