• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home ଓଡ଼ିଶା

ଷଷ୍ଠ ଜିଲ୍ଲା ପରିଷଦ, ନୟାଗଡ଼ର ଦ୍ୱାଦଶ ସାଧାରଣ ଅଧିବେଶନ ଅନୁଷ୍ଠିତ

Proprietor Abhimanyu Maharana by Proprietor Abhimanyu Maharana
September 3, 2026
in ଓଡ଼ିଶା, ନୟାଗଡ଼ ନିଉଜ୍, ହୋମ୍
0
ଷଷ୍ଠ ଜିଲ୍ଲା ପରିଷଦ, ନୟାଗଡ଼ର ଦ୍ୱାଦଶ ସାଧାରଣ ଅଧିବେଶନ ଅନୁଷ୍ଠିତ
Share on FacebookShare on TwitterWhatsapp

ନୟାଗଡ଼ (ଓଡିଶା ତାଜା ନ୍ୟୁଜ ) ନି. ପ୍ର :- ଜିଲ୍ଲା ପରିଷଦର ସୃଜନ ସମ୍ମିଳନୀ କକ୍ଷରେ ପୂର୍ବାହ୍ନ ଘ.୧୦.୩୦ମି. ସମୟରେ ଷଷ୍ଠ ଜିଲ୍ଲା ପରିଷଦର ଦ୍ୱାଦଶ ସାଧାରଣ ଅଧିବେଶନ ମାନନୀୟ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଇଂ ଦେବାଶିଷ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମାନ୍ୟବର ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ଼ର ଅଧ୍ୟକ୍ଷ ଶ୍ରୀ ଦୁଷ୍ମନ୍ତ କୁମାର ସ୍ୱାଇଁ, ମାନ୍ୟବର ବିଧାୟକ, ନୟାଗଡ଼ ଡ଼ଃ ଅରୁଣ କୁମାର ସାହୁ, ମାନ୍ୟବର ବିଧାୟକ,ଦଶପଲ୍ଲା ଶ୍ରୀ ରମେଶ ଚନ୍ଦ୍ର ବେହେରା, ମାନନୀୟା ଜିଲ୍ଲାପାଳ ଶ୍ରୀମତୀ ମଧୁମିତା ରଥ, ମୁଖ୍ୟ ଉନ୍ନୟନ ତଥା କାର୍ଯ୍ୟ ନିର୍ବାହୀ ଅଧିକାରୀ, ଜିଲ୍ଲା ପରିଷଦ ଶ୍ରୀ ଲଗ୍ନଜିତ ରାଉତ, ଉପାଧ୍ୟକ୍ଷା, ଜିଲ୍ଲା ପରିଷଦ ଶ୍ରୀମତୀ ବିଷ୍ନୁପ୍ରିୟା ବେହେରା, ସହକାରୀ ପ୍ରକଳ୍ପ ନିର୍ଦେଶକ ଶ୍ରୀ ଜିତେନ୍ଦ୍ର କୁମାର ନାୟକ ପ୍ରମୁଖ ଯୋଗ ଦେଇଥିଲେ ।


