କଟକ,ମାହାଙ୍ଗା, ଲଷ୍ମୀଧର ଖୁଣ୍ଟିଆଙ୍କ, ରିପୋର୍ଟ ( ଓଡିଶା ତାଜା ନ୍ୟୁଜ୍ ) ବିଶ୍ୱ ଗଣମାଧ୍ୟମ ସ୍ଵାଧୀନତା ଦିବସ ପାଳନ , ୩ ମଇ, ରବିବାର : – ଆଜିବି ସମାଜରେ ଗଣମାଧ୍ୟମ ପରାଧୀନ ହୋଇ ରହିଛି, ଦୋଷଦୁର୍ବଳତା ପଦାରେ ପଡିବ ଭୟରେ ଗଣମାଧ୍ୟମ ଉପରେ ସରକାର ଲଗାଉଛନ୍ତି ଅଙ୍କୁଶ, ସ୍ୱାର୍ଥ ପାଇଁ ଗଣମାଧ୍ୟମକୁ ହାତ ବାରିସୀ କରି ବ୍ୟବହାର କରୁଛନ୍ତି ଅଧିକାଂଶ ଦଳ, ଆଉ ସ୍ଵର୍ଥରେ ଆଞ୍ଚ ଆସିଲେ ଗଣମାଧ୍ୟମ ସଙ୍ଘ ମଧ୍ୟରେ ଫାଟ ସୃଷ୍ଟି କରି ଫାଇଡନେବାକୁ ହେଉଛି ଉପାଚେଷ୍ଟା, ସ୍ୱାଧୀନ ଭାରତରେ ଗଣମାଧ୍ୟମ ପ୍ରତିନିଧିମାନେ ସୁରକ୍ଷିତ ନୁହନ୍ତି, ସେଥିପାଇଁ ସରକାର ସାମ୍ବାଦିକ ସୁରକ୍ଷା ଆଇନ ପ୍ରଣୟନ କରୁନାହାନ୍ତି କି ଗଣମାଧ୍ୟମ ର ପ୍ରତିନିଧିମାନଙ୍କ ପାଇଁ ଭତ୍ତା ବି କରୁନାହାନ୍ତି ,
ଯାହା ଫଳରେ ଜଣେ ସାମ୍ବାଦିକ ତାର ପରିବାର କିପରି ପ୍ରତିପୋଷଣ କରୁଛି ସରକାର କେବେବି ବି ହୃଦୟଙ୍ଗମ କରୁନାହାନ୍ତି, ଆଜିର ସମାଜରେ ସାମ୍ବାଦିକ ମନେ ଅସୁରକ୍ଷିତ ବୋଲି କଟକ ଜିଲ୍ଲା ମାହାଙ୍ଗା ପ୍ରେସ କ୍ଲବ ପକ୍ଷରୁ ଆୟୋଜିତ ବିଶ୍ୱ ଗଣମାଧ୍ୟମ ସ୍ୱାଧୀନତା ଦିବସ ପାଳନ ଅବସରରେ ସାମ୍ବାଦିକ ମାନେ ଯୋଗଦେଇ କହିଛନ୍ତି, ବର୍ତମାନ କରୋନା ମହାମାରୀ ପରିସ୍ଥିତିରେ ସମସ୍ତଙ୍କ ପାଇଁ ସରକାର ସହାୟତା ପ୍ରଦାନ କରିଥିବାବେଳେ ସାମ୍ବାଦିକ ମାନେ କରୋନାରେ ରେ ମୃତ୍ୟୁ ବରଣ କଲେ କେବଳ ବୀମା ସୁବିଧା ପାଇବେ ବୋଲି ଯୋଜନା କରି ବାହାବା ନେଉ ଛନ୍ତି, କିନ୍ତୁ ବାସ୍ତବରେ ଜଣେ ସାମ୍ବାଦିକ କିପରି ଟା ପରିବାର ପ୍ରତିପୋଷଣ କରିବ ସେ ବିଷୟରେ ସରକାର ବିଚାରକରନ୍ତୁ ବୋଲି ଦାବୀ ହୋଇଛି,
ଏହି ଦିବସ ପାଳନ ରେ ମାହାଙ୍ଗା ପ୍ରେସ କ୍ଲବ ର ସଭାପତି ଦୀପକ ସାହୁ, କାର୍ଯ୍ୟକାରୀ ସଭାପତି ଲଷ୍ମୀଧର ଖୁଣ୍ଟିଆ, ଉପସଭାପତି ଅମୀୟ ନାୟକ,,ଅଶୋକ ଦାସ, କୋଷାଧକ୍ଷ ରମେଶ ସାହୁ, ସଂଗଠନ ସମ୍ପାଦକ ତାପସ ବିଶ୍ୱାଳ, ସାମ୍ବାଦିକ ସର୍ବଶ୍ରୀ ପିକେ ବାରିକ, ପ୍ରକାଶ ନାୟକ, ରାଜେଶ ରାଉତ, ଜୟନ୍ତୀ ବିଶ୍ୱାଳ, ଚିତ୍ତରଞ୍ଜନ ନାୟକ, ହରିହର ସାହୁ, ଆଲୋକ ବେହେରା, ଜ୍ଞାନେନ୍ଦ୍ର ପୃଷ୍ଟି, ସମେତ ବହୁ ଗଣମାଧ୍ୟମ ପ୍ରତିନିଧି ଯୋଗଦେବା ସହ ସରକାର ସାମ୍ବାଦିକ ସୁରକ୍ଷା ଆଇନ ଆଣନ୍ତୁ ବୋଲି ଦାବୀ କରିଚନ୍ତି,