No Result
View All Result
ଓଡ଼ିଶା ତାଜା ନ୍ୟୁଜ୍ (୧୬ ଡିସେମ୍ବର ଗୁରୁବାର) ଭୁବନେଶ୍ୱର :- ବଦଳିଲା ଝିଅଙ୍କ ବିବାହ ବୟସ ନିୟମ ଏଣିକି ୨୧ବର୍ଷ ପୂର୍ବରୁ ଝିଅଙ୍କ ବିବାହ ମନା; ବିବାହ ବୟସରେ ପରିବର୍ତ୍ତନ କଲେ କେନ୍ଦ୍ର ସରକାର । ବଦଳିଲା ଝିଅଙ୍କ ବିବାହ ବୟସ ନିୟମ । ୧୮ ପରିବର୍ତ୍ତେ ଝିଅଙ୍କ ସର୍ବନିମ୍ନ ବିବାହ ବୟସ ସୀମା ୨୧ ହୋଇଛି । କେନ୍ଦ୍ର କ୍ୟାବିନେଟ ଏହି ନିଷ୍ପତ୍ତି ନେଇଛି । ଅର୍ଥାତ ଝିଅଙ୍କ ବିବାହ ୨୧ ବର୍ଷ ପୂର୍ବରୁ ହେବା ବେଆଇନ୍ । ଏହା ସମସ୍ତ ଧର୍ମ ଓ ବର୍ଗ ପାଇଁ ଲାଗୁ ହେବ ।
କ୍ୟାବିନେଟର ଏହି ନିଷ୍ପତି ପରେ ପୁଅ ଏବଂ ଝିଅଙ୍କ ବିବାହ ବୟସ ୨୧ ହୋଇଛି । ୨୦୨୦ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସ୍ୱାଧୀନତା ଦିବସ ଅବସରରେ ଝିଅଙ୍କ ବିବାହ ବୟସ ସୀମା ବଢାଇବା ନେଇ ଇଙ୍ଗିତ କରିଥିଲେ । ଏହାପରେ ୧୦ ଜଣିଆ ଟାସ୍କ ଫୋର୍ସ ଗଠିତ ହୋଇଥିଲା । ଏହି ଟିମ୍ ସ୍କୁଲ-କଲେଜ, ଆଇନ ବିଶେଷଜ୍ଞ, ନାଗରିକ ସଂଗଠନ ଗୁଡିକର ପରାମର୍ଶ ନେଇଥିଲେ ।
ଏହାପରେ ସରକାରଙ୍କୁ ରିପୋର୍ଟ ପ୍ରଦାନ କରିଥିଲା ଏହି ଟିମ୍ । ବିବାହ ବୟସରେ ପରିବର୍ତନ ପାଇଁ ମୁଖ୍ୟତଃ ୪ଟି ଆଇନରେ ସଂଶୋଧନ ହେବ । ଏଥିପାଇଁ ଟାସ୍କଫୋର୍ସ କେନ୍ଦ୍ର ସରକାରଙ୍କ ପାଖରେ ସୁପାରିଶ କରିଛି । ଅନ୍ତିମ ଥର ପାଇଁ ୧୯୭୮ରେ ବିବାହ ଆଇନରେ ପରିବର୍ତନ ହୋଇଥିଲା ।
ଏହା ପୂର୍ବରୁ ଶାରଦା ଆକ୍ଟ ୧୯୨୯ରେ ପରିବର୍ତନ ହୋଇ ବିବାହ ବୟସ ସୀମା ୧୫ରୁ ୧୮ ହୋଇଥିଲା । ୟୁନିସେଫର ରିପୋର୍ଟ ଅନୁଯାୟୀ ଭାରତରେ ପ୍ରତିବର୍ଷ ୧୫ ଲକ୍ଷ ଝିଅ ୧୮ ବର୍ଷରୁ କମ୍ ବୟସରେ ବିବାହ ହେଉଛି । ପୂର୍ବ ଜନଗଣନା ରିପୋର୍ଟ ଅନୁଯାୟୀ ୧୮ରୁ ୨୧ ବର୍ଷ ମଧ୍ୟରେ ଦେଶରେ ଯୁବତୀଙ୍କ ସଂଖ୍ୟା ୧୬ କୋଟି ଥିଲା ।
No Result
View All Result