ବୈଠକର ପ୍ରାରମ୍ଭରେ ମାନନୀୟା ଜିଲ୍ଲାପାଳ ଶ୍ରୀମତୀ ରଥ ଉପସ୍ଥିତ ଥିବା ସମସ୍ତ ଜନ ପ୍ରତିନିଧି, ସରକାରୀ ଅଧିକାରୀ ଓ ଗଣମାଧ୍ୟମର ପ୍ରତିନିଧି ମାନଙ୍କୁ ସ୍ୱାଗତ କରିବା ସହ କାର୍ଯ୍ୟସୂଚୀ ଅନୁଯାୟୀ ଗତ ତା. ୨୭. ୦୧. ୨୦୨୬ ରେ ହୋଇଥିବା ଏକାଦଶ ସାଧାରଣ ଅଧିବେଶନର ବିବରଣୀ ପଠନ କରିବା ପାଇଁ ନିର୍ଦେଶ ଦେଇଥିଲେ l ମୁଖ୍ୟ ଉନ୍ନୟନ ଅଧିକାରୀ ଶ୍ରୀ ରାଉତ ପୂର୍ବ ବୈଠକର ବିବରଣୀ ପଠନ କରିବା ସହ ବିଭିନ୍ନ ବିଭାଗ ଯଥା ଗ୍ରାମ୍ୟ ଉନ୍ନୟନ ବିଭାଜନ -୧ ଓ ୨, ରାସ୍ତା ଓ ଗୃହ ନିର୍ମାଣ ବିଭାଗ, ଜଳ ସେଚନ ବିଭାଗ, ଉଠା ଜଳ ସେଚନ ବିଭାଗ,ସ୍ୱଚ୍ଛ ଭାରତ ମିଶନ, ସ୍ୱାସ୍ଥ୍ୟ ବିଭାଗର ଅଧିକାରୀଙ୍କ ସହ ଉପସ୍ଥିତ ଥିବା ଜିଲ୍ଲା ପରିଷଦର ସଭ୍ୟ /ସଭ୍ୟାମାନେ ବିସ୍ତୃତ ଭାବେ ଆଲୋଚନା କରିଥିଲେ ଏବଂ ବିଭିନ୍ନ ବିଭାଗର ବକେୟା କାମକୁ ତ୍ୱରାନ୍ୱିତ କରିବା ପାଇଁ ଜିଲ୍ଲାପାଳ ନିର୍ଦେଶ ଦେଇଥିଲେ ଏବଂ ଏହି ବିବରଣୀକୁ ଦୃଢ଼ୀ କରଣ କରିବା ପାଇଁ ମାନ୍ୟବର ଅଧ୍ୟକ୍ଷ, ଜିଲ୍ଲା ପରିଷଦ ଶ୍ରୀ ପଟ୍ଟନାୟକ ପ୍ରସ୍ତାବ ରଖିଥିଲେ ।

ଏହାପରେ ଦ୍ୱାଦଶ ସାଧାରଣ ଅଧିବେଶନର କାର୍ଯ୍ୟସୂଚୀ ଅନୁଯାୟୀ ପ୍ରଥମେ ଜିଲ୍ଲା ମଙ୍ଗଳ ବିଭାଗର ଅଧିକାରୀଙ୍କ ସହ ଜିଲ୍ଲାରେ ଥିବା ଅନୁସୂଚିତ ଜାତି ଓ ଜନଜାତି ବିଦ୍ୟାଳୟ ନିମିତ୍ତ ସମସ୍ତ ପ୍ରକଳ୍ପର ସ୍ଥିତି ରିପୋର୍ଟ ପ୍ରଦାନ କରିବା ସହ ପ୍ରକଳ୍ପଗୁଡିକର କାର୍ଯ୍ୟ ତ୍ୱରାନ୍ୱିତ କରିବା ପାଇଁ ନିଷ୍ପତ୍ତି ନିଆଯାଇଥିଲା l  ଏହାପରେ ଜଳସେଚନ ବିଭାଗର ଅଧିକ୍ଷଣ ଯନ୍ତ୍ରୀଙ୍କ ସହ ଜିଲାରେ ଥିବା ବିଭିନ୍ନ ନଦୀବନ୍ଧର ରକ୍ଷଣା ବେକ୍ଷଣ ଓ ନୂତନ ନଦୀବନ୍ଧ ନିର୍ମାଣ ଏବଂ କେନାଲ ଓ ବିଭିନ୍ନ ଜଳସେଚନ ପ୍ରକଳ୍ପ ଯଥା ବୁଢ଼ା ବୁଢିଆଣୀ ଜଳସେଚନ ପ୍ରକଳ୍ପ, କୁଆଁରିଆ ପ୍ରକଳ୍ପର ରକ୍ଷଣା ବେକ୍ଷଣ ଉପରେ ପୁଙ୍ଖାନୁପୁଙ୍ଖ ଭାବରେ ଆଲୋଚନା କରାଯାଇଥିଲା l ଏଥି ସହ ରାଉତପଡା – ଡ଼ିମିରିଆ ଓ ପଦ୍ମାବତୀ ନିକଟରେ ଦୁଇଟି ଆନ୍ତଃନଦୀ ଜଳାଶୟ ନିର୍ମାଣ କରାଯିବା ପାଇଁ ପ୍ରସ୍ତାବ ରହିବା ସହ ରାଉତପଡା – ଡ଼ିମିରିଆ ଜଳାଶୟ ପାଇଁ ୧୫୨୧କୋଟି ଟଙ୍କା ପ୍ରଶାସନିକ ଅନୁମୋଦନ ମିଳିସାରିଛି ବୋଲି ସମ୍ପୃକ୍ତ ଯନ୍ତ୍ରୀ ସୂଚନା ଦେଇଥିଲେ l

