No Result
View All Result
ଜିଲ୍ଲାପାଳ ପୋମା ଟୁଡୁ ସହାୟତା କରିଥିବାରୁ +୩ ପଲଟିକାଲ ଅନର୍ସ ରେ ନାଁ ଲେଖାଇ ପାରିଲେ ବୋଲି ନିଜର ଖୁସି ବ୍ୟକ୍ତ କରିଛନ୍ତି କୁନି ବେୱା ଙ୍କ ଦୁଇ ଝିଅ । ସରକାରୀ ସ୍ତରରେ ସମସ୍ତ ସାହାର୍ଯ୍ୟ କରାଯାଉଥିବାରୁ ସରକାର ଓ ଜିଲ୍ଲା ପ୍ରଶାସନ ଙ୍କୁ ଧନ୍ୟବାଦ ଜଣାଇଛନ୍ତି କୁନି ବେୱା ଓ ତାଙ୍କ ଦୁଇ ଝିଅ ନାରଖାରୀ ପରିଡା ଓ କଳ୍ପନା ପରିଡା ।

ଓଡ଼ିଶା ତାଜା ନ୍ୟୁଜ୍ ( ୦୭ ଡିସେମ୍ବର , ମଙ୍ଗଳବାର ) ରଣପୁର ବ୍ଲକ :- ନୟାଗଡ଼ ଜିଲ୍ଲାର ରଣପୁର ବ୍ଲକ, ଚାନ୍ଦପୁର ଅଞ୍ଚଳର କେରଣ୍ଡାଟାଙ୍ଗୀ ପଞ୍ଚାୟତ ବୃନ୍ଦାବନବିହାରୀପୁର ଗ୍ରାମ ର ମଶାଣିପଡା ସାହିରେ କୁନି ବେୱା ଙ୍କ ଦୁଇ ଝିଅଙ୍କୁ ପାଠ ପଢ଼ିବା ପାଇଁ ସହାୟତା ର ହାତ ବଢାଇଲା ପ୍ରଶାସନ । କୁନି ବେୱାଙ୍କ ର ସ୍ୱାମୀ କି ପୁଅ କେହି ନାହାନ୍ତି । ପରିବାର କହିଲେ କୁନି ବେୱା ଓ ତାଙ୍କ ଦୁଇ ଝିଅ ‘ନାରଖାରୀ ପରିଡା ଓ କଳ୍ପନା ପରିଡା’, ସ୍ୱାମୀ ଙ୍କ ଦେହାନ୍ତ ପରେ ବହୁ କଷ୍ଟ ରେ ଦୁଇ ଝିଅଙ୍କୁ ଧରି ଦିନ କାଟୁଥିଲେ କୁନି ବେୱା , କୁନି ପରିଡା ଜଣେ ମାନସିକ ରୋଗୀ ( ପାଗଳ) ଯେକି ଘର ଚଳାଇବାରେ ସକ୍ଷମ ନୁହଁନ୍ତି । ଦୁଇ ଝିଅ ଙ୍କ ଉପରେ ଏବେ ଘରର ବୋଝ । ଦୁଇ ଝିଅ ବହୁ କାକୁତି ମିନତି କରି ଦୀର୍ଘ ବର୍ଷ ପରେ ସରକାରଙ୍କ ର ପ୍ରଧାନମନ୍ତ୍ରୀ ଆବାସ ଯୋଜନା ପାଇ ମୁଣ୍ଡ ଗୁଞ୍ଜିବାକୁ ଘର ଖଣ୍ଡେ ପାଇଛନ୍ତି ।

