ହିଞ୍ଜିଳିକାଟୁ,ରିପୋର୍ଟ / ଶେଷଦେବ ସାହୁ ( ଓଡିଶା ତାଜା ନ୍ୟୁଜ୍ ) ହିଞ୍ଜିଳିକୁ ଫେରିଲେ ୪୯ ପ୍ରବାସୀ ,୪ ମଇ, ସୋମବାର : – ସାରା ବିଶ୍ୱରେ ମହାମାରୀ କରୋନା ଭୁତାଣୁ ସଂକ୍ରମଣ କାୟା ବିସ୍ତାର କରିବାରେ ଲାଗିଛି । ଏହି ପରିପ୍ରେକ୍ଷୀରେ କନ୍ଦ୍ର ସରକାର ଆସନ୍ତା ମେ ୧୭ ତାରିଖ ପର୍ଯ୍ୟନ୍ତ ସାରା ଭାରତକୁ ଲକଡ଼ାଉନ ଘୋଷଣା କରିଛନ୍ତି । ସୁରତ, ବମ୍ବେ, କେରଳ, ହାଇଦ୍ରାବାଦ, ଆନ୍ଦ୍ରପ୍ରଦେଶ ସମେତ ବାହାର ରାଜ୍ୟରେ ରହି କାମ କରୁଥିବା ଓଡ଼ିଶାକୁ ଫେରାଇ ଆଣିବା ପାଇଁ ରାଜ୍ୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆବଶ୍ୟକ ପଦକ୍ଷେପ ଗହଣ କରିଛନ୍ତି । ସୁରଥରୁ ଟ୍ରେନ ଯୋଗେ ପ୍ରବାସୀ ଓଡ଼ିଶା ଫେରିବା ପରେ ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ରହ୍ମପୁର ରେଳ ଷ୍ଟେସନ ଠାରୁ ଯାତ୍ରୀବାହୀ ବସ ଯୋଗେ ହିଞ୍ଜିଳିକାଟୁ ଅଂଚଳକୁ ଅଣାଯାଇଥିଲା । ପ୍ରଥମ ପର୍ଯ୍ୟାୟରେ ହିଞ୍ଜିଳିକାଟୁ ବ୍ଳକର ୯ ଓ ଦ୍ୱିତୀୟ ପର୍ଯ୍ୟାୟରେ ୪୦ ଜଣ ପ୍ରବାସୀ ପଂହଚିଥିଲେ ।
ସ୍ଥାନୀୟ ପୌର ପରିଷଦ କାର୍ଯ୍ୟ ନିର୍ବାହୀ ଅଧିକାରୀ ଡ଼ଃ. ମନୋରଞ୍ଜନ ସାହୁ ଓ ସ୍ୱାସ୍ଥ୍ୟ କର୍ମୀ ଘଟଣା ସଳରେ ପଂହଚି ପ୍ରବାସୀଙ୍କ ଥର୍ମାଲ ସ୍କ୍ରିନିଂ କରିବା ପରେ ସଙ୍ଗରୋଧ ଗୃହକୁ ପଠାଇ ଦିଆଯାଇଥିଲା । ପ୍ରଥମ ପର୍ଯ୍ୟାୟରେ ଆସିଥିବା ୯ ପ୍ରବାସୀଙ୍କୁ ପୌରାଂଚଳ ଆଙ୍କୋରଡ଼ା ଗ୍ରାମର ନୋଡ଼ାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଆୟୋଜିତ ସଙ୍ଗରୋଧ ଗୃହରେ ରଖାଯାଇଥିଲା । ଦ୍ୱିତୀୟ ପର୍ଯ୍ୟାୟରେ ଆସିଥିବା ୪୦ ପ୍ରବାସୀଙ୍କୁ ପୌରାଂଚଳ ଓ ବ୍ଳକର ବିଭିନ୍ନ ପଂଚାୟତର ସଙ୍ଗରୋଧ ଗୃହରେ ରଖାଯାଇଥିବା ଜଣାପଡ଼ିଛି । ପ୍ରକାଶ ଥାଉକି, ଶନିବାର ଓ ରବିବାର ସୁରଥରୁ ହିଂଜିଳି ଅଂଚଳକୁ ୨ଶହ ପ୍ରବାସୀ ଫେରିଥିଲେ । ସ୍ଥାନୀୟ ଅଂଚଳକୁ ବାହାର ରାଜ୍ୟ ଫେରନ୍ତାଙ୍କ ସୁଅ ଛୁଟିବା ପରେ କରୋନା ଭୁତାଣୁ ସଂକ୍ରମଣ ନେଇ ଅଂଚଳବାସୀଙ୍କ ମଧ୍ୟରେ କୋକୁଆ ଭୟ ସୃଷ୍ଟି ହୋଇଛି । ଅତ୍ୟାବଶ୍ୟକ ନଥିଲେ ଘରୁ ବାହାରକୁ ବାହାରିବାକୁ ପ୍ରଶାସନ ପକ୍ଷରୁ ବାରମ୍ବାର ଅନୁରୋଧ କରାଯାଉଥିଲେ ମଧ୍ୟ କିଛି ଅମାନିଆ ସକାଳ, ସନ୍ଧ୍ୟାରେ ମୋଟର ସାଇକେଲରେ ଚକ୍କର କାଟୁଥିବା ବେଳେ ରବିବାର ଗଞ୍ଜାମ ଜିଲ୍ଲାରେ ୨ ପୋଜିଟିଭ ଜଣାପଡ଼ିବା ପରେ ବର୍ତମାନ ସମୟରେ ଅତ୍ୟାବଶ୍ୟକ ନଥିଲେ କେହି ବାହାରକୁ ବାହାରୁନଥିବା ଦେଖିବାକୁ ମିଳୁଛି ।