ପରେ ପରେ କ୍ଷୁଦ୍ର ଜଳସେଚନ ବିଭାଗ ଅନ୍ତର୍ଗତ ବିଭିନ୍ନ ପ୍ରକଳ୍ପ ଯଥା ରଘୁନାଥପୁର , ପାଣିପୋଇଲା, କୁସୁମା, ଗୁଣ୍ଠୁଣି, ପଥର ଗଣ୍ଡ, କେନ୍ଦୁଆ ଆଦି ଜାଗାରେ ଥିବା କ୍ଷୁଦ୍ର ଜଳସେଚନ ପ୍ରକଳ୍ପ ଗୁଡିକ ଉପରେ ଜିଲ୍ଲା ପରିଷଦ ସଭ୍ୟ ସଭ୍ୟାମାନେ ସମୀକ୍ଷା କରିବା ସହ ଜିଲ୍ଲାରେ ଚାଲିଥିବା ସମସ୍ତ ପ୍ରକଳ୍ପର ରିପୋର୍ଟ ପ୍ରଦାନ କରିବାପାଇଁ ବିଭାଗୀୟ ଅଧିକ୍ଷଣ ଯନ୍ତ୍ରୀଙ୍କୁ ନିର୍ଦେଶ ଦିଆଯାଇଥିଲା l ଏହାପରେ ଉଠା ଜଳସେଚନ ବିଭାଗ ଅନ୍ତର୍ଗତ ସମସ୍ତ ଅଚଳ ହୋଇ ରହିଥିବା ପ୍ରକଳ୍ପ ଗୁଡିକୁ ୧୫ ଦିନ ଭିତରେ କାର୍ଯ୍ୟକ୍ଷମ କରାଇବା ସହ ରିପୋର୍ଟ ପ୍ରଦାନ କରିବା ପାଇଁ ମାନନୀୟା ଜିଲ୍ଲାପାଳ ବିଭାଗୀୟ ନିର୍ବାହୀ ଯନ୍ତ୍ରୀଙ୍କୁ ନିର୍ଦେଶ ଦେଇଥିଲେ l

ପରେ ପରେ ସମବାୟ ବିଭାଗର ଉପନିବନ୍ଧକଙ୍କ ସହ ଚାଷୀମାନଙ୍କର ପଞ୍ଜିକରଣ ସମୟରେ ହେଉଥିବା ବିଭିନ୍ନ ଅସୁବିଧା ଏବଂ ଜିଲ୍ଲାରେ ଥିବା ଧାନ କ୍ରୟ କେନ୍ଦ୍ରର ଆବଶ୍ୟକ ମୌଳିକ ଭିତ୍ତିଭୂମି ଯୋଗାଇବା ସହ ନିର୍ମାଣ ହେଉଥିବା କ୍ରୟ କେନ୍ଦ୍ର ଗୁଡିକର କାର୍ଯ୍ୟ ସମ୍ପୂର୍ଣ କରିବା ପାଇଁ ନିଷ୍ପତ୍ତି ନିଆଯାଇଥିଲା ଏବଂ ଅଦ୍ୟାବଧି ଜିଲ୍ଲାରେ ୬୧,୨୦୦ ଜଣ ଚାଷୀ ପଞ୍ଜିକରଣ କରିସାରିଲେଣି ବୋଲି ବିଭାଗୀୟ ଅଧିକାରୀ ସୂଚନା ଦେଇଥିଲେ l
ଏହା ପରେ ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ସହ ବିଭିନ୍ନ ବିଦ୍ୟାଳୟରେ ଥିବା ଅସୁବିଧା ଗୁଡିକ ଉପରେ ଆଲୋଚନା କରାଯାଇଥିଲା ଏବଂ ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ ଯୋଜନାରେ ପ୍ରଥମ ଦୁଇ ପର୍ଯ୍ୟାୟରେ ୧୧ ଗୋଟି ବିଦ୍ୟାଳୟକୁ ସାମିଲ କରାଯାଇଥିବା ବେଳେ ତୃତୀୟ ପର୍ଯ୍ୟାୟରେ ମୋଟ ୨୨ଟି ନୂଆ ବିଦ୍ୟାଳୟ ପାଇଁ ପ୍ରସ୍ତାବ ଦିଆଯାଇଛି ବୋଲି ମାନନୀୟା ଜିଲ୍ଲାପାଳ ସୂଚନା ଦେଇଥିଲେ l

