ଜଗତସିଂହପୁର (ଓଡିଶା ତାଜା ନ୍ୟୁଜ ) ନି. ପ୍ର :- ଜନସାଧାରଣ ଙ୍କ ସୁବିଧା ପାଇଁ ରାଜ୍ୟ ସରକାର ପ୍ରତି ତହସିଲ କାର୍ଯ୍ୟାଳୟ ରେ ଉପନିବନ୍ଧକ ଶାଖା କାର୍ଯ୍ୟାଳୟ ଖୋଲିଲେ l ସ୍ଥାନୀୟ ଜନତା ସହଜରେ ଜମିକିଣାବିକା କରିପାରିବେ ଏବଂ ସବୁକିଛି ଅନଲାଇନରେ କାର୍ଯ୍ୟ କରାଯିବ ଯାହାଦ୍ୱାରା ସ୍ୱଚ୍ଛତା ମଧ୍ୟରେ କାର୍ଯ୍ୟ ସମ୍ପାଦିତ ହେବ l ଜଗତସିଂହପୁର ଜିଲ୍ଲା ଅନ୍ତର୍ଗତ ବିରିଡି ଉପନିବନ୍ଧକ ଙ୍କ କାର୍ଯ୍ୟାଳୟ ଏହାର ବ୍ୟତିକ୍ରମ ଅଟେ ଏଠାରେ ଜମିଜମା ପଞ୍ଜିକରଣ ପାଇଁ କେହି ବ୍ୟକ୍ତି ଗଲେ ଅନଲାଇନରେ ସ୍ଲଟ ବୁକିଂ କରିବାପାଇଁ ପ୍ରଥମେ 5 ହଜାର ଟଙ୍କା ଲାଞ୍ଚ ଦେବାକୁ ପଡିବ ନଚେତ 6 ମାସପରେ ଯାଇ ସ୍ଲଟ ମିଳିବ ଏଥିପାଇଁ ଲୋକମାନେ ବାଧ୍ୟହୋଇ ଲାଞ୍ଚ ଦେବାକୁ ପଡୁଛି l















