ଉତ୍ତରପ୍ରଦେଶର କାନପୁର ଜିଲ୍ଲାରେ ,ରିପୋର୍ଟ (ଓଡିଶା ତାଜା ନ୍ୟୁଜ୍ ) ପତ୍ନୀର ଚରିତ୍ର ଉପରେ ସନ୍ଦେହ କରି ନାକ କାଟିଲା ସ୍ୱାମୀ ,୪ ମଇ, ସୋମବାର :- ପତ୍ନୀର ଚରିତ୍ର ଉପରେ ସନ୍ଦେହ କରି ନାକ କାଟିଲା ସ୍ୱାମୀ । ଉତ୍ତରପ୍ରଦେଶର କାନପୁର ଜିଲ୍ଲାରେ ଏହି ଆଶ୍ଚର୍ଯ୍ୟକର ଘଟଣା ସାମନାକୁ ଆସିଛି । ପୋଲିସର କହିବା ମୁତାବକ, ନୱାଜଗଞ୍ଜ ଅଞ୍ଚଳରେ ଶ୍ରମିକ ଅମର ସିଂହ ନିଜ ମା, ପତ୍ନୀ ଓ ଦୁଇ ପିଲାଙ୍କ ସହ ବାସ କରୁଥିଲା ।
ପତ୍ନୀର ଅବୈଧ ସମ୍ପର୍କ ତାର ଜଣେ ବନ୍ଧୁ ସହ ଥିବା ଅମର ସନ୍ଦେହ କରୁଥିଲା । ଯୁବକ ଜଣକ କାମ ପଡିଲେ ଅନେକ ଥର ତାଙ୍କ ଘରକୁ ଯିବା ଆସିବା କରୁଥିଲା । ଏନେଇ ଥରେ ସ୍ୱାମୀ ସ୍ତ୍ରୀଙ୍କ ମଧ୍ୟରେ ଝଗଡା ଆରମ୍ଭ ହୋଇଥିଲା । ରାଗରେ ଅମର ନିଜ ପତ୍ନୀର ନାକକୁ ଛୁରିରେ କାଟି ଘଟଣାସ୍ଥଳରୁ ଫେରାର ହୋଇଯାଇଛି ।