ଏହାପରେ ମାନନୀୟ ଅଧ୍ୟକ୍ଷ, ଜିଲ୍ଲାପରିଷଦ ଶ୍ରୀ ପଟ୍ଟନାୟକଙ୍କ ପ୍ରସ୍ତାବ ଅନୁଯାୟୀ ନେପାଳରେ ହୋଇଥିବା ପ୍ରାକୃତିକ ବିପର୍ଯ୍ୟୟରେ ପ୍ରାଣ ହରାଇଥିବା ହଜାର ହଜାର ଲୋକ ଏବଂ ଓଡଗାଁ ବ୍ଲକ ଅନ୍ତର୍ଗତ ଗୋଡିପଡା ପଞ୍ଚାୟତର ପଞ୍ଚାୟତ ନିର୍ବାହୀ ଅଧିକାରୀଙ୍କ ଦେହାନ୍ତ ପାଇଁ ସଭାରେ ଥିବା ସମସ୍ତେ ଏକ ମିନିଟ ନିରବ ପ୍ରାର୍ଥନା କରିଥିଲେ l ମାନନୀୟା ଜିଲ୍ଲାପାଳ ନିଜର ବକ୍ତବ୍ୟରେ ଜିଲ୍ଲାର ସର୍ବାଙ୍ଗୀନ ବିକାଶ ପାଇଁ ଏକ ସୁଦୃଢ଼ ଟିମ୍‌ ଗଠନ ସହ ମିଳିମିଶି କାର୍ଯ୍ୟ କରିବା ମୁଖ୍ୟ ଲକ୍ଷ୍ୟ ରହିବା ଆବଶ୍ୟକ ବୋଲି କହିଥିଲେ ଏବଂ ନୟାଗଡ ଜିଲ୍ଲା ଏକ କୃଷିପ୍ରଧାନ ଜିଲ୍ଲା ହୋଇଥିବାରୁ ଚାଷୀମାନଙ୍କ ପାଇଁ ଜଳସେଚନର ବିକାଶକୁ ସର୍ବାଧିକ ପ୍ରାଥମିକତା ଦିଆଯିବା ସହ ପ୍ରତ୍ୟେକ ବ୍ଲକର ପ୍ରଗତି ପାଇଁ ଆମକୁ ନୂତନ ପ୍ରସ୍ତାବ ଓ ଚିନ୍ତାଧାରା ସହ ଆଗକୁ ବଢ଼ିବାକୁ ହେବ।

ପ୍ରତ୍ୟେକ କାର୍ଯ୍ୟରେ ସ୍ୱଚ୍ଛତା, ବୃତ୍ତିଗତ ନିଷ୍ଠା ଏବଂ ନିଜସ୍ୱ ମନୋଭାବ ରହିବା ଅତ୍ୟନ୍ତ ଆବଶ୍ୟକ ଏବଂ ଜିଲ୍ଲାକୁ ଏକ ସମ୍ପୂର୍ଣ୍ଣ ଦୁର୍ନୀତିମୁକ୍ତ ଓ ଆଦର୍ଶ ଜିଲ୍ଲାରେ ପରିଣତ କରିବାପାଇଁ ସଂକଳ୍ପ ନେବାପାଇଁ ବୈଠକରେ ଥିବା ସମସ୍ତଙ୍କୁ ପରାମର୍ଶ ଦେଇଥିଲେ । ଏହି ବୈଠକରେ ବିଭିନ୍ନ ବିଭାଗର ଅଧିକାରୀ, ଜିଲ୍ଲା ପରିଷଦ ସଦସ୍ୟ, ପଞ୍ଚାୟତ ସମିତି ଅଧ୍ୟକ୍ଷା, ଅଧ୍ୟକ୍ଷ, ମେମ୍ବର, ବିଭିନ୍ନ ବିଭାଗର ଯନ୍ତ୍ରୀ, ବିଭାଗୀୟ ଅଧିକାରୀ, ଵିଡିଓ, ତହସିଲଦାର ପ୍ରମୁଖ ଯୋଗ ଦେଇଥିଲେ । ଶେଷରେ ଜିଲ୍ଲା ପରିଷଦ ଉପାଧ୍ୟକ୍ଷା ବିଷ୍ଣୁପ୍ରିୟା ବେହେରା ଧନ୍ୟବାଦ ଅର୍ପଣ କରିଥିଲେ l