ସେମାନଙ୍କ ରୋଜଗାର କହିଲେ ଦେଶୀ କୁକୁଡ଼ା ଫାର୍ମ , ସରକାରଙ୍କ ତରଫରୁ ଅନ୍ତର୍ଦୟ ଚାଉଳ , କୁନି ବେୱାଙ୍କ ବିଧବା ଭତ୍ତା । ତେବେ କୁନି ବେୱା ଙ୍କ ଦୁଇ ଝିଅ କଷ୍ଟମଷ୍ଟେ କମ୍ ରୋଜଗାର ରେ ଯୁକ୍ତ ଦୁଇ ପାସ୍ କରି ଆଉ ଆଗକୁ ପାଠପଢିବାକୁ ଇଛା ଥିଲେ ମଧ୍ୟ ଅର୍ଥାଭାବ ଯୋଗୁଁ ପଢିପାରୁନଥିଲେ । ସରକାର ଙ୍କ ସହାୟତା ପାଇବା ପାଇଁ ମୁଖ୍ୟମନ୍ତ୍ରୀ ଙ୍କ ଦ୍ୱାରସ୍ଥ ହୋଇଥିଲେ । ଏବଂ ମୁଖ୍ୟମନ୍ତ୍ରୀ ଙ୍କ ଗ୍ରୀଭାନ୍ସ କୁ ଯାଇ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ପାଇଥିଲେ ଏବେ ମଧ୍ୟ ପଢିବା ପାଇଁ ମୁଖ୍ୟମନ୍ତ୍ରୀ ଙ୍କ ଗ୍ରୀଭାନ୍ସ କୁ ଯାଇଥିଲେ ।

ତେବେ ମୁଖ୍ୟମନ୍ତ୍ରୀ ଏ ସବୁ କଥା ର ବିଶେଷ ଧ୍ୟାନ ଦେଇ ନୟାଗଡ଼ ଜିଲ୍ଲା ପ୍ରଶାସନ ଙ୍କୁ ଜଣାଇବା ପାଇଁ କହିଥିଲେ ପରେ ନୟାଗଡ଼ ଜିଲ୍ଲାପାଳଙ୍କ ସହ ଯୋଗାଯୋଗ କରି ପାଠପଢିପାରୁନଥିବା ଅସୁବିଧା କୁ ଜଣାଇବାରୁ ତତ୍କ୍ଷଣ ଜିଲ୍ଲାପାଳ ପୋମା ଟୁଡୁ କ୍ଷେତ୍ରବାସୀ ଦୟାନନ୍ଦ ସରସ୍ୱତୀ ,ନିରାକାରପୁର କଲେଜରେ ଆଡ଼ମିଶନ କରିବା ପାଇଁ ଆଡ଼ମିଶନ୍ ଫିସ୍ ୧୫,୦୦୦ ଟଙ୍କା ସାହାର୍ଯ୍ୟ କରି ଦୁଇ ଝିଅଙ୍କ ର ଆଡମିଶନ୍ କରାଇଛନ୍ତି ଏବଂ ଆଗକୁ ପଢିବା ପାଇଁ ସମସ୍ତ ଖର୍ଚ୍ଚ ସରକାର ଙ୍କ ତରଫରୁ ଯୋଗାଇ ଦେବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି ।

ତେବେ ଜିଲ୍ଲାପାଳ ପୋମା ଟୁଡୁ ଙ୍କ ସହାୟତା ରୁ +୩ ପଲଟିକାଲ ଅନର୍ସ ରେ ନାଁ ଲେଖାଇ ପାରିଲେ ବୋଲି ନିଜର ଖୁସି ବ୍ୟକ୍ତ କରିଛନ୍ତି କୁନି ବେୱା ଙ୍କ ଦୁଇ ଝିଅ । ସରକାରୀ ସ୍ତରରେ ସମସ୍ତ ସାହାର୍ଯ୍ୟ କରାଯାଉଥିବାରୁ ସରକାର ଓ ଜିଲ୍ଲା ପ୍ରଶାସନ ଙ୍କୁ ଧନ୍ୟବାଦ ଜଣାଇଛନ୍ତି କୁନି ବେୱା ଓ ତାଙ୍କ ଦୁଇ ଝିଅ ‘ନାରଖାରୀ ପରିଡା ଓ କଳ୍ପନା ପରିଡା’ ।


No Result
View All Result