କଟକ,ମାହାଙ୍ଗା / ରିପୋର୍ଟ ଲଷ୍ମୀଧର ଖୁଣ୍ଟିଆ (ଓଡିଶା ତାଜା ନ୍ୟୁଜ୍ ) ପଂଚାୟତରାଜ ମନ୍ତ୍ରୀଙ୍କ ମାହାଙ୍ଗା ନିଶ୍ଚନ୍ତକୋଇଲି ବ୍ଲକ ରେ ସମୀକ୍ଷା ,୪ମଇ, ସୋମବାର :- ସମ୍ପ୍ରତି କୋଭିଡି 19 ମହାମାରୀ ର ଦ୍ୱତୀୟ ପର୍ଯ୍ୟାୟ ଲକ ଡାଉନ କଟକଣା ସମାପ୍ତ ପରେ ପ୍ରଥମକରି ମାହାଙ୍ଗା ବିଧାୟକ ତଥା ପଂଚାୟତ ରାଜ ପାନୀୟଜଳ ଆଇନି ଓ ନଗର ଉନ୍ନୟନ ମନ୍ତ୍ରୀ ପ୍ରତାପ ଯେନା ମାହାଙ୍ଗା ଓ ନିଶ୍ଚନ୍ତ କୋଇଲି ବ୍ଲକ ରେ ପହଂଚି ଉଭୟ ବ୍ଲକ ର ବିକାଶ ନିମନ୍ତେ ସମୀକ୍ଷା କରିବା ସହ ବର୍ତମାନ କରୋନା ଭୟାବହତା କୁ ଲକ୍ଷ୍ୟକରି ସତର୍କତା ସହ ବ୍ଲକ ପ୍ରଶାସନ କାର୍ଯ୍ୟ କରିବାକୁ ନିର୍ଦେଶ ଦେଇଛନ୍ତି,
ଦେଢ଼ ମାସ ଲକ ଡାଉନ ସମୟରେ ରେ ଗରିବ ଜନସାଧାରଣଙ୍କ ଆର୍ଥିକ ମେରୁଦଣ୍ଡ ଭାଙ୍ଗିଯାଇଥିବାରୁ ତୁରନ୍ତ ମନରେଗା କାର୍ଯ୍ୟ ମାଧ୍ୟମରେ ପଂଜିକୃତ ଶ୍ରମିକ ମାନଙ୍କୁ କାମ ଯୋଗାଇଦେବାକୁ ଗୁରୁତ୍ୱ ଦେଇଥିଲେ, ଏଥିସହ ମାହାଙ୍ଗା ନିର୍ବାଚନ ମଣ୍ଡଳୀ ଗ୍ରୀନ ଜୋନ ହଟ ସ୍ପଟ ରେ ଥିବାରୁ ଲୋକଙ୍କୁ କିପରି ଅଧିକରୁ ଅଧିକ ସାହାଯ୍ୟ ସହଯୋଗ କରାଯାଇପାରିବ ସେଥିନେଇ ବ୍ଲକ ପ୍ରଶାସନ ସହ ଆଲୋଚନା କରିଥିଲେ, ଏଥିସହ କରୋନା କୁ ମୁକାବିଲା କରିବାପାଇଁ ଲକ ଡାଉନ ସମୟରେ ରାଜ୍ୟ ସରକାର ମାହାଙ୍ଗା ବ୍ଲକ ରେ 40244 ଜଣ ରେସନ କାର୍ଡ ଧରିକୁ ମୋଟ 4କୋଟି 45 ହଜାର 600 ଟଙ୍କା ଆର୍ଟିକ ସହାୟତା , 13150 ଜଣ ନିର୍ମାଣ ଶ୍ରମିକଙ୍କୁ 19 ଲକ୍ଷ୍ୟ 72ହଜାର 500 ଟଙ୍କା ଆର୍ଥିକ ସହାୟତା, 23076 ଜଣ ଇନ୍ଦିରାଗାନ୍ଧୀ ଓ ମଧୁବାବୁ ପେନସନ ଯୋଜନାରେ 4 ମାସ ପାଇଁ 5 କୋଟି 26ଲକ୍ଷ୍ୟ 12ହଜାର ଟଙ୍କା, 41244 ଜଣ ରେସନ କାର୍ଡ ଧାରୀ ପରିବାରକୁ 24406 କୁଇଣ୍ଟାଲ ଚାଉଳ ଗହମ ଓ 2042 ଜଣ ଅସହାୟ ଦିବ୍ୟାଙ୍ଗ ଓ ବାହାର ଫେରନ୍ତା ଙ୍କୁ ରନ୍ଧାଖାଦ୍ୟ ଯୋଗାଇଦିଆଯାଇଥିବା ସୂଚନା ଦେଇଥିଲେ,
ତତେ ସହିତ ପ୍ରବାସୀ ଓଡ଼ିଆଙ୍କ ପାଇଁ ମାହାଙ୍ଗାର 37 ପଂଚାୟତରେ 65 ଟି ଅସ୍ଥାୟୀ ମେଡିକାଲ ସଙ୍ଗରୋଦ୍ଧ କେନ୍ଦ୍ର ସ୍ଥାପନ କରାଯିବା ସହ ପ୍ରଥମ ପର୍ଯ୍ୟାୟରେ ବାହାର ଫେରନ୍ତା ଲୋକଙ୍କ ପାଇଁ 2000 ବେଡ ବ୍ୟବସ୍ତା କରାଯିବାସହ ସେଠାରେ ଖାଦ୍ୟ ପାନୀୟ ଶୌଚ ଓ ସ୍ୱଚ୍ଛତା ପାଇଁ କାର୍ଯ୍ୟକ୍ରମ କରାଯାଇ ଥିବା କହିଥିଲେ, ଏଥି ସହିତ ମାହାଙ୍ଗାର ବିଭିନ୍ନପଂଚାୟତରେ ଅସ୍ଥାୟୀ କରୋନା ଚିକିତ୍ସା କେନ୍ଦ୍ର ପରିଦର୍ଶନ କରିବାସହ ଲୋକଙ୍କ ସୁରକ୍ଷା ପାଇଁ ଗୁରୁତ୍ବଦେଇଥିଲେ, ଏହି ସମୀକ୍ଷା ବୈଠକରେ ପଂଚାୟତ ସମିତି ଅଧ୍ୟକ୍ଷ ଶରତ ନାୟକ, ବିଡ଼ିଓ ନିହାର ମଲିକ, ଜିଲ୍ଲାର ପ୍ରକଳ୍ପ ଅଧିକାରୀ ମହମ୍ମଦ ଅବଦୁଲ, ପୋଲିସ ଡିଏସ୍ପି ନିମାଇଁ ସେଠି, ଆଇଆଇସି ରଞ୍ଜନ ପ୍ରଧାନ, ଚିକତ୍ସା ଅଧିକାରୀ ଡାକ୍ତର ହେମନ୍ତ ସିଂହ, ଡାକ୍ତର ସ୍ବୟଂସୁ ପରିଡା, ଏବିଡିଓ ମହେଶ୍ୱର ଭୋଇ ଙ୍କ ସମେତ ଜିଲ୍ଲା ଓ ବ୍ଲକ ର ବିଭିନ୍ନ ବିଭାଗର ଅଧିକାରୀମାନେ ଉପସ୍ଥିତ ରହିଥିବାବେଳେ ମାହାଙ୍ଗାର ସମସ୍ତ ସରପଞ୍ଚ ସମିତିସଭ୍ୟ ଓ ଜିଲ୍ଲାପରିଷଦ ସଭ୍ୟ ସଭ୍ୟା ମାନେ ଯୋଗଦେଇ ସମୀକ୍ଷା କାର୍ଯ୍ୟକ୍ରମରେ ଭାଗନେଇଥିଲ,