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
ଦଲାଲ ଙ୍କ କବ୍ଜାରେ ବିରିଡି ଉପନିବନ୍ଧକ ଙ୍କ କାର୍ଯ୍ୟାଳୟ

ଦଲାଲ ଙ୍କ କବ୍ଜାରେ ବିରିଡି ଉପନିବନ୍ଧକ ଙ୍କ କାର୍ଯ୍ୟାଳୟ

September 3, 2026
ଷଷ୍ଠ ଜିଲ୍ଲା ପରିଷଦ, ନୟାଗଡ଼ର ଦ୍ୱାଦଶ ସାଧାରଣ ଅଧିବେଶନ ଅନୁଷ୍ଠିତ

ଷଷ୍ଠ ଜିଲ୍ଲା ପରିଷଦ, ନୟାଗଡ଼ର ଦ୍ୱାଦଶ ସାଧାରଣ ଅଧିବେଶନ ଅନୁଷ୍ଠିତ

September 3, 2026
ପ୍ରଜାମଣ୍ଡଳ ମହିଳା ମହାବିଦ୍ୟାଳୟରେ ଏଡ଼ସ ସଚେତନତା କାର୍ଯ୍ୟକ୍ରମ

ପ୍ରଜାମଣ୍ଡଳ ମହିଳା ମହାବିଦ୍ୟାଳୟରେ ଏଡ଼ସ ସଚେତନତା କାର୍ଯ୍ୟକ୍ରମ

September 3, 2026
ବୃକ୍ଷ ରୋପଣ କାର୍ଯ୍ୟକ୍ରମ

ବୃକ୍ଷ ରୋପଣ କାର୍ଯ୍ୟକ୍ରମ

September 3, 2026

Recent News

ଦଲାଲ ଙ୍କ କବ୍ଜାରେ ବିରିଡି ଉପନିବନ୍ଧକ ଙ୍କ କାର୍ଯ୍ୟାଳୟ

ଦଲାଲ ଙ୍କ କବ୍ଜାରେ ବିରିଡି ଉପନିବନ୍ଧକ ଙ୍କ କାର୍ଯ୍ୟାଳୟ

September 3, 2026
ଷଷ୍ଠ ଜିଲ୍ଲା ପରିଷଦ, ନୟାଗଡ଼ର ଦ୍ୱାଦଶ ସାଧାରଣ ଅଧିବେଶନ ଅନୁଷ୍ଠିତ

ଷଷ୍ଠ ଜିଲ୍ଲା ପରିଷଦ, ନୟାଗଡ଼ର ଦ୍ୱାଦଶ ସାଧାରଣ ଅଧିବେଶନ ଅନୁଷ୍ଠିତ

September 3, 2026
ପ୍ରଜାମଣ୍ଡଳ ମହିଳା ମହାବିଦ୍ୟାଳୟରେ ଏଡ଼ସ ସଚେତନତା କାର୍ଯ୍ୟକ୍ରମ

ପ୍ରଜାମଣ୍ଡଳ ମହିଳା ମହାବିଦ୍ୟାଳୟରେ ଏଡ଼ସ ସଚେତନତା କାର୍ଯ୍ୟକ୍ରମ

September 3, 2026
ବୃକ୍ଷ ରୋପଣ କାର୍ଯ୍ୟକ୍ରମ

ବୃକ୍ଷ ରୋପଣ କାର୍ଯ୍ୟକ୍ରମ

September 3, 2026
Odisha Taza News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

ଦଲାଲ ଙ୍କ କବ୍ଜାରେ ବିରିଡି ଉପନିବନ୍ଧକ ଙ୍କ କାର୍ଯ୍ୟାଳୟ

ଦଲାଲ ଙ୍କ କବ୍ଜାରେ ବିରିଡି ଉପନିବନ୍ଧକ ଙ୍କ କାର୍ଯ୍ୟାଳୟ

September 3, 2026
ଷଷ୍ଠ ଜିଲ୍ଲା ପରିଷଦ, ନୟାଗଡ଼ର ଦ୍ୱାଦଶ ସାଧାରଣ ଅଧିବେଶନ ଅନୁଷ୍ଠିତ

ଷଷ୍ଠ ଜିଲ୍ଲା ପରିଷଦ, ନୟାଗଡ଼ର ଦ୍ୱାଦଶ ସାଧାରଣ ଅଧିବେଶନ ଅନୁଷ୍ଠିତ

September 